ନୂଆଦିଲ୍ଲୀ : ପାଖାପାଖି ଦୁଇ ଦଶକ ପରେ ଆଜି ପୁଣି କାନ୍ଦାହାର ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ନୂଆଦିଲ୍ଲୀ ବିମାନବନ୍ଦରରେ ଏକ ଆଫଗାନ ବିମାନ କାନ୍ଦାହାର ଯିବା ପୂର୍ବରୁ ପାଇଲଟ୍ ଅପହରଣ ଭୟ ଥିବା ନେଇ ସାଇରନ୍ ଦେବା ପରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ପାଖାପାଖି ଅଢେଇ ଘଣ୍ଟାର ଯାଞ୍ଚ ପରେ ବିମାନକୁ ଉଡିବାକୁ ସୁଯୋଗ ଦେଇଥିଲେ କର୍ତୃପକ୍ଷ ।
ଘଟଣାଟି ଥିଲା ଏମିତି । ଆଜି ଅପରାହ୍ନ ୩ଟା ୩୦ରେ ଏରିଆନା ଆଫଗାନ ବିମାନ ୯ଜଣ ବିମାନ କର୍ମଚାରୀ ଓ ଗୋଟିଏ ଛୋଟ ଛୁଆ ସମେତ ୧୨୪ଜଣଙ୍କୁ ନେଇ କାନ୍ଦାହାର ଅଭିମୁଖେ ଯାତ୍ରା ଆରମ୍ଭ କରିବାର ଥିଲା । ମାତ୍ର ବିମାନ ଉଡାଣର ଅବ୍ୟବହିତ ପୂର୍ବରୁ ଅପହରଣ ଭୟ ରହିଥିବା ନେଇ ସାଇରନ୍ ସୁରକ୍ଷା କର୍ମଚାରୀଙ୍କୁ ବିଚଳିତ କରିଦେଇଥିଲା । ବିମାନ ବନ୍ଦର ସୁରକ୍ଷା କର୍ମଚାରୀଙ୍କ ସମେତ ଏନଏସ୍ଜି ମଧ୍ୟ ତତ୍କାଳ ବିମାନକୁ ଘେରିଯାଇଥିଲେ । ତା ପରେ ଆରମ୍ଭ ହୋଇଥିଲା ଯାଞ୍ଚ । ଟିକିନିଖି ଯାଞ୍ଚ ପରେ ଜଣାପଡିଲା ଯେ ପାଇଲଟ୍ ଭୁଲରେ ହାଇଜାକ୍ ବଟନ୍ ଉପରେ ହାତ ପକାଇ ଦେଇଥିଲେ ଓ ସେ କାରଣରୁ ସାଇରନ୍ ବାଜିଥିଲା । ଏହା ପରେ ଯାଇ ବିମାନକୁ ଉଡାଣ ଅନୁମତି ମିଳିଥିଲା । କିନ୍ତୁ ଅଢେଇ ଘଣ୍ଟାର ଏ ନାଟକ ଆଜି ପୁଣି ଥରେ ବାଜପେୟୀ ସରକାର ସମୟର କାନ୍ଦାହାର ବିମାନ ଅପହରଣ ସ୍ମୃତିକୁ କିଛି ସମୟ ପାଇଁ ତାଜା କରିଦେଇଥିଲା ।
ପ୍ରମୁଖ ଖବର
ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ
ବେଙ୍ଗାଲୁରୁ ଦଳାଚକଟା ପାଇଁ ବିରାଟ୍ କୋହଲି ଦାୟୀ, କର୍ଣ୍ଣାଟକ ସରକାର
ତତ୍ପର ହେଲା ଗଣଶିକ୍ଷା ବିଭାଗ
ମହିଳା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ପୁଣି ଛାତ୍ରୀଙ୍କୁ ନିର୍ଯ୍ୟାତନା: ଅଧ୍ୟାପକ ଗିରଫ
କନ୍ଧମାଳରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ
ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର