ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ବାଇଡେନ ନେଲେ ବୁଷ୍ଟର ଡୋଜ୍‌

0

ଓ୍ବାସିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନେଲେ କରୋନାର ବୁଷ୍ଟର ଡୋଜ। ହ୍ୱାଇଟ ହାଉସରେ ବାଇଡେନ ଫାଇଜର ଟିକାର ତୃତୀୟ ଡୋଜ ନେଇଛନ୍ତି। ହ୍ୱାଇଟ ହାଉସରେ ତୃତୀୟ ଡୋଜ ନେବା ପରେ ସେ ଆମେରିକାବାସୀଙ୍କୁ ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦେଇଛନ୍ତି।

ବୁଷ୍ଟର ଡୋଜ ନେବା ପରେ ବାଇଡେନ କହିଛନ୍ତି, ଆମେରିକାର କିଛି ଲୋକ କରୋନା ଟିକା ନେବାରେ ବାଧା ସୃଷ୍ଟି କରୁଛନ୍ତି। ଗୋଟିଏ ଡୋଜ ନେବା ପାଇଁ
ମଧ୍ୟ ରାଜି ହେଉନାହାନ୍ତି। ଆମେରିକାରେ ଏବେ ସୁଦ୍ଧା ୭୭ ପ୍ରତିଶତ ଟିକା ନେଇସାରିଲେଣି। କିନ୍ତୁ ଏହା ଯଥେଷ୍ଟ ନୁହଁ। ଟିକା ନନେଲେ ଏହା ଆଗକୁ ବିପଦ ସାଜିପାରେ। ଟିକା ନନେଲେ ଡେଲଟା ଭାଇରସ ବ୍ୟାପିବାରେ। ଏବେ ବି ଏକ ଚତୃର୍ଥାଂଶ ଲୋକ ଟିକା ନେବାକୁ ରାଜି ହେଉନାହାନ୍ତି ବୋଲି ବାଇଡେନ କହିଛନ୍ତି।

ଆମେରିକାରେ ୬୫ ବର୍ଷରୁ ଅଧିକ ଓ ଏକାଧିକ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ନେବାକୁ ଅନୁମତି ଦିଆଯାଇଛି। ବାଇଡେନ ବୁଷ୍ଟର ଡୋଜ ନେବା ସମୟରେ ଥଟ୍ଟା କରି କହିଥିଲେ ଯେ, ମୋତେ ୭୮ ବର୍ଷ। କିନ୍ତୁ ମୁଁ ଜାଣେ ମୁଁ ଏତେ ବର୍ଷ ପରି ଦେଖାଯାଉନି। କିନ୍ତୁ ମୋର ବୟସ ୬୫ ବର୍ଷରୁ ଅଧିକ। ଏଣୁ ମୋତେ ଟିକା ନେବାକୁ ପଡିବ।

ଗତବର୍ଷ ଡିସେମ୍ବର ୨୧ରେ ବାଇଡେନ ପ୍ରଥମ ଡୋଜ ନେଇଥିଲେ। ଏହା ପରେ ଜାନୁଆରି ୧୧ରେ ଦ୍ୱିତୀୟ ଡୋଜ ନେବା ପରେ ଏବେ ତୃତୀୟ ଡୋଜ ନେଇଛନ୍ତି। କରୋନା ସଂକ୍ରମଣ ସ୍ଥିତିରେ ଏବେ ବି ସୁଧାର ଆସିନାହିଁ । ନୂଆ ଭାରିଆଣ୍ଟ ଅନେକ ଦେଶରେ ଚିନ୍ତା ବଢାଇଛି। ତେଣୁ ଅଧିକରୁ ଅଧିକ ଟିକା ନେଲେ କରୋନା ସଂକ୍ରମଣକୁ ମାତ ଦେଇହେବ। ଟିକା ନେବାକୁ ରାଜି ହେଉନଥିବା ଆମେରିକୀୟଙ୍କୁ ତୁରନ୍ତ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ବାଇଡେନ।

Leave A Reply

Your email address will not be published.