ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସେଲଟର ହୋମ ଗୁଡିକରେ ଯୌନ କେଳେଙ୍କାରୀ, ନାବାଳିକା ଚୋରା ଚାଲାଣ ଏବଂ ଧର୍ମାନ୍ତୀକରଣ ରାଜ୍ୟ ସରକାର ପ୍ରୋତ୍ସାହନରେ ଚାଲିଛି । ଏହାକୁ ବିରୋଧ କରି ତୁରନ୍ତ ସେଲଟର ହୋମଗୁଡିକୁ ବନ୍ଦ କରିବା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ଇସ୍ତଫା ଦାବି କରି ରାଜ୍ୟର ସମସ୍ତ ସଦର ମହକୁମାଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ, ପ୍ରତିବାଦ ସଭା ଏବଂ କୁଶପୁତଳିକା ଦାହ କରାଯାଇଛି ବୋଲି ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।
ଏପରି ସେଲଟର ହୋମ ରାଜ୍ୟର ୨୬ଟି ସ୍ଥାନରେ ବେଆଇନ ଭାବେ ଚାଲୁଥିଲା । ସେଥିରେ ୧୫ଟିକୁ ଖୋଦ୍ ରାଜ୍ୟସରକାରଙ୍କ ଅନୁମତି ମିଳିଥିଲା । ମହିଳାମାନଙ୍କ ସୁରକ୍ଷାକୁ ନେଇ ରାଜ୍ୟସରକାର ଆଦୌ ଚିନ୍ତିତ ନୁହଁନ୍ତି । ଏପରିକି ମହିଳାମାନଙ୍କ ସହ ର୍ଦୁବ୍ୟବହାର କରୁଥିବା ଅପରାଧୀମାନଙ୍କୁ ଶାସକ ଦଳର ନେତା ମାନେ ସୁରକ୍ଷା ଯୋଗାଇ ଆସୁଛନ୍ତି ।
ମହିଳା ବିରୋଧୀ ହିଂସାରେ ଓଡିଶା ରେକର୍ଡ କରିଛି । ରାଜ୍ୟସରକାରଙ୍କ ଅପାରଗତା କାରଣରୁ ଦିନକୁ ଦିନ ମହିଳାମାନେ ରାଜ୍ୟରେ ଅସୁରକ୍ଷିତ ହୋଇ ପଡିଲେଣି । ରାଜ୍ୟର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତିକୁ ଆଉ ବିଶ୍ୱାସ କରୁନାହାଁନ୍ତି । ସେଲଟର ହୋମ ଗୁଡିକରେ ଯୌନ କେଳେଙ୍କାରୀ, ନାବାଳିକା ଚୋରା ଚାଲାଣ ପୂରା ମହିଳା ଜାତିକୁ ଅପମାନିତ କରିଛି । ସେଲଟର ହୋମ ନାଁରେ ଫୟାଜ୍ ରେହମାନ ଶହ ଶହ ସଂଖ୍ୟାରେ ନାବାଳିକାଙ୍କୁ ଚୋରା ଚାଲାଣ ଏବଂ ଧର୍ମାନ୍ତୀକରଣ କରି ନିଜର ସଂପତି ବୃଦ୍ଧି କରିବା ଶାସକ ଦଳର ନେତାଙ୍କ ପାଣ୍ଠି ବୃଦ୍ଧି କରିହାରେ ସହାୟକ ହୋଇଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
ଏହି ଦୁଇ ଦିନିଆ ବିକ୍ଷୋଭ ପ୍ରଦର୍ଶନରେ ହଜାର ହଜାର ସଂଖ୍ୟାରେ ମହିଳା ସ୍ୱେଚ୍ଛାକୃତଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ମହିଳା ବିରୋଧୀ ନୀତିକୁ ବିରୋଧ କରିଥିଲେ । ଭୁବନେଶ୍ୱର, କଟକ, ବାରିପଦା, ଯାଜପୁର, ବରଗଡ, ବାଲେଶ୍ୱର, ରାଉରକେଲା, ସୁନ୍ଦରଗଡ, କନ୍ଧମାଳ, କେନ୍ଦୁଝର, ଢେଙ୍କାନାଳ, ସୋନପୁର, ଅନୁଗୁଳ, ବଲାଙ୍ଗୀର, ଝାରସୁଗୁଡା, ଜଗତସିଂହପୁର, ଗଂଜାମ ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି ।
ପ୍ରମୁଖ ଖବର
ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ