ପ୍ରମୁଖ ଖବର

ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌
ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

ପୂର୍ବତଟ ରେଳବାଇକୁ ୭,୦୧୦ କୋଟି

0

ରେଳ ବଜେଟରେ ପୂର୍ବତଟ ରେଳବାଇକୁ୭ ହଜାର ୧୦ କୋଟି ଟଙ୍କା ଅନୁଦାନ ମିଳିଛି । ଯାହାକି ଗତବର୍ଷ ଅପେକ୍ଷା ୧୩ ପ୍ରତିଶତ ଅଧିକ ଅର୍ଥ ମିଳିଛି । ନୂଆ ଲାଇନ୍ ପାଇଁ ବଜେଟରେ ୨ ହଜାର ୬୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ହରିଦାସପୁର-ପାରାଦୀପ ଲାଇନ୍ ପାଇଁ ସର୍ବାଧିକ ୪୦୦ କୋଟି ଟଙ୍କା,ଖୋର୍ଦ୍ଧା-ବଲାଙ୍ଗର ଲାଇନ୍ ପାଇଁ ୩୫୦ କୋଟି, ଅନୁଗୁଳ-ସୁକିନ୍ଦା ରୋଡ୍ ଲାଇନ୍ ପାଇଁ ୨୫୦ କୋଟି, ତେଳଚେର-ବିମଳାଗଡ ଲାଇନ୍ ପାଇଁ ୧୫୦ କୋଟି, ଜୟପୁର-ମାଲକାନାଗିରି ଲାଇନ୍ ପାଇଁ ୭୦ କୋଟି ଏବଂ ଜୟପୁର-ନବରଙ୍ଗପୁର ଲାଇନ୍ ପାଇଁ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଦୋହରିକରଣରେ ସମ୍ବଲପୁର-ତାଳଚେର ଲାଇନ୍ ପାଇଁ ୨୪୯ କୋଟି, ସମ୍ବଲପୁର-ଟିଟିଲାଗଡ ଲାଇନ୍ ପାଇଁ ୧୭୦ କୋଟି, ବିଜୟନଗରମ୍-ସମ୍ବଲପୁର ଲାଇନ୍ ପାଇଁ ୩୫୦ କୋଟି, କୋରାପୁଟ-ସିଙ୍ଗାପୁର ରୋଡ୍ ପାଇଁ ୨୦୫ କୋଟି, ରାଉରକେଲା-ଝାରସୁଗୁଡା ଲାଇନ୍ ପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

Leave A Reply

Your email address will not be published.