ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ବିଜେଡି ନେତାଙ୍କୁ ନୋଟିସ କରି ଓଡ଼ିଶାରେ ସିବିଆଇ ଚର୍ଚ୍ଚାରେ ରହିଛି । ପଶ୍ଚିମବଙ୍ଗ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସିବିଆଇର କାର୍ଯ୍ୟକୁ ନେଇ ବିତର୍କ ମୁଣ୍ଡ ଟେକିଛି । ଏମିତି ଏକ ସମୟରେ ସିବିଆଇର ଅନ୍ତରୀଣ ମୁଖ୍ୟ ତଥା ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲାରୁ ଆଉ ଜଣେ ବିଚାରପତି ଓହରି ଯାଇଛନ୍ତି । ଆଜି ଜଷ୍ଟିସ ଏନଭି ରମଣ ଏହି ଶୁଣାଣିରେ ରହିବେ ନାହିଁ ବୋଲି ଜଣାଇ ଦେଇଛନ୍ତି । ପୂର୍ବରୁ ପ୍ରଧାନ ବିଚାରପତି ରଂଜନ ଗୋଗେଇ ଏବଂ ଜଷ୍ଟିସ ସିକ୍ରି ମଧ୍ୟ ଅନୁରୂପ ପଦକ୍ଷେପ ନେଇଥିଲେ । ସ୍ୱେଚ୍ଛାସେବା କମନ୍ କଜ୍ ପକ୍ଷରୁ ନାଗେଶ୍ୱରଙ୍କୁ ବିରୋଧ କରିି ମାମଲା ରୁଜୁ ହୋଇଛି ।
ଅନ୍ୟପଟରେ, ପୂର୍ବତନ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ମିଳିଥିବା ନୂଆ ଦାୟିତ୍ୱ ସେ ଗ୍ରହଣ କରିବାକୁ ମନା କରିଦେଇଥିବାରୁ ତାଙ୍କ ବଦଳି ଅାଦେଶକୁ ମାନିନଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ପ୍ରକାଶଥାଉକି, ଶ୍ରୀ ବର୍ମାଙ୍କୁ ଅଗ୍ନିଶମ ବିଭାଗର ଡିଜି ଭାବେ ନିଯୁକ୍ତି ଦିଆଯାଇଥିଲା । ମାତ୍ର ସେ ଦାୟିତ୍ୱ ନେବା ବଦଳରେ ଇସ୍ତଫା ଦେଇଥିଲେ ।
ପ୍ରମୁଖ ଖବର
କିସ୍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି