ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ସରକାର କହିଲେ କେମିତି ପାଳିବେ ଗଣେଷ ପୂଜା?

0

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ କଟକଣାକୁ ମଧ୍ୟ ସଂପୂର୍ଣ୍ଣ କୋହାଳ କରାଯାଇଛି। ହେଲେ ପାର୍ବଣରେ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ଗଣେଶ ପୂଜା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି ବିଏମସି। କୋଭିଡ ଗାଇଡଲାଇନରେ ଗଣେଶ ପୂଜା କରିବାକୁ ପରାମର୍ଶ ଦିଆଯାଇଛି।

କଟକଣାରେ ଗଣେଶ ପୂଜା କରିବାକୁ ମଣ୍ଡପ ଗୁଡିକୁ ଅନୁମତି ଦିଆଯାଇଛି। ହେଲେ ଏଥିପାଇଁ ମଣ୍ଡପ ଗୁଡିକୁ କମିସନରେଟ ପୁଲିସର ଅନୁମତି ନେବାକୁ ପଡିବ
ବୋଲି କୁହାଯାଇଛି। ମଣ୍ଡପର ୩ ପଟକୁ ସଂପୂର୍ଣ୍ଣ ଆବଦ୍ଧ କରାଯିବ । ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ। ପୂଜକଙ୍କ ସମେତ ମୋଟ ୭ ଜଣରୁ ଅଧିକଙ୍କୁ
ମଣ୍ଡପରେ ଏକାଠି ହେବାକୁ ମନା କରାଯାଇଛି। ଯେଉଁମାନେ ଦୁଇଟି ଡୋଜ ଟିକା ନେଇଥିବେ ସେମାନଙ୍କୁ କେବେଳ ଅନୁମତି ମିଳିବ। ସେହିପରି ସର୍ବସାଧାରଣଙ୍କ ପାଇଁ ଦର୍ଶନ ମନା କରାଯାଇଛି ଏବଂ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି। ତେବେ ଘର ଭିତରେ ବିଧିପୂର୍ବକ ଗଣେଶ ପୂଜା ପାଳନ କରିହେବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।

ସେହିପରି ଶିକ୍ଷାନୁଷ୍ଠାନରେ ମଧ୍ୟ ଗଣେଶ ପୂଜା କରିବା ଉପରେ କଟକଣା ଲଗାଯାଇଛି। ଶିକ୍ଷାନୁଷ୍ଠାନରେ ମୋଟ ୨୦ ଜଣରୁ ଅଧିକ ସାମିଲ ହୋଇପାରିବେ ନାହିଁ। କୌଣସି ପ୍ରକାର ପ୍ରସାଦ ଓ ଭୋଜିକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଏହା ପୂର୍ବରୁ ସିଏମସି ପକ୍ଷରୁ ମଧ୍ୟ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି
କରାଯାଇଛି। ପେଣ୍ଡାଲରେ ପୂଜା ପାଇଁ ଡିସିପିଙ୍କ ଠାରୁ ଅନୁମତି ନେବାକୁ କୁହାଯାଇଛି।

Leave A Reply

Your email address will not be published.