ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୨୦୨୩ କ୍ରିକେଟ୍‍ ବିଶ୍ୱକପ୍‍ ଭାରତରେ

0

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ପୁରୁଷ ବିଶ୍‍କପ୍‍ କ୍ରିକେଟ୍‍ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏମିତି ସମୟରେ ୨୦୨୩ରେ ଭାରତରେ ବିଶ୍ୱକପ୍‍ କ୍ରିକେଟ୍‍ ଖେଳ ହେବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଉଥିଲା ତାହା ଆପାତତଃ ଟଳି ଯଇଛି । ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ସୂଚନା ଦେଇଛନ୍ତି ଯେ ଭାରତରେ ଏହି ମ୍ୟାଚ ଆୟୋଜନ ପାଇଁ କୌଣସି ବିପଦ ନାହିଁ । କୋକାକୋଲା ସହିତ ୫ ବର୍ଷର ଚୁକ୍ତି କରି ରିଚାର୍ଡସନ୍‍ କହିଥିଲେ,ବିଶ୍ୱ କ୍ରିକେଟ୍‍ରେ ଶୁକ୍‍୍ଳ ଛାଡ କରାଯିବା ଅନେକ ମହତ୍ୱ ରଖେ । କିନ୍ତୁ ଛାଡ ନ ମିଳିଲେ ଯେ ବିଶ୍ୱକପ୍‍ ଖେଳାଯିବ ନାହିଁ, ଏମିତି ନୁହେଁ । ଏବେ ବି ଆଇସିସି ଅପେକ୍ଷା କରିଛି ଶୁଳ୍କ ଛାଡ ହେବ ।
ଉଲ୍ଲେଖଥାଉକି, ଭାରତ ସରକାର ଆଇସିସିକୁ ଶୁଳ୍କ ଛାଡ କରୁନଥିବା ପ୍ରସଙ୍ଗକୁ ନେଇ ବିତର୍କ ମୁଣ୍ଡ ଟେକିଛି । ୨୦୧୬ରେ ଭାରତ ଆଇସିସି ଟ୍ୱେଣ୍ଟି-୨୦ ଆୟୋଜନ କରିିଥିଲା କିନ୍ତୁ ଶୁଳ୍କ ଛାଡ ଲାଗି ମନା କରିଥିଲା । ଫଳରେ ବିସିସିଆଇଠାରୁ ଆଇସିସି ୧୬୧ କୋଟି ଦାବି କରିଥିଲା । ୨୦୨୩ ବିଶ୍ୱକପ୍‍ ଆୟୋଜନ ଭାରତ ହରାଇପାରେ ବୋଲି ଖୋଲା ଧମକ ଦେଇଥିଲା ।

Leave A Reply

Your email address will not be published.