ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ମାର୍ଚ୍ଚ ପ୍ରଥମ ସପ୍ତାହରେ ହୋଇପାରେ ନିର୍ବାଚନ ତାରିଖ ଘୋଷଣା

0

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରି ୨୮ ତାରିଖ ପରେ ଯେ କୌଣସି ଦିନ ଭାରତର ନିର୍ବାଚନ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି । ଆଜି ଏଭଳି ସୂଚନା ମିଳିଛି । ଏହି ସମୟ ସୁଦ୍ଧା ସମସ୍ତ ବଦଳି ପ୍ରକ୍ରିୟା ଓ ପ୍ରଶାସନିକ ପ୍ରସ୍ତୁତି ଶେଷ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଛି ।
ନିର୍ବାଚନ କମିସନଙ୍କ ଏଭଳି ସଙ୍କେତ ପରେ ଆସନ୍ତା ମାର୍ଚ ପ୍ରଥମ ସପ୍ତାହରେ ନିର୍ବାଚନ କମିସନ ଆଦର୍ଶ ଆଚରଣ ବିଧି ଲାଗୁ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି ।
ଉଲ୍ଲେଖଥାଉକି, ନିର୍ବାଚନ ପାଇଁ କେଉଁ ରାଜ୍ୟରେ କେତେ ପରିମାଣରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ସେ ନେଇ ଆସନ୍ତା ଫେବ୍ରୁଆରି ଦ୍ୱିତୀୟ ସପ୍ତାହରେ ନିର୍ଣ୍ଣୟ ହୋଇପାରେ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଏଥିପାଇଁ ସ୍ୱତନ୍ତ୍ର ବୈଠକ ଡାକିଥିବା ସୂଚନା ମିଳୁଛି ।

Leave A Reply

Your email address will not be published.