ଭୁବନେଶ୍ୱର: ସାମ୍ୱାଦିକ କପିଳେନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣ ଘଟଣାରେ ଆଜି ସାମ୍ୱାଦିକମାନେ ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଭେଟି ପ୍ରତିବାଦ ଜଣାଇବା ସହିତ ତତ୍କାଳ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଶନିବାର କେଉଁଭଳି ପରିସ୍ଥିତିରେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରୁଥିବା କିଛି ଯୁବକଙ୍କୁ ବାରଣ କରାଯିବା ପରେ ସାମ୍ୱାଦିକଙ୍କୁ ଆକ୍ରମଣ କରାଗଲା ଓ ପୁଲିସ ନିରବଦ୍ରଷ୍ଟା ସାଜିଲା, ସେ ନେଇ ସାମ୍ୱାଦିକ ପ୍ରତିନିଧିମାନେ ଡିଜିଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଜଣାଇଥିଲେ । ସାମ୍ୱାଦିକମାନଙ୍କୁ ବାରମ୍ୱାର ଆକ୍ରମଣ ଘଟଣାର ଏଥିରେ ଦୃଢ ନିନ୍ଦା କରାଯାଇଥିଲା । ବିନା କୌଣସି ଭୟରେ ଅଭିଯୁକ୍ତିମାନେ କିଭଳି ପୁଲିସ ସହିତ ଥଟ୍ଟାମଜା କରିଥିଲେ ସେ ନେଇ ସାମ୍ୱାଦିକମାନେ ବିସ୍ମୟ ପ୍ରକଟ କରିବା ସହିତ କମିସନରେଟ ପୁଲିସର ହୁଗୁଳା ବ୍ୟବସ୍ଥା ଆଡକୁ ଆଙ୍ଗୁଳି ଉଠାଇଥିଲେ । ଡିଜି ସ୍ମାରକପତ୍ର ଗ୍ରହଣ କରିବା ସହିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସାମ୍ୱାଦିକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଘଟଣାର ତଦନ୍ତ ଜଣେ ଦକ୍ଷ ଅଫିସରଙ୍କ ଦ୍ୱାରା କରାଯିବ ଓ ସବୁ ସିନେମା ହଲରେ ସୁରକ୍ଷା ଯାଞ୍ଚ ନେଇ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଶର୍ମା ସାମ୍ୱାଦିକମାନଙ୍କୁ ସୂଚନା ଦେଇଥିଲେ ।
ଏହି ପ୍ରତିନିଧିଦଳରେ ବରିଷ୍ଠ ସାମ୍ୱାଦିକ କେ ରବି, ଗୋପାଳ ମହାପାତ୍ର, ଧୀରେନ୍ଦ୍ର ନାରାୟଣ ମିଶ୍ର, ଶିବ ମହାନ୍ତି, ପ୍ରଦ୍ୟୁମ୍ନ ଶତପଥୀ, ରାମଚଣ୍ଡୀ ପ୍ରସାଦ ସିଂହ, ପ୍ରବୀର ପ୍ରଧାନ ପ୍ରମୁଖ ସାମିଲ ହୋଇ ଡିଜିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ମିଳିଥିବ ସୂଚନା ଅନୁସାରେ, ପୁଲିସ ଏହି ଘଟଣାରେ ୩ ଜଣ ଛାତ୍ରଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
ପ୍ରମୁଖ ଖବର
୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ