ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ରିଟର୍ଣ୍ଣ ଦାଖଲ ବେଳେ ପାନ୍‍ ନମ୍ୱର ବାଧ୍ୟ

0

ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ୨୬ରେ ଆଧାର ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ସୁପ୍ରିମକୋର୍ଟ ଆଧାରର ସାମ୍ବାଧାନିକ ବୈଧତା ବଜାୟ ରଖିଥିଲେ। କିନ୍ତୁ ବ୍ୟାଙ୍କ ଖାତା, ମୋବାଇଲ୍‌ ଫୋନ୍ ଓ ସ୍କୁଲ୍‌ରେ ନାମଲେଖା ପାଇଁ ଆଧାର ବାଧ୍ୟତାମୂଳକ କରାଯାଇପାରିବ ନାହିଁ ବୋଲି ନିର୍ଦେଶ ଦେଇଥିଲେ।ବିଚାରପତି ଏ କେ ସିକ୍ରି ଓ ଏସ୍‌ ଅବଦୁଲ୍‌ ନାଜରିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି, ଟିକସ ରିଟର୍ଣ୍ଣ ଫାଇଲ୍‌ କରିବା ପାଇଁ ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ କରିବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ କେନ୍ଦ୍ର ସରକାର କରିଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦେଶ ଜାରି କରିଛନ୍ତି। ପାନ୍ ସହ ଆଧାର ଲିଙ୍କ୍‌ ନକରି ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଦୁଇ ଜଣ ବ୍ୟକ୍ତି ଶ୍ରେୟା ସେନ୍ ଓ ଜୟଶ୍ରୀ ସାତପୁତେଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଥିଲେ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଆୟକର ନିୟମର ଧାରା ୧୩୯ଏଏ ବୈଧ। ତେଣୁ ପାନ୍ କାର୍ଡ ସହିତ ଆଧାର ଲିଙ୍କ୍‌ କରିବା ବାଧ୍ୟତାମୂଳକ। ୨୦୧୯-୨୦ର ଆୟକର ରିଟର୍ଣ୍ଣ ବେଳେ କୋର୍ଟ ଏବେ ଯେଉଁ ନିର୍ଦେଶ ଦେଇଛନ୍ତି ତାହାକୁ ମାନିବାକୁ ପଡ଼ିବ।

Leave A Reply

Your email address will not be published.