ଭୁବନେଶ୍ୱର: ଚାଷୀମାଙ୍କ ସହିତ ଆଲୋଚନା କରିବା ଲାଗି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଥିଲା । ନିର୍ବାଚନକୁ ଦେଖି ମୁଣ୍ଡଟେକୁଥିବା ଅସନ୍ତୁଷ୍ଟ ସଂଗଠନଙ୍କୁ ବୁଝାଇବା ସହିତ ସେମାନଙ୍କ ସମସ୍ୟାର ସମାଧାନ ଲାଗି ଆଜି ରାଜ୍ୟ ସରକାର ଆଉ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ଦାୟିତ୍ୱରେ ମଧ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣଙ୍କୁ ରଖାଯାଇଛି । ତାଙ୍କ ସହିତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସାମଲ ଏହି କମିଟିରେ ସଦସ୍ୟ ଅଛନ୍ତି ।
ନିର୍ବାଚନ ଆଗରୁ ଏବେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପର୍ଯ୍ୟନ୍ତ ଶତାଧିକ ସଂଗଠନ ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ କରିଦେଲେଣି । ବିଧାନସଭା ଆସନ୍ତା ୪ ତାରିଖରେ ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ଏମାନଙ୍କ ଜିଦ ବଢିପାରେ । ନିର୍ବାଚନ ବେଳେ ଏମାନେ ସରକାରଙ୍କୁ ଅକଳରେ ପକାଇ ପାରନ୍ତି । ଏହାକୁ ଦୃଷ୍ଟିରେ ଏସବୁ ସଂଗଠନ ସହ ତୁରନ୍ତ ଆଲୋଚନା କରି ସମାଧାନ ରାସ୍ତା କାଢିବା ଲାଗି ଏହି କମିଟି ଗଠନ ହୋଇଥିବା କୁହାଯାଉଛି । ଏଠାରେ ପ୍ରକାଶଥାଉକି, ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି ମଧ୍ୟ ଦୁଇ ଦିନ ତଳେ ଗୃହ ବିଭାଗ ବିରୋଧରେ ଅସନ୍ତୋଷ ଝାଡିଥିଲା ।
ପ୍ରମୁଖ ଖବର
‘ଜୁନ୍ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର