ପ୍ରମୁଖ ଖବର

ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ
ବେଙ୍ଗାଲୁରୁ ଦଳାଚକଟା ପାଇଁ ବିରାଟ୍‌ କୋହଲି ଦାୟୀ, କର୍ଣ୍ଣାଟକ ସରକାର
ତତ୍ପର ହେଲା ଗଣଶିକ୍ଷା ବିଭାଗ
ମହିଳା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ପୁଣି ଛାତ୍ରୀଙ୍କୁ ନିର୍ଯ୍ୟାତନା: ଅଧ୍ୟାପକ ଗିରଫ
କନ୍ଧମାଳରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ
ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଟିଡିପି ପରେ ଟିଏମ୍‍ସିର ଆଖି

0

ଭୁବନେଶ୍ୱର: କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ଗାଦିଚ୍ୟୁତ କରିବା ଲାଗି ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ବିରୋଧୀ ନେତାମାନଙ୍କର ମହାମିଳନ କରିଥିଲେ । ଏହାର ଦିନ ୧୦ଟା ଯାଇନି, ଆଜି ତୃଣମୂଳ କଂଗ୍ରେସ ସାଂସଦ ଡେରିକ୍‍ ଓ ବ୍ରେନ ଭୁବନେଶ୍ୱରରେ ଘୋଷଣା କରିଛନ୍ତି ଯେ ଓଡ଼ିଶାରେ ଆସନ୍ତା ନିର୍ବାଚନରେ ଦଳ ପ୍ରାର୍ଥୀ ଦେବ । ଖୁବ ଶୀଘ୍ର ଏ ନେଇ ଦଳ ପକ୍ଷରୁ ଘୋଷଣା କରାଯିବ । ପୂର୍ବରୁ ପଡୋଶୀ ଆନ୍ଧ୍ରପ୍ରଦେଶ ତେଲଗୁ ଦେଶମ ପାର୍ଟି ନେତା ଚନ୍ଦ୍ରବାବୁ ନାଇଡୁ ଓଡ଼ିଶାରେ ପ୍ରାର୍ଥୀ ଦେବା ନେଇ ଘୋଷଣା କରିଥିଲେ ।
ଉଭୟ ଦଳର ସଂଗଠନ ଓଡ଼ିଶାରେ ସେଭଳି ନାହିଁ । ରାଜ୍ୟ ରାଜନୀତିର ଆଗଧାଡିର କୌଣସି ନେତା ମଧ୍ୟ ନାହାନ୍ତି । ଏହା ସତ୍ତ୍ୱେ ଏମାନେ ଓଡ଼ିଶାରେ ନିର୍ବାଚନ ରାଜନୀତିକୁ ଓହ୍ଲାଇବାକୁ ସାହସ ଦେଖାଇବାକୁ ଅନେକ ଗୁରୁତ୍ୱ ଦେଉଛନ୍ତି । ରାଜନୈତିକ ମହଲର କହିବା କଥା ହେଉଛି, ଆସନ୍ତା ନିର୍ବାଚନରେ ହଜାରେ ଦୁଇହଜାର ଭୋଟ ବି ଅନେକ ନେତାଙ୍କ ପାଇଁ ଫରକ ରଖିବ । ସେ ଦୃଷ୍ଟିକୋଣରୁ ଏସବୁ ଦଳ ଭୋଟ ଯୋଡିବାରେ ନୁହେଁ, ବରଂ ବିଭାଜନ କରିବାରେ ସାହାଯ୍ୟ କରିପାରନ୍ତି ।
ଏହି ମହଲର ଆହୁରି କହିବା କଥା ହେଉଛି, ଉଭୟ ଦଳର ବଡ଼ ଶତ୍ରୁ ବିଜେପି । ଏଣୁ ଏସବୁ ଦଳ ରାଜ୍ୟ ସରକାରଙ୍କ ବିରୋଧୀ ଭୋଟରେ ଭାଗ ବସାଉଥିଲେ ହେଁ, ଯେହେତୁ ଏହା ଗେରୁଆ ଆଡକୁ ଯିବ ନାହିଁ ବରଂ କଂଗ୍ରେସ ବି ଲାଭଦାୟକ ହେବ ।

Leave A Reply

Your email address will not be published.