ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଝାଲମୁଢି ଖାଇ ମାସ ମାସ କାଟୁଥିଲେ, ଆଉ ଦରମା…

0

ମୁମ୍ବାଇ: ଲୋକପ୍ରିୟ ସୋ’ କୋନ ବନେଗା କରୋଡପତି ସିଜିନ ୧୩ରେ ଶୁକ୍ରବାର ସ୍ୱତନ୍ତ୍ର ଏପିସୋଡରେ କ୍ରିକେଟର ସୌରଭ ଗାଙ୍ଗୁଲୀ ଓ ବୀରେନ୍ଦ୍ର ସେହୱାଗଙ୍କୁ ଦେଖିବାକୁ ମିଳିଛି। ବିଗ ବି ଅମତାଭ ବଚ୍ଚନଙ୍କ ସହ ଦୁଇ ଜଣ ଖେଳିଛନ୍ତି। ଦୁଇ ଜଣ ଯେତେ ଟଙ୍କା ଏହି ସୋ’ରୁ ପାଇବେ ନିଜର ଏନଜିଓକୁ ଦେଇ ଛୋଟ ଛୁଆ ଓ ମହିଳାଙ୍କୁ ସହାୟତା କରିବେ। ସୋ’ରେ ଦୁଇ ଜଣ ଭଲ ଖେଳିଥିବା ବେଳେ ଅମିତାଭଙ୍କ ସହ ମସ୍ତି କରୁଥିବାର ମଧ୍ୟ ନଜର ଆସିଛନ୍ତି।

ଅମିତାଭ ବଚ୍ଚନ ସୋ’ରେ ଦୁଇ ଜଣଙ୍କୁ ପ୍ରଥମ ପ୍ରଶ୍ନ ପଚାରିବା ବେଳେ ତାଙ୍କର ପୁରୁଣା ଦିନ ମନେ ପଡିଯାଇଥିଲା। ପ୍ରଥମ ପ୍ରଶ୍ନ ରାସ୍ତା କଡ଼ ଖାଇବାକୁ ନେଇ
ଥିଲା ଯେଉଁଥିରେ ଝାଲମୁଢି ଗୋଟେ ବିକଳ୍ପ ଥିଲା। ଏହା ଉପରେ କହିବା ବେଳେ ଅମିତାଭ ନିଜର ପୁରୁଣା ଦିନ କଥା କହିଥିଲେ। କେମିତି ସେ ସଂଘର୍ଷ କରିଥିଲେ ତାହା କହିଥିଲେ।

ବିଗ ବି କହିଥିଲେ, ସେ କୋଲକାତାରେ ପାଖପାଖି ୭ ବର୍ଷ ରହି ଚାକିରି କରୁଥିଲେ। ଅନେକ ଦିନ ସେ କେବଳ ଏହି ରାସ୍ତା କଡ଼ର ଖାଇବା ଖାଇ ଦିନ ବିତାଉଥିଲେ। ଝାଲମୁଢି ଟିକେ ରାଗ ଲାଗେ। କିନ୍ତୁ ଏହା ଅମିତାଭଙ୍କ ବହୁତ ପସନ୍ଦ ବୋଲି କହିଥିଲେ।

ଏହା ଛଡା ସେ କହିଥିଲେ, କୋଲକତାରେ ଚାକିରି କରିବା ବେଳେ ତାଙ୍କୁ ମାତ୍ର ୫୦୦ ଟଙ୍କା ମିଳୁଥିଲା। ଯେଉଁଥିରୁ ୩୦୦ ଟଙ୍କା ଖର୍ଚ୍ଚ ହୋଇଯାଉଥିଲା। କେବଳ ୨୦୦ ଟଙ୍କା ବଞ୍ଚୁଥିଲା। ଫଳରେ ଘରଭଡା ଦେବା କଷ୍ଟକର ହୋଇପଡୁଥିଲା। ଯାହା ପାଇଁ ସେ ପ୍ରତିମାସରେ ରହିବା ପାଇଁ ଜାଗା ବଦଳାଉଥିଲେ।ଏବଂ ମାସ ମାସ ଏହି ଝାଲମୁଢି ଖାଇ ବଞ୍ଚୁଥିଲେ। ଅମିତାଭ ବଚ୍ଚନଙ୍କୁ ଗୁପଚୁପ ବି ବହୁତ ପସନ୍ଦ। କୋଲକତାର ଭିକ୍ଟୋରିଆ ମେମୋରିଆଲ ସାମନାରେ ଏମିତି ଗୁପଚୁପ ମିଳେ ଯାହାର ସ୍ୱାଦ ପୂରା ଦେଶରେ ମିଳିବନି ବୋଲି କହିଥିଲେ ବିଗ ବି।

Leave A Reply

Your email address will not be published.