ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଆମେରିକାରେ ମୋଦୀ, ଜାଣନ୍ତୁ ପୂରା କାର୍ଯ୍ୟକ୍ରମ..

0

ଓ୍ବାଂଶିଟନ୍: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତିନି ଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଆମେରିକାରେ ପହଞ୍ଚିଯାଇଛନ୍ତି। ମୋଦୀ ଆମେରିକାରେ ପହଞ୍ଚିବା ପରେ ଟୁଇଟ କରି , ୱାଶିଂଟନ ଡିସିରେ ଭାରତୀୟ ସମୁଦାୟ ପକ୍ଷରୁ କରାଯାଇଥିବା ଜୋରଦାର ସ୍ୱାଗତକୁ ପ୍ରଶଂସା କରିଛନ୍ତି। ୱାଶିଂଟନର ଜଏଂଟ ବେସ ଆଣ୍ଡ୍ରିଉଜରେ ବହୁ ସଂଖ୍ୟାର ଭାରତୀୟ ପତକା ଧରି ମୋଦୀଙ୍କୁ ସ୍ୱାଗତ କରିଥିଲେ । ମୋଦୀ ମୋଦୀ ଧ୍ବନୀରେ କମ୍ପିଥିଲା ପରିବେଶ। ପ୍ରଧାନମନ୍ତ୍ରୀ ଗାଡିରୁ ଓହ୍ଲାଇ ଅପେକ୍ଷା କରିଥିବା ସମସ୍ତ ଭାରତୀୟଙ୍କୁ ସାକ୍ଷାତ କରିଥିଲେ।

ଦୁଇ ବର୍ଷ ପରେ ପ୍ରଧାନମନ୍ତ୍ରୀ ଆମେରିକା ଯାତ୍ରା କରିଛନ୍ତି। ମୋଦୀ ତାଙ୍କର ଏହି ତିନି ଦିନିଆ ଗସ୍ତରେ କ୍ୱାଡ ସମ୍ମିଳନୀରେ ଯୋଗ ଦେବା ସହ ୟୁଏନଜିଏରେ ଅଭିଭାଷଣ ରଖିବେ। ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବେ। ଆଜି ମୋଦୀ ପାଞ୍ଚ ବଡ଼ କମ୍ପାନି କ୍ୱାଲକମ, ଏଡୋବ,ଫର୍ଟ ସୋଲର, ଜନରାଲ ଏଂଟାମିକ୍ସ ଓ ବ୍ଲାକଷ୍ଟୋନର ସିଇଓଙ୍କୁ ସାକ୍ଷାତ କରିବେ। ଏହା ପରେ ଦିନ ୧୧ଟାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ
ଓ ପରେ ଆମେରିକା ଉପପ୍ରଧାନମନ୍ତ୍ରୀ କମଲା ହାରିସଙ୍କୁ ସାକ୍ଷାତ କରିବେ। ଶନିବାର ପ୍ରଧାନମନ୍ତ୍ରୀ ୟୁଏନଜିଏରେ ଅଭିଭାଷଣ ରଖିବେ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମୋଦୀଙ୍କ ପ୍ରସ୍ତାବିତ ଏହି ବୈଠକ ବେଶ ଗୁରୁତ୍ୱ ରଖେ। ଆତଙ୍କବାଦ ସମେତ ବାଣିଜ୍ୟ ଓ ବିନିଯୋଗ, ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ପରି ବିଭିନ୍ନ କ୍ଷେତ୍ରରେ ମୋଦୀ ଆମେରିକା ରାଷ୍ଟ୍ରପତିଙ୍କ ସହିତ ସହ ଆଲୋଚନା କରିପାରନ୍ତି। ଆଫଗାନିସ୍ତାନରେ ବର୍ତମାନର ଆଞ୍ଚଳିକ ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ମଧ୍ୟରେ ବୈଠକରେ ଆଲୋଚନା ହୋଇପାରେ।

ଆମେରିକା ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଫଟୋ ଫୋଷ୍ଟ କରିଥିଲେ। ବିମାନରେ ଫାଇଲ କାମ କରୁଥିବାର ନିଜର ଏକ ଫଟୋ ସୋସିଆଲ ମିଡିଆରେ ଛାଇଯାଇଥିଲା। ମୋଦୀ ଲେଖିଥିଲେ, ଲମ୍ବା ସମୟ ଧରି ବିମାନଯାତ୍ରା କରିବାର ମାନେ କିଛି ଫାଇଲ କାମ କରିବା।

ସେହିପରି ପ୍ରଧାନମନ୍ତ୍ରୀ ବୁଧବାର ବିଶ୍ୱସ୍ତରୀୟ କୋଭିଡ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। କରୋନାର ଦ୍ୱିତୀୟ ଲହର ସମୟରେ ସାରା ବିଶ୍ୱ ଭାରତ ସହ ଏକ ପରିବାର ପରି ଛିଡା ହୋଇଥିଲା। ଭାରତ ପାଇଁ ସମସ୍ତ ଏକାଠି ହୋଇ ସମର୍ଥନ କରିଥିବାରୁ ମୋଦୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଏହା ବି କହିଥିଲେ ଯେ କରୋନା ସମୟରେ ଭାରତ ୧୫୦ ଦେଶକୁ ସହାୟତାର ହାତ ବଢାଇବା ସହ ସେମାନଙ୍କ ପାଖରେ ଔଷଧ ପହଞ୍ଚାଇଛି। ତେବେ ଭାରତରେ ଯେପରି ଟିକାର ଉତ୍ପାଦନ ବଢିବ, ବିଦେଶକୁ ଭାରତ ଟିକା ଯୋଗାଇବ ବୋଲି ମୋଦୀ କହିଛନ୍ତି।

Leave A Reply

Your email address will not be published.