ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

୭୨ଦିନରେ ସିଦ୍ଧୁଙ୍କ ମୋହ ତୁଟିଗଲା!

0

ପଞ୍ଜାବ ସଭାପତି ପଦରୁ ଇସ୍ତଫା ଦେଲେ, ସେପଟେ ଅମରିନ୍ଦରଙ୍କ ଦିଲ୍ଲୀ ଗସ୍ତ

ନୂୂଆଦିଲ୍ଲୀ: ପଞ୍ଜାବ ରାଜନୀତିରେ ପୁଣି ହଟଚମଟ। ନବଜ୍ୟୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କ ନିକଟକୁ ସିଦ୍ଧୁ ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି। ଆଜି ପଞ୍ଜାବର ନୂଆ ମନ୍ତ୍ରିମଣ୍ଡଳ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି। ବିଭାଗ ବଣ୍ଟନର କିଛି ସମୟରେ ମଧ୍ୟରେ ହିଁ ସିନ୍ଧୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଘଟଣା ସୂଚାଇ ଦେଇଛି ଯେ ପଞ୍ଜାବ କଂଗ୍ରେସରେ ଏବେ ବି କିଛି ଠିକ୍ ଠାକ୍ ହୋଇନାହିଁ।

ସେପଟେ ଦିଲ୍ଲୀ ଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କ୍ୟାପଟେନ ଅମରିନ୍ଦର ସିଂହ। ସନ୍ଧ୍ୟାରେ ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିପାରନ୍ତି।ଏହାକୁ ନେଇ ଦିଲ୍ଲୀ ରାଜନୀତି ଏବେ ସରଗରମ।

ନବଜ୍ୟୋତ ସିଂହ ସିଦ୍ଧୁ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, କୌଣସି ବ୍ୟକ୍ତିର ବ୍ୟକ୍ତିତ୍ୱର ଅବନତି ଆପୋସ ବୁଝାମଣାରୁ ଆରମ୍ଭ ହୁଏ। ପଞ୍ଜାବର ଭବିଷ୍ୟତକୁ ନେଇ କୌଣସି ସାଲିସ କରିପାରିବି ନାହିଁ। ଏଥିପାଇଁ ସେ ଇସ୍ତଫା ଦେଉଥିବା ଲେଖିଛନ୍ତି ।କଂଗ୍ରେସ ପାଇଁ କାମ ଜାରି ରଖିବି ବୋଲି କହିଛନ୍ତି ସିଦ୍ଧୁ।

ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ଏଥିପାଇଁ ଆଶ୍ଚର୍ଯ୍ୟଜନକ, କାରଣ କିଛିଦିନ ତଳେ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ରାଜ୍ୟ ସଭାପତି ପଦ ପାଇଁ ବାଛିଥିଲେ। ଅତି ବିବଦମାନ ସ୍ଥିତିରେ ସେ ଏହି ଦାୟିତ୍ବ ହାତେଇଥିଲେ। ତାଙ୍କ ସହିତ ବିବାଦ ଯୋଗୁଁ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା। କ୍ୟାପଟେନ ଅମରିନ୍ଦର ସିଂହ ପଦଛାଡିବା ପରେ କଂଗ୍ରେସ ହାଇକମାଣ୍ଡ ଚରଣଜିତ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ।

ନିକଟକରେ ପଞ୍ଜାବ କ୍ୟାବିନେଟ ଯେଭଳି ସଂପ୍ରସାରଣ ହୋଇଛି, ସେଥିରେ ନବଜ୍ୟୋତ ସିଂହ ସିଦ୍ଧୁ ଖୁସିନଥିଲେ। ଚରଣଜିତ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ହେବା ପରେ ଯେଉଁ ସବୁ ଚିତ୍ର ସାମନାକୁ ଆସିଥିଲା ,ତାକୁ ନେଇ ବହୁ ବିବାଦ ଦେଖାଦେଇଥିଲା।

ଉଲ୍ଲେଖଥାଉକି, ପୂର୍ବତନ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂହଙ୍କ ଉପରେ କିଛି ଦିନ ହେବ ସିଦ୍ଧୁ ଅସନ୍ତୁଷ୍ଟ ଥିଲେ। ଏହାକୁ ଦଳ ଭିତରେ ବାରମ୍ବାର କନ୍ଦଳ ଲାଗି ରହିଥିଲା। ସମସ୍ୟାର ସମାଧାନ ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ କଂଗ୍ରେସ ପ୍ରଭାରୀ ହରିଶ ରାୱତ ଅନେକ ଚେଷ୍ଟା କରିଥିଲେ ସମାଧାନ ହୋଇପାରିନଥିଲା।
ଯେତେବେଳେ କଂଗ୍ରେସ ସରକାରର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀ ଚରଣଜିତ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରୁଥିଲେ, ସେତେବେଳେ ସିଦ୍ଧୁଙ୍କୁ ଡକାଯାଇନଥିଲା । ସେହିପରି ରାହୁଲ ଗାନ୍ଧୀଙ୍କ ସହ ମନ୍ତ୍ରୀମାନଙ୍କର ନାମ ନେଇ ଯେତେବେଳେ ନିଷ୍ପତ୍ତି ହୋଇଥିଲା ସେତେବେଳେ ମଧ୍ୟ ସିଦ୍ଧୁଙ୍କୁ ଡକାଯାଇନଥିଲା। ଯାହାକୁ ନେଇ ଅସନ୍ତୋଷ ଥିଲେ ସିଦ୍ଧୁ। ଏ ଭିତରେ ଅମରିନ୍ଦର ଅଭିଯୋଗ କରିଥିଲେ ଯେ ସିଦ୍ଧୁ ଅତ୍ୟନ୍ତ ଅସ୍ଥିର। ସେ ଦେଶ ବିରୋଧୀ ଓ ଅପରାଗ। ଏବେ ସିଦ୍ଧୁ ମାତ୍ର ୭୨ ଦିନରେ ରାଜ୍ୟ କଂଗ୍ରେସ ମୁଖିଆ ପଦବି ଛାଡି ନିଜର ଅସ୍ଥିର ବିଚାରର ସଙ୍କେତ ଦେଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.