ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ବେଗୁନିଆ ଦେଉଳି ଗ୍ରାମ ନିକଟରେ ବୁଲୁଥିବା ଯୁବକ ସୁରେଶ ମାଓବାଦୀ ନୁହଁନ୍ତି । ବରଂ ସେ ଜଣେ ଇଟାଭାଟି ଶ୍ରମିକ । ଲୁଚିକି ଆସି ଜଙ୍ଗଲରେ ରହୁଥିଲା । ରାତିତମାମ ଛାନ୍ଭିନ୍ ଓ ପଚରାଉଚରା କରିବା ପରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ।
ଆଇଜି କହିଛନ୍ତି, ସୁରେଶ ସହିତ ତାର ଦୁଇ ବନ୍ଧୁ ମଧ୍ୟ ଲୁଚିକି ଆସି ଏହି ଜଙ୍ଗଲରେ ରହିଥିଲେ । ଫଳରେ ବେଗୁନିଆ ଅଞ୍ଚଳରେ ମାଓବାଦୀ ଥିବା ନେଇ ଚାଲିଥିବା ଚର୍ଚ୍ଚା ଆଲୋଚନାର ପରିସମାପñି ଘଟିଛି । ସୁରେଶର ଘର ନୂଆପଡା ଜିଲ୍ଲାରେ ।
ଗତକାଲି ରାତିରେ ଆଇଜି ଅପରେସନ୍ ଆର୍ ପି କୋଚେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏସ୍ଓଜି କମାଣ୍ଡାଣ୍ଟ ବି ତାଙ୍କ ସହିତ ଯାଇଥିଲେ । ସୁରେଶକୁ ନେଇ ସେମାନେ ରହୁଥିିବା ସ୍ଥାନକୁ ଯିବା ବେଳକୁ ତାର ଅନ୍ୟ ଦୁଇ ସହଯୋଗୀ ସେଠାରୁ ଚାଲିଯାଇଥିବା ସୂଚନା ମିଳିଛି ।
ଗୁରୁବାର ମଧ୍ୟାହ୍ନରେ ସୁରେଶ କିଛି ଖାଇବା ସାମଗ୍ରୀ କିଣୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ ସନ୍ଦେହ କରି ପିଛା କରିଥିଲେ । ପରେ ସେ ଲୋକଙ୍କୁ ଦେଖି ଦୌଡିବାରୁ ତାକୁ କାବୁ କରି ମାଓବାଦୀ ସନ୍ଦେହରେ ପୁଲିସକୁ ଦେଇଥିଲେ ।
ପ୍ରମୁଖ ଖବର
ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର