ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଛାଇଗଲେ ମାଓବାଦୀ, ଉପସ୍ଥିତି ଜଣାଇଲେ

0

ଭୁବନେଶ୍ୱର: ଭାରତ ବନ୍ଦ ଆଳରେ ରାଜ୍ୟରେ ପୁଣି ଥରେ ମାଓବାଦୀମାନେ ତାଙ୍କ ଉପସ୍ଥିତି ଜାହିର କରିଛନ୍ତି । ରାୟଗଡା-ବିଷମକଟକରେ ଗୁରୁବାର ସକାଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ । ବିଷମ କଟକ ଥାନା ଅଧିକାରୀ ଚତୁର୍ଭୁଜ ନାୟକ ଅଳ୍ପକେ ରକ୍ଷା ପାଇଯାଇଥିଲେ । ପରେ ପୋତା ଯାଇଥିବା ଆଉ ଏକ ଲ୍ୟାଣ୍ଡମାଇନକୁ ପୁଲିସ ଠାବ କରିଥିଲା ।
ସେହିଭଳି କଳାହାଣ୍ଡି ମଦନପୁର ରାମପୁରରେ ମାଓବାଦୀ ଏକ ଠିକା କମ୍ପାନିର ଜେସିବି ପୋଡିି ଦେଇଛନ୍ତି । ୪୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଗଛକାଟି ରାସ୍ତା ଅବରୋଧ କରିବା ସହିତ ଏଆରଏସ୍‍ଏସର ଏହି ଜେସିବିକୁ ପୋଡିଦେଇଥିଲେ । ତେବେ ଏହି ଘଟଣା ଘଟାଇବା ସହିତ ମାଓବାଦୀମାନେ ଖବର ଦାତାଙ୍କୁ ଅର୍ଥାତ୍‍ ପୁଲିସକୁ ଯେଉଁମାନେ ତଥ୍ୟ ଦେଉଛନ୍ତି, ସେମାନଙ୍କୁ ଧମକ ଦେଇଛନ୍ତି । ଗତ ସୋମବାର ଦିନ ମଦନପୁର ରାମପୁରର ଉର୍ଲାଦାନି ପଞ୍ଚାୟତର ଅନୀଲ ମାଝୀଙ୍କୁ ଖବରଦାତା ବୋଲି ସନ୍ଦେହ କରି ହତ୍ୟା କରିଥିଲେ ।
କେବଳ ସେତିକି ନୁହେଁ, କନ୍ଧମାଳ ଜିଲ୍ଲାରେ ମଧ୍ୟ ସେମାନେ ସକ୍ରିୟ ଥବା ଜଣାପଡିଛି । ଦାରିଙ୍ଗିବାଡି ବ୍ଲକର ବିଭିନ୍ନ ସ୍ଥାନରେ ଗଛ ପକାଇ ସେମାନେ ରାସ୍ତା ଅବରୋଧ କରିଥିଲେ ।

Leave A Reply

Your email address will not be published.