ଭୁବନେଶ୍ୱର: ଥରେ କି ଦୁଇଥର ନୁହେଁ, ମାସକ ମଧ୍ୟରେ ତିନି ଥର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କୁ ଏହି ଗସ୍ତ ଓଡ଼ିଶା ବିଜେପି ପାଇଁ ଲାଭ ତୁଳନାରେ ବିପର୍ଯ୍ୟୟ ଆଣିଥିବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଠିକ୍ ଏମିତି ଏକ ସମୟରେ ଆଜି ବିଜେପି ପ୍ରଭାରୀ ଅରୁଣ ସିଂହ କହିଛନ୍ତି, ଆସନ୍ତା୨୯ ଓ ୩ ତାରିଖରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡିଶା ଆସିବେ । ଅସୁସ୍ଥ କାରଣରୁ ଶାହଙ୍କ ମାହାଙ୍ଗା ଗସ୍ତ ବାତିଲ ହୋଇଥିଲା । ଏବେ ସେ ଏହାକୁ ଭରଣା କରିବା ଲାଗି ୨୯ ତାରିଖ ଦିନ ସାଲେପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଆସୁଛନ୍ତି । ସେହିଭଳି ଜନଜାତି ସମ୍ମିଳନୀରେ ଯୋଗଦେବା ଲାଗି ସେ ଆସନ୍ତା ୩ ତାରିଖରେ ପୁରୀ ଆସୁଥିବା ସୂଚନା ମିଳିଛି । ଶ୍ରୀ ସିଂହ ଆଜି ଆହୁରି କହିଛନ୍ତି ଯେ ବିଜେପି ଫୋକସରେ ଓଡିଶା ଅଛି । ମିସନ ୧୨୦ ଦୋହରାଇବା ସହିତ ଆସନ୍ତା ଦିନରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଆସିବେ ବୋଲି ସେ ଏହି ଅବସରରେ ସୂଚନା ଦେଇଥିଲେ ।
ପ୍ରମୁଖ ଖବର
ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ
ହରଭଜନ ସିଂଙ୍କ ଘର କାନ୍ଥରେ ଦେଶଦ୍ରୋହୀ ଲେଖିଲେ ଆପ କର୍ମୀ
ଭବାନୀପୁରରେ ଟିଏମସି ସମ୍ପୂର୍ଣ୍ଣ ସଫା ହେବ ହେବ କହିଲେ ଶୁଭେନ୍ଦୁ ଅଧିକାରୀ
ଶାହଙ୍କ ମନ୍ତବ୍ୟକୁ ନେଇ ମମତାଙ୍କ ତୀବ୍ର ପ୍ରତିକ୍ରିୟା, ଆଇନଗତ ମାମଲା ରୁଜୁ ଚେତାବନୀ
ଇସ୍ପାତ୍ ରାଜଧାନୀ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ
ରାଜସ୍ଥାନରେ କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ୪ ଜୀବନ୍ତ ଦଗ୍ଧ