ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ୨୬ରେ ଆଧାର ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ସୁପ୍ରିମକୋର୍ଟ ଆଧାରର ସାମ୍ବାଧାନିକ ବୈଧତା ବଜାୟ ରଖିଥିଲେ। କିନ୍ତୁ ବ୍ୟାଙ୍କ ଖାତା, ମୋବାଇଲ୍ ଫୋନ୍ ଓ ସ୍କୁଲ୍ରେ ନାମଲେଖା ପାଇଁ ଆଧାର ବାଧ୍ୟତାମୂଳକ କରାଯାଇପାରିବ ନାହିଁ ବୋଲି ନିର୍ଦେଶ ଦେଇଥିଲେ।ବିଚାରପତି ଏ କେ ସିକ୍ରି ଓ ଏସ୍ ଅବଦୁଲ୍ ନାଜରିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି, ଟିକସ ରିଟର୍ଣ୍ଣ ଫାଇଲ୍ କରିବା ପାଇଁ ପାନ୍ କାର୍ଡ ସହ ଆଧାର ଲିଙ୍କ୍ କରିବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ କେନ୍ଦ୍ର ସରକାର କରିଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦେଶ ଜାରି କରିଛନ୍ତି। ପାନ୍ ସହ ଆଧାର ଲିଙ୍କ୍ ନକରି ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଦୁଇ ଜଣ ବ୍ୟକ୍ତି ଶ୍ରେୟା ସେନ୍ ଓ ଜୟଶ୍ରୀ ସାତପୁତେଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଥିଲେ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଆୟକର ନିୟମର ଧାରା ୧୩୯ଏଏ ବୈଧ। ତେଣୁ ପାନ୍ କାର୍ଡ ସହିତ ଆଧାର ଲିଙ୍କ୍ କରିବା ବାଧ୍ୟତାମୂଳକ। ୨୦୧୯-୨୦ର ଆୟକର ରିଟର୍ଣ୍ଣ ବେଳେ କୋର୍ଟ ଏବେ ଯେଉଁ ନିର୍ଦେଶ ଦେଇଛନ୍ତି ତାହାକୁ ମାନିବାକୁ ପଡ଼ିବ।
ପ୍ରମୁଖ ଖବର
ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ