ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ବେଗୁନିଆ ଦେଉଳି ଗ୍ରାମ ନିକଟରେ ବୁଲୁଥିବା ଯୁବକ ସୁରେଶ ମାଓବାଦୀ ନୁହଁନ୍ତି । ବରଂ ସେ ଜଣେ ଇଟାଭାଟି ଶ୍ରମିକ । ଲୁଚିକି ଆସି ଜଙ୍ଗଲରେ ରହୁଥିଲା । ରାତିତମାମ ଛାନ୍ଭିନ୍ ଓ ପଚରାଉଚରା କରିବା ପରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ।
ଆଇଜି କହିଛନ୍ତି, ସୁରେଶ ସହିତ ତାର ଦୁଇ ବନ୍ଧୁ ମଧ୍ୟ ଲୁଚିକି ଆସି ଏହି ଜଙ୍ଗଲରେ ରହିଥିଲେ । ଫଳରେ ବେଗୁନିଆ ଅଞ୍ଚଳରେ ମାଓବାଦୀ ଥିବା ନେଇ ଚାଲିଥିବା ଚର୍ଚ୍ଚା ଆଲୋଚନାର ପରିସମାପñି ଘଟିଛି । ସୁରେଶର ଘର ନୂଆପଡା ଜିଲ୍ଲାରେ ।
ଗତକାଲି ରାତିରେ ଆଇଜି ଅପରେସନ୍ ଆର୍ ପି କୋଚେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏସ୍ଓଜି କମାଣ୍ଡାଣ୍ଟ ବି ତାଙ୍କ ସହିତ ଯାଇଥିଲେ । ସୁରେଶକୁ ନେଇ ସେମାନେ ରହୁଥିିବା ସ୍ଥାନକୁ ଯିବା ବେଳକୁ ତାର ଅନ୍ୟ ଦୁଇ ସହଯୋଗୀ ସେଠାରୁ ଚାଲିଯାଇଥିବା ସୂଚନା ମିଳିଛି ।
ଗୁରୁବାର ମଧ୍ୟାହ୍ନରେ ସୁରେଶ କିଛି ଖାଇବା ସାମଗ୍ରୀ କିଣୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ ସନ୍ଦେହ କରି ପିଛା କରିଥିଲେ । ପରେ ସେ ଲୋକଙ୍କୁ ଦେଖି ଦୌଡିବାରୁ ତାକୁ କାବୁ କରି ମାଓବାଦୀ ସନ୍ଦେହରେ ପୁଲିସକୁ ଦେଇଥିଲେ ।
ପ୍ରମୁଖ ଖବର
ପ୍ରକାଶ ପାଇଲା ସ୍ପେଶାଲ ଓଟିଇଟି ପରୀକ୍ଷା ଫଳ
ପୋଲିସ ଷ୍ଟେଶନ ଭିତରେ ବଡ଼ ବିସ୍ଫୋରଣ: ୯ ମୃତ୍ୟୁ, ୩୦ ଆହତ
ଭୟଙ୍କର ଅଗ୍ନିକାଣ୍ଡ: ଜିଅନ୍ତା ଜଳିଗଲେ ଗୋଟିଏ ପରିବାରର ୫ ସଦସ୍ୟ
ଶିମିଳିପାଳରେ ଆଜିଠୁ ଆରମ୍ଭ ହେଲା ବାଘ ଗଣନା