ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଟିଡିପି ପରେ ଟିଏମ୍‍ସିର ଆଖି

0

ଭୁବନେଶ୍ୱର: କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ଗାଦିଚ୍ୟୁତ କରିବା ଲାଗି ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ବିରୋଧୀ ନେତାମାନଙ୍କର ମହାମିଳନ କରିଥିଲେ । ଏହାର ଦିନ ୧୦ଟା ଯାଇନି, ଆଜି ତୃଣମୂଳ କଂଗ୍ରେସ ସାଂସଦ ଡେରିକ୍‍ ଓ ବ୍ରେନ ଭୁବନେଶ୍ୱରରେ ଘୋଷଣା କରିଛନ୍ତି ଯେ ଓଡ଼ିଶାରେ ଆସନ୍ତା ନିର୍ବାଚନରେ ଦଳ ପ୍ରାର୍ଥୀ ଦେବ । ଖୁବ ଶୀଘ୍ର ଏ ନେଇ ଦଳ ପକ୍ଷରୁ ଘୋଷଣା କରାଯିବ । ପୂର୍ବରୁ ପଡୋଶୀ ଆନ୍ଧ୍ରପ୍ରଦେଶ ତେଲଗୁ ଦେଶମ ପାର୍ଟି ନେତା ଚନ୍ଦ୍ରବାବୁ ନାଇଡୁ ଓଡ଼ିଶାରେ ପ୍ରାର୍ଥୀ ଦେବା ନେଇ ଘୋଷଣା କରିଥିଲେ ।
ଉଭୟ ଦଳର ସଂଗଠନ ଓଡ଼ିଶାରେ ସେଭଳି ନାହିଁ । ରାଜ୍ୟ ରାଜନୀତିର ଆଗଧାଡିର କୌଣସି ନେତା ମଧ୍ୟ ନାହାନ୍ତି । ଏହା ସତ୍ତ୍ୱେ ଏମାନେ ଓଡ଼ିଶାରେ ନିର୍ବାଚନ ରାଜନୀତିକୁ ଓହ୍ଲାଇବାକୁ ସାହସ ଦେଖାଇବାକୁ ଅନେକ ଗୁରୁତ୍ୱ ଦେଉଛନ୍ତି । ରାଜନୈତିକ ମହଲର କହିବା କଥା ହେଉଛି, ଆସନ୍ତା ନିର୍ବାଚନରେ ହଜାରେ ଦୁଇହଜାର ଭୋଟ ବି ଅନେକ ନେତାଙ୍କ ପାଇଁ ଫରକ ରଖିବ । ସେ ଦୃଷ୍ଟିକୋଣରୁ ଏସବୁ ଦଳ ଭୋଟ ଯୋଡିବାରେ ନୁହେଁ, ବରଂ ବିଭାଜନ କରିବାରେ ସାହାଯ୍ୟ କରିପାରନ୍ତି ।
ଏହି ମହଲର ଆହୁରି କହିବା କଥା ହେଉଛି, ଉଭୟ ଦଳର ବଡ଼ ଶତ୍ରୁ ବିଜେପି । ଏଣୁ ଏସବୁ ଦଳ ରାଜ୍ୟ ସରକାରଙ୍କ ବିରୋଧୀ ଭୋଟରେ ଭାଗ ବସାଉଥିଲେ ହେଁ, ଯେହେତୁ ଏହା ଗେରୁଆ ଆଡକୁ ଯିବ ନାହିଁ ବରଂ କଂଗ୍ରେସ ବି ଲାଭଦାୟକ ହେବ ।

Leave A Reply

Your email address will not be published.