ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସେଲଟର ହୋମ ଗୁଡିକରେ ଯୌନ କେଳେଙ୍କାରୀ, ନାବାଳିକା ଚୋରା ଚାଲାଣ ଏବଂ ଧର୍ମାନ୍ତୀକରଣ ରାଜ୍ୟ ସରକାର ପ୍ରୋତ୍ସାହନରେ ଚାଲିଛି । ଏହାକୁ ବିରୋଧ କରି ତୁରନ୍ତ ସେଲଟର ହୋମଗୁଡିକୁ ବନ୍ଦ କରିବା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ଇସ୍ତଫା ଦାବି କରି ରାଜ୍ୟର ସମସ୍ତ ସଦର ମହକୁମାଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ, ପ୍ରତିବାଦ ସଭା ଏବଂ କୁଶପୁତଳିକା ଦାହ କରାଯାଇଛି ବୋଲି ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।
ଏପରି ସେଲଟର ହୋମ ରାଜ୍ୟର ୨୬ଟି ସ୍ଥାନରେ ବେଆଇନ ଭାବେ ଚାଲୁଥିଲା । ସେଥିରେ ୧୫ଟିକୁ ଖୋଦ୍ ରାଜ୍ୟସରକାରଙ୍କ ଅନୁମତି ମିଳିଥିଲା । ମହିଳାମାନଙ୍କ ସୁରକ୍ଷାକୁ ନେଇ ରାଜ୍ୟସରକାର ଆଦୌ ଚିନ୍ତିତ ନୁହଁନ୍ତି । ଏପରିକି ମହିଳାମାନଙ୍କ ସହ ର୍ଦୁବ୍ୟବହାର କରୁଥିବା ଅପରାଧୀମାନଙ୍କୁ ଶାସକ ଦଳର ନେତା ମାନେ ସୁରକ୍ଷା ଯୋଗାଇ ଆସୁଛନ୍ତି ।
ମହିଳା ବିରୋଧୀ ହିଂସାରେ ଓଡିଶା ରେକର୍ଡ କରିଛି । ରାଜ୍ୟସରକାରଙ୍କ ଅପାରଗତା କାରଣରୁ ଦିନକୁ ଦିନ ମହିଳାମାନେ ରାଜ୍ୟରେ ଅସୁରକ୍ଷିତ ହୋଇ ପଡିଲେଣି । ରାଜ୍ୟର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତିକୁ ଆଉ ବିଶ୍ୱାସ କରୁନାହାଁନ୍ତି । ସେଲଟର ହୋମ ଗୁଡିକରେ ଯୌନ କେଳେଙ୍କାରୀ, ନାବାଳିକା ଚୋରା ଚାଲାଣ ପୂରା ମହିଳା ଜାତିକୁ ଅପମାନିତ କରିଛି । ସେଲଟର ହୋମ ନାଁରେ ଫୟାଜ୍ ରେହମାନ ଶହ ଶହ ସଂଖ୍ୟାରେ ନାବାଳିକାଙ୍କୁ ଚୋରା ଚାଲାଣ ଏବଂ ଧର୍ମାନ୍ତୀକରଣ କରି ନିଜର ସଂପତି ବୃଦ୍ଧି କରିବା ଶାସକ ଦଳର ନେତାଙ୍କ ପାଣ୍ଠି ବୃଦ୍ଧି କରିହାରେ ସହାୟକ ହୋଇଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
ଏହି ଦୁଇ ଦିନିଆ ବିକ୍ଷୋଭ ପ୍ରଦର୍ଶନରେ ହଜାର ହଜାର ସଂଖ୍ୟାରେ ମହିଳା ସ୍ୱେଚ୍ଛାକୃତଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ମହିଳା ବିରୋଧୀ ନୀତିକୁ ବିରୋଧ କରିଥିଲେ । ଭୁବନେଶ୍ୱର, କଟକ, ବାରିପଦା, ଯାଜପୁର, ବରଗଡ, ବାଲେଶ୍ୱର, ରାଉରକେଲା, ସୁନ୍ଦରଗଡ, କନ୍ଧମାଳ, କେନ୍ଦୁଝର, ଢେଙ୍କାନାଳ, ସୋନପୁର, ଅନୁଗୁଳ, ବଲାଙ୍ଗୀର, ଝାରସୁଗୁଡା, ଜଗତସିଂହପୁର, ଗଂଜାମ ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି ।
ପ୍ରମୁଖ ଖବର
ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍ପିଜି ଟ୍ୟାଙ୍କର୍