ପ୍ରମୁଖ ଖବର

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

ମାଓବାଦୀ ନୁହେଁ, ଇଟାଭାଟି ଶ୍ରମିକ

0

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ବେଗୁନିଆ ଦେଉଳି ଗ୍ରାମ ନିକଟରେ ବୁଲୁଥିବା ଯୁବକ ସୁରେଶ ମାଓବାଦୀ ନୁହଁନ୍ତି । ବରଂ ସେ ଜଣେ ଇଟାଭାଟି ଶ୍ରମିକ । ଲୁଚିକି ଆସି ଜଙ୍ଗଲରେ ରହୁଥିଲା । ରାତିତମାମ ଛାନ୍‍ଭିନ୍‍ ଓ ପଚରାଉଚରା କରିବା ପରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ।
ଆଇଜି କହିଛନ୍ତି, ସୁରେଶ ସହିତ ତାର ଦୁଇ ବନ୍ଧୁ ମଧ୍ୟ ଲୁଚିକି ଆସି ଏହି ଜଙ୍ଗଲରେ ରହିଥିଲେ । ଫଳରେ ବେଗୁନିଆ ଅଞ୍ଚଳରେ ମାଓବାଦୀ ଥିବା ନେଇ ଚାଲିଥିବା ଚର୍ଚ୍ଚା ଆଲୋଚନାର ପରିସମାପñି ଘଟିଛି । ସୁରେଶର ଘର ନୂଆପଡା ଜିଲ୍ଲାରେ ।
ଗତକାଲି ରାତିରେ ଆଇଜି ଅପରେସନ୍‍ ଆର୍‍ ପି କୋଚେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏସ୍‍ଓଜି କମାଣ୍ଡାଣ୍ଟ ବି ତାଙ୍କ ସହିତ ଯାଇଥିଲେ । ସୁରେଶକୁ ନେଇ ସେମାନେ ରହୁଥିିବା ସ୍ଥାନକୁ ଯିବା ବେଳକୁ ତାର ଅନ୍ୟ ଦୁଇ ସହଯୋଗୀ ସେଠାରୁ ଚାଲିଯାଇଥିବା ସୂଚନା ମିଳିଛି ।
ଗୁରୁବାର ମଧ୍ୟାହ୍ନରେ ସୁରେଶ କିଛି ଖାଇବା ସାମଗ୍ରୀ କିଣୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ ସନ୍ଦେହ କରି ପିଛା କରିଥିଲେ । ପରେ ସେ ଲୋକଙ୍କୁ ଦେଖି ଦୌଡିବାରୁ ତାକୁ କାବୁ କରି ମାଓବାଦୀ ସନ୍ଦେହରେ ପୁଲିସକୁ ଦେଇଥିଲେ ।

Leave A Reply

Your email address will not be published.