ପ୍ରମୁଖ ଖବର

ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌
ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

ମନାଇବା ପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି

0

ଭୁବନେଶ୍ୱର: ଚାଷୀମାଙ୍କ ସହିତ ଆଲୋଚନା କରିବା ଲାଗି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଥିଲା । ନିର୍ବାଚନକୁ ଦେଖି ମୁଣ୍ଡଟେକୁଥିବା ଅସନ୍ତୁଷ୍ଟ ସଂଗଠନଙ୍କୁ ବୁଝାଇବା ସହିତ ସେମାନଙ୍କ ସମସ୍ୟାର ସମାଧାନ ଲାଗି ଆଜି ରାଜ୍ୟ ସରକାର ଆଉ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ଦାୟିତ୍ୱରେ ମଧ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣଙ୍କୁ ରଖାଯାଇଛି । ତାଙ୍କ ସହିତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସାମଲ ଏହି କମିଟିରେ ସଦସ୍ୟ ଅଛନ୍ତି ।
ନିର୍ବାଚନ ଆଗରୁ ଏବେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଚିଟ୍‍ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପର୍ଯ୍ୟନ୍ତ ଶତାଧିକ ସଂଗଠନ ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ କରିଦେଲେଣି । ବିଧାନସଭା ଆସନ୍ତା ୪ ତାରିଖରେ ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ଏମାନଙ୍କ ଜିଦ ବଢିପାରେ । ନିର୍ବାଚନ ବେଳେ ଏମାନେ ସରକାରଙ୍କୁ ଅକଳରେ ପକାଇ ପାରନ୍ତି । ଏହାକୁ ଦୃଷ୍ଟିରେ ଏସବୁ ସଂଗଠନ ସହ ତୁରନ୍ତ ଆଲୋଚନା କରି ସମାଧାନ ରାସ୍ତା କାଢିବା ଲାଗି ଏହି କମିଟି ଗଠନ ହୋଇଥିବା କୁହାଯାଉଛି । ଏଠାରେ ପ୍ରକାଶଥାଉକି, ରାଜ୍ୟ ଅଣଗେଜେଟେଡ୍‍ କର୍ମଚାରୀ ସମନ୍ୱୟ ସମିତି ମଧ୍ୟ ଦୁଇ ଦିନ ତଳେ ଗୃହ ବିଭାଗ ବିରୋଧରେ ଅସନ୍ତୋଷ ଝାଡିଥିଲା ।

Leave A Reply

Your email address will not be published.