ନୂଆଦିଲ୍ଲୀ : ପାଖାପାଖି ଦୁଇ ଦଶକ ପରେ ଆଜି ପୁଣି କାନ୍ଦାହାର ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ନୂଆଦିଲ୍ଲୀ ବିମାନବନ୍ଦରରେ ଏକ ଆଫଗାନ ବିମାନ କାନ୍ଦାହାର ଯିବା ପୂର୍ବରୁ ପାଇଲଟ୍ ଅପହରଣ ଭୟ ଥିବା ନେଇ ସାଇରନ୍ ଦେବା ପରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ପାଖାପାଖି ଅଢେଇ ଘଣ୍ଟାର ଯାଞ୍ଚ ପରେ ବିମାନକୁ ଉଡିବାକୁ ସୁଯୋଗ ଦେଇଥିଲେ କର୍ତୃପକ୍ଷ ।
ଘଟଣାଟି ଥିଲା ଏମିତି । ଆଜି ଅପରାହ୍ନ ୩ଟା ୩୦ରେ ଏରିଆନା ଆଫଗାନ ବିମାନ ୯ଜଣ ବିମାନ କର୍ମଚାରୀ ଓ ଗୋଟିଏ ଛୋଟ ଛୁଆ ସମେତ ୧୨୪ଜଣଙ୍କୁ ନେଇ କାନ୍ଦାହାର ଅଭିମୁଖେ ଯାତ୍ରା ଆରମ୍ଭ କରିବାର ଥିଲା । ମାତ୍ର ବିମାନ ଉଡାଣର ଅବ୍ୟବହିତ ପୂର୍ବରୁ ଅପହରଣ ଭୟ ରହିଥିବା ନେଇ ସାଇରନ୍ ସୁରକ୍ଷା କର୍ମଚାରୀଙ୍କୁ ବିଚଳିତ କରିଦେଇଥିଲା । ବିମାନ ବନ୍ଦର ସୁରକ୍ଷା କର୍ମଚାରୀଙ୍କ ସମେତ ଏନଏସ୍ଜି ମଧ୍ୟ ତତ୍କାଳ ବିମାନକୁ ଘେରିଯାଇଥିଲେ । ତା ପରେ ଆରମ୍ଭ ହୋଇଥିଲା ଯାଞ୍ଚ । ଟିକିନିଖି ଯାଞ୍ଚ ପରେ ଜଣାପଡିଲା ଯେ ପାଇଲଟ୍ ଭୁଲରେ ହାଇଜାକ୍ ବଟନ୍ ଉପରେ ହାତ ପକାଇ ଦେଇଥିଲେ ଓ ସେ କାରଣରୁ ସାଇରନ୍ ବାଜିଥିଲା । ଏହା ପରେ ଯାଇ ବିମାନକୁ ଉଡାଣ ଅନୁମତି ମିଳିଥିଲା । କିନ୍ତୁ ଅଢେଇ ଘଣ୍ଟାର ଏ ନାଟକ ଆଜି ପୁଣି ଥରେ ବାଜପେୟୀ ସରକାର ସମୟର କାନ୍ଦାହାର ବିମାନ ଅପହରଣ ସ୍ମୃତିକୁ କିଛି ସମୟ ପାଇଁ ତାଜା କରିଦେଇଥିଲା ।
ପ୍ରମୁଖ ଖବର
କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍ରେ ମଦ ବିକ୍ରୟକୁ ଅନୁମତି
ଏଲ୍ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି