ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ୨୬ରେ ଆଧାର ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ସୁପ୍ରିମକୋର୍ଟ ଆଧାରର ସାମ୍ବାଧାନିକ ବୈଧତା ବଜାୟ ରଖିଥିଲେ। କିନ୍ତୁ ବ୍ୟାଙ୍କ ଖାତା, ମୋବାଇଲ୍ ଫୋନ୍ ଓ ସ୍କୁଲ୍ରେ ନାମଲେଖା ପାଇଁ ଆଧାର ବାଧ୍ୟତାମୂଳକ କରାଯାଇପାରିବ ନାହିଁ ବୋଲି ନିର୍ଦେଶ ଦେଇଥିଲେ।ବିଚାରପତି ଏ କେ ସିକ୍ରି ଓ ଏସ୍ ଅବଦୁଲ୍ ନାଜରିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି, ଟିକସ ରିଟର୍ଣ୍ଣ ଫାଇଲ୍ କରିବା ପାଇଁ ପାନ୍ କାର୍ଡ ସହ ଆଧାର ଲିଙ୍କ୍ କରିବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ କେନ୍ଦ୍ର ସରକାର କରିଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦେଶ ଜାରି କରିଛନ୍ତି। ପାନ୍ ସହ ଆଧାର ଲିଙ୍କ୍ ନକରି ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଦୁଇ ଜଣ ବ୍ୟକ୍ତି ଶ୍ରେୟା ସେନ୍ ଓ ଜୟଶ୍ରୀ ସାତପୁତେଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଥିଲେ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଆୟକର ନିୟମର ଧାରା ୧୩୯ଏଏ ବୈଧ। ତେଣୁ ପାନ୍ କାର୍ଡ ସହିତ ଆଧାର ଲିଙ୍କ୍ କରିବା ବାଧ୍ୟତାମୂଳକ। ୨୦୧୯-୨୦ର ଆୟକର ରିଟର୍ଣ୍ଣ ବେଳେ କୋର୍ଟ ଏବେ ଯେଉଁ ନିର୍ଦେଶ ଦେଇଛନ୍ତି ତାହାକୁ ମାନିବାକୁ ପଡ଼ିବ।
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ