ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ସାବାସ ଗାୟତ୍ରୀ:ବିନା ଛୁଟିରେ ବଞ୍ଚାଉଛନ୍ତି ଜୀବନ..

0

ଭୋପାଳ: ମହାମାରୀ କରୋନାକୁ ମାତ୍ ଦେବା ପାଇଁ ସାରା ଦେଶରେ ଜୋରସୋରରେ ଚାଲିଛି ଟୀକାକରଣ। ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଜାନୁଆରୀ ମାସରୁ ଏବେ ଯାଏଁ କରୋନା ଟୀକାକରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରେ କିଛି ଏଭଳି ସ୍ୱାସ୍ଥ୍ୟକର୍ମୀ ଅଛନ୍ତି ଯେଉଁମାନେ ନିଜର କର୍ମକ୍ଷେତ୍ରରେ ଆଗ୍ରହ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଭୋପାଳରୁ ଅଛନ୍ତି ଏଭଳି ଜଣେ ସ୍ୱାସ୍ଥ୍ୟ କର୍ମୀ । ଯିଏ କି ଜାନୁଆରି ମାସରୁ ଏଯାଏ ଗୋଟିଏ ଦିନ ବି ଛୁଟିରେ ରହିନାହାନ୍ତି। ଏବେ ଯାଏ ସେ ୬୧ ହଜାରରୁ ଅଧିକ ଡୋଜ କରୋନା ଟିକା ଦେଇସାରିଲେଣି।

ଭୋପାଳରେ ରହୁଥିବା କାଟଜୁ ହସ୍ପିଟାଲର ଏଏନଏମ ଗାୟତ୍ରୀ ଶ୍ରୀବାସ୍ତବ ପ୍ରଥମ ଦିନରୁ ହିଁ କରୋନା ଟିକାକରଣ ଅଭିଯାନରେ ନିୟୋଜିତ ଅଛନ୍ତି। ଜାନୁଆରି ୨୫ରୁ ପାଖପାଖି ୮ ମାସ ହେବ ସେ ବିନା ଛୁଟିରେ ଲୋକଙ୍କୁ ଟିକା ଦେଇଚାଲିଥିବା ଗାୟତ୍ରୀଙ୍କ କାମ ପ୍ରତି କେତେ ନିଷ୍ଠା ରହିଛି ଏଥିରୁ ହିଁ ଜଣାପଡୁଛି। ଗାୟତ୍ରୀ କହିଛନ୍ତି ଯେ, ସେ ଲକ୍ଷେ ଲୋକଙ୍କୁ ଟିକା ଦେବା ନେଇ ସଂକଳ୍ପ ନେଇଛନ୍ତି।

ଟୀକାକରଣ ଅଭିଯାନ ସମୟରେ ଯେତେବେଳେ ମନ୍ତ୍ରୀ ବିଶ୍ୱାସ ସାରଙ୍ଗ କାଟଜୁ ହସ୍ପିଟାଲରେ ପହଞ୍ଚିଥିଲେ, ସେତେବେଳେ ସେ ଗାୟତ୍ରୀ ଶ୍ରୀବାସ୍ତବଙ୍କ ବିଷୟରେ ଜାଣିବାକୁ ପାଇଥିଲେ। ଏହା ପରେ ସେ ତାଙ୍କୁ ପ୍ରଶଂସା କରିବା ସହ ସମ୍ମାନିତ କରିଥିଲେ । ମନ୍ତ୍ରୀ ବିଶ୍ୱାସ ସାରଙ୍ଗ କହିଛନ୍ତି ଯେ, ଗାୟତ୍ରୀଙ୍କ ଭଳି ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ହିଁ ରାଜ୍ୟ ଟୀକାକରଣରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରିପାରୁଛି । ଗାୟତ୍ରୀ ଶ୍ରୀବାସ୍ତବ କେବଳ ଜଣେ ନୁହଁନ୍ତି ଭୋପାଳରେ ଏଭଳି ଅନେକ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି ଯେଉଁମାନେ ବିନା ଛୁଟିର ଏଭଳି ଟୀକାକରଣ କାମରେ ନିୟୋଜିତ ଅଛନ୍ତି। ସେହିପରି ମଧ୍ୟପ୍ରଦେଶ ଛତ୍ରପୁର ହସ୍ପିଟାଲରେ ମାୟା
ଅହରିୱାର ମଧ୍ୟ ବିନା ଛୁଟିରେ ଗାୟତ୍ରୀଙ୍କଠୁ ଅଧିକ ଲୋକଙ୍କୁ ଟିକା ଦେଇସାରିଛନ୍ତି। ଏବେ ଯାଏ ମାୟା ବିନା ଛୁଟିରେ ୬୪ ହଜାର ଡୋଜ କରୋନା ଟିକା ଦେଇସାରିଲେଣି । ମାୟା ଅହରିୱାରଙ୍କ ସହ ଏବେ ଗାୟତ୍ରୀଙ୍କ ନାଁ ଯୋଡ଼ାହୋଇଯାଇଛି । ଦୁଇ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ କାମକୁ ଏବେ ସବୁଠି ପ୍ରଶଂସା

Leave A Reply

Your email address will not be published.