ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଆଜି ବିଶ୍ୱ ହୃଦୟ ଦିବସ; ଜାଣନ୍ତୁ ହୃଦରୋଗରୁ କିଭଳି ବଞ୍ଚିବା?

0

ଭୁବନେଶ୍ବର: ଆଜି ବିଶ୍ୱ ହୃଦୟ ଦିବସ। ହୃତପିଣ୍ଡର ସୁରକ୍ଷା ଜୀବନ ରକ୍ଷା। ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ,ବ୍ୟାୟାମର ଅଭାବ, ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଆଜିକାଲିର ଯୁବପୀଢି ଅଧିକାଂଶ ହୃଦରୋଗରେ ଶିକାର ହେଉଛନ୍ତି। ବଦଳୁଥିବା ଜୀବନଶୈଳୀ ଓ ମାନସିକ ଚାପ ଯୋଗୁଁ ରକ୍ତଚାପ ବୃଦ୍ଧି ହେଉଛି ଏବଂ ଏହା ହୃଦ୍‌ଘାତ କରାଉଛି। ଉଦ୍‌ବେଗର ବିଷୟ ହେଉଛି, ମହିଳା ମାନଙ୍କ କ୍ଷେତ୍ରରେ ହୃଦଘାତ ହେଉଥିବା ଅଧିକ ଦେଖାଦେଉଛି। କେବଳ ୫୦ ବର୍ଷରୁ ଅଧିକ ଲୋକଙ୍କୁ ନୁହେଁ ୩୦ରୁ ୪୦ ବର୍ଷର ଲୋକଙ୍କୁ ହୃଦଘାତ ହେବାର ସମ୍ଭାବନା ଅଧିକ ବୋଲି ବିଶେଷଜ୍ଞମାନେ ଏକ ସର୍ଭେରୁ କହିଛନ୍ତି।

ପ୍ରତିବର୍ଷ ସାରା ବିଶ୍ୱରେ କେବଳ ହୃଦରୋଗରେ ୧ କୋଟି ୮୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି। ୨୦୩୦ ସୁଦ୍ଧା ଏହି ମୃତ୍ୟୁ ସଂଖ୍ୟା ୨୩ ନିୟୁତ ଛୁଇଁବା ଆଶଙ୍କା କରାଯାଉଛି। ଅଷ୍ଟ୍ରେଲିଆର ଜନସଂଖ୍ୟା ସହିତ ଏହି ସଂଖ୍ୟା ପ୍ରାୟ ସମାନ। ଅତ୍ୟଧିକ ଧୂମପାନ, ମଧୁମେହ,ଉଚ୍ଚ ରକ୍ତଚାପ, ମେଦବହୁଳତା, ବାୟୁ ପ୍ରଦୂଷଣ ଓ ଚାଗାସ ରୋଗ ଏବଂ ହୃଦ ଆମିଲଏଡୋସିସ ଭଳି ସାଧାରଣ ଅବସ୍ଥା ହୃଦରୋଗରେ କାରଣ ଅଟେ। ତେଣୁ ତମାଖୁ ନଖାଇବା, ପ୍ରତିଦିନ ବ୍ୟାୟମ କରିବା ଓ ସୁସ୍ଥ ଖାଇବା ସହ ହୃଦୟର ଯତ୍ନ ନେବା ଜରୁରୀ ଅଟେ।

କିଛି ଲୋକଙ୍କ କ୍ଷେତ୍ରରେ ବୟସ, ଲିଙ୍ଗ ଓ ବଂଶାନୁକ୍ରମି୍‌କ ଯୋଗୁଁ ହୃଦରୋଗ ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ। ସେହିପରି ଅତ୍ୟଧିକ ଧୂମପାନ, ମଦ୍ୟପାନ ଭଳି ବଦଭ୍ୟାସ, ମେଦ ବହୁଳତା, କର୍ମକ୍ଷେତ୍ରରେ ଅତ୍ୟଧିକ ଚାପ ଯୁବକଙ୍କୁ ହୃଦଘାତ ହେବାର ଆଶଙ୍କା ବଢାଇଦେଇଥାଏ। ତମାଖୁରେ ବ୍ୟବହାର ହେଉଥିବା ରାସାୟନିକ ପଦାର୍ଥ ହୃତପିଣ୍ଡ ଓ ଧମନୀର କ୍ଷତି କରାଇଥାନ୍ତି। ଏହାଦ୍ୱାରା ହୃତପିଣ୍ଡର ଧମନୀଗୁଡିକ ଅଣଓସାରିଆ ହୋଇଯାଇଥାଏ ଏବଂ ହୃଦଘାତ ଭଳି ଗୁରୁତର ସମସ୍ୟା ଦେଖାଦେଇଥାଏ।

ହୃଦଘାତରୁ ବର୍ତ୍ତିବା ପାଇଁ ତମାଖୁ ଓ ଧୂମପାନରୁ ଦୂରରେ ରହିବା ସହ ପ୍ରତିଦିନ ୩୦ ମିନିଟ ବ୍ୟାୟାମ କରିବା ଜରୁରୀ ଅଟେ। ବ୍ୟାୟାମ କରିବା ଦ୍ୱାରା ଓଜନକୁ ନିୟନ୍ତ୍ରଣରେ ରଖିବା ସହ ଡାଇବେଟିସ, ଉଚ୍ଚ ରକ୍ତଚାପ ଓ କୋଲେଷ୍ଟରଲଠାରୁ ଦୂରେଇ ରଖିବ ଏବଂ ହୃଦରୋଗର ଆଶଙ୍କା କମି ଯାଇଥାଏ। ହୃଦରୋଗ ଓ ତାର ପ୍ରତିରୋଧ ଓ ବିଶ୍ୱସ୍ତରୀୟ ପ୍ରଭାବ ବିଷୟରେ ଜନସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ବିଶ୍ୱ ହୃଦୟ ଦିବସ ପାଳନ କରାଯାଏ।

Leave A Reply

Your email address will not be published.