ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ବିଜେଡି ନେତାଙ୍କୁ ନୋଟିସ କରି ଓଡ଼ିଶାରେ ସିବିଆଇ ଚର୍ଚ୍ଚାରେ ରହିଛି । ପଶ୍ଚିମବଙ୍ଗ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସିବିଆଇର କାର୍ଯ୍ୟକୁ ନେଇ ବିତର୍କ ମୁଣ୍ଡ ଟେକିଛି । ଏମିତି ଏକ ସମୟରେ ସିବିଆଇର ଅନ୍ତରୀଣ ମୁଖ୍ୟ ତଥା ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲାରୁ ଆଉ ଜଣେ ବିଚାରପତି ଓହରି ଯାଇଛନ୍ତି । ଆଜି ଜଷ୍ଟିସ ଏନଭି ରମଣ ଏହି ଶୁଣାଣିରେ ରହିବେ ନାହିଁ ବୋଲି ଜଣାଇ ଦେଇଛନ୍ତି । ପୂର୍ବରୁ ପ୍ରଧାନ ବିଚାରପତି ରଂଜନ ଗୋଗେଇ ଏବଂ ଜଷ୍ଟିସ ସିକ୍ରି ମଧ୍ୟ ଅନୁରୂପ ପଦକ୍ଷେପ ନେଇଥିଲେ । ସ୍ୱେଚ୍ଛାସେବା କମନ୍ କଜ୍ ପକ୍ଷରୁ ନାଗେଶ୍ୱରଙ୍କୁ ବିରୋଧ କରିି ମାମଲା ରୁଜୁ ହୋଇଛି ।
ଅନ୍ୟପଟରେ, ପୂର୍ବତନ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ମିଳିଥିବା ନୂଆ ଦାୟିତ୍ୱ ସେ ଗ୍ରହଣ କରିବାକୁ ମନା କରିଦେଇଥିବାରୁ ତାଙ୍କ ବଦଳି ଅାଦେଶକୁ ମାନିନଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ପ୍ରକାଶଥାଉକି, ଶ୍ରୀ ବର୍ମାଙ୍କୁ ଅଗ୍ନିଶମ ବିଭାଗର ଡିଜି ଭାବେ ନିଯୁକ୍ତି ଦିଆଯାଇଥିଲା । ମାତ୍ର ସେ ଦାୟିତ୍ୱ ନେବା ବଦଳରେ ଇସ୍ତଫା ଦେଇଥିଲେ ।
ପ୍ରମୁଖ ଖବର
ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍ୱେରେ ଜଳିଗଲା ସ୍ଲିପର ବସ୍, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ