ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କାନ୍ଦାହାର ବିମାନ ଅପହରଣ ସ୍ମୃତି ପୁଣି ମନେ ପଡିଗଲା

0

ନୂଆଦିଲ୍ଲୀ : ପାଖାପାଖି ଦୁଇ ଦଶକ ପରେ ଆଜି ପୁଣି କାନ୍ଦାହାର ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ନୂଆଦିଲ୍ଲୀ ବିମାନବନ୍ଦରରେ ଏକ ଆଫଗାନ ବିମାନ କାନ୍ଦାହାର ଯିବା ପୂର୍ବରୁ ପାଇଲଟ୍‍ ଅପହରଣ ଭୟ ଥିବା ନେଇ ସାଇରନ୍‍ ଦେବା ପରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ପାଖାପାଖି ଅଢେଇ ଘଣ୍ଟାର ଯାଞ୍ଚ ପରେ ବିମାନକୁ ଉଡିବାକୁ ସୁଯୋଗ ଦେଇଥିଲେ କର୍ତୃପକ୍ଷ ।
ଘଟଣାଟି ଥିଲା ଏମିତି । ଆଜି ଅପରାହ୍ନ ୩ଟା ୩୦ରେ ଏରିଆନା ଆଫଗାନ ବିମାନ ୯ଜଣ ବିମାନ କର୍ମଚାରୀ ଓ ଗୋଟିଏ ଛୋଟ ଛୁଆ ସମେତ ୧୨୪ଜଣଙ୍କୁ ନେଇ କାନ୍ଦାହାର ଅଭିମୁଖେ ଯାତ୍ରା ଆରମ୍ଭ କରିବାର ଥିଲା । ମାତ୍ର ବିମାନ ଉଡାଣର ଅବ୍ୟବହିତ ପୂର୍ବରୁ ଅପହରଣ ଭୟ ରହିଥିବା ନେଇ ସାଇରନ୍‍ ସୁରକ୍ଷା କର୍ମଚାରୀଙ୍କୁ ବିଚଳିତ କରିଦେଇଥିଲା । ବିମାନ ବନ୍ଦର ସୁରକ୍ଷା କର୍ମଚାରୀଙ୍କ ସମେତ ଏନଏସ୍‍ଜି ମଧ୍ୟ ତତ୍କାଳ ବିମାନକୁ ଘେରିଯାଇଥିଲେ । ତା ପରେ ଆରମ୍ଭ ହୋଇଥିଲା ଯାଞ୍ଚ । ଟିକିନିଖି ଯାଞ୍ଚ ପରେ ଜଣାପଡିଲା ଯେ ପାଇଲଟ୍‍ ଭୁଲରେ ହାଇଜାକ୍‍ ବଟନ୍‍ ଉପରେ ହାତ ପକାଇ ଦେଇଥିଲେ ଓ ସେ କାରଣରୁ ସାଇରନ୍‍ ବାଜିଥିଲା । ଏହା ପରେ ଯାଇ ବିମାନକୁ ଉଡାଣ ଅନୁମତି ମିଳିଥିଲା । କିନ୍ତୁ ଅଢେଇ ଘଣ୍ଟାର ଏ ନାଟକ ଆଜି ପୁଣି ଥରେ ବାଜପେୟୀ ସରକାର ସମୟର କାନ୍ଦାହାର ବିମାନ ଅପହରଣ ସ୍ମୃତିକୁ କିଛି ସମୟ ପାଇଁ ତାଜା କରିଦେଇଥିଲା ।

Leave A Reply

Your email address will not be published.