ୱାସିଂଟନ୍ : ଆମେରିକାର ଆୟୋବା ଷ୍ଟଟେ୍ରେ ଭାରତୀୟ ବଂଶୋଦ୍ଭବ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ଉକ୍ତ ଭାରତୀୟ ବଂଶୋଦ୍ଭବଙ୍କ ଘର ଆନ୍ଧ୍ର ପ୍ରଦେଶରେ। ଆମେରିକା ଓ୍ବେଷ୍ଟ ଦେଶ ମୋଇନ୍ସରେ ସେମାନେ ଅବସ୍ଥାନ କରୁଥିଲେ। ମୃତକମାନେ ହେଲେ ଚନ୍ଦ୍ରଶେଖର ସୁନ୍କରା (୪୪) ଏବଂ ଲାବନ୍ୟ (୪୧) । ତାଙ୍କ ୨ ନାବାଳକ ପୁଅଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଚନ୍ଦ୍ରଶେଖର ଆନ୍ଧ୍ରପ୍ରଦେଶ ଗୁନ୍ଟୁର ଜିଲ୍ଲାର ସୁନ୍ଦୁରା ବାସିନ୍ଦା। ସେ ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାଇଥିଲେ ଏବଂ ସେଠାରେ ନିଜ ପରିବାର ସହ ଅବସ୍ଥାନ କରୁଥିଲେ।
ପ୍ରମୁଖ ଖବର
କିସ୍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି