ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଧର୍ମେନ୍ଦ୍ରଙ୍କୁ ୨୦ ପ୍ରଶ୍ନ ପଚାରିଲା ବିଜେଡି

0

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ବିରୋଧରେ ଆଣିଥିବା ଅଭିଯୋଗର ଆଜି ୨୦ ଟି ପ୍ରସଙ୍ଗ ଉଠାଇ ପ୍ରତିଜବାବ ମାଗିଛି ବିଜେଡି । ଆଇଟି ସେଲ୍‍ ମୁଖ୍ୟ ଅମର ପଟ୍ଟନାୟକ ଆଜି ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି, ଉଜ୍ଜଳା ଯୋଜନାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏଯାଏ ତାଙ୍କ େଵବ୍‍ ସାଇଟ୍‍ରେ ହିତାଧିକାରୀଙ୍କ ତାଲିକା ଦେଉନାହାନ୍ତି । କେତେଜଣ ଗ୍ୟାସ ପାଇଛନ୍ତି, କେତେ ଜଣ ସିଲିଣ୍ଡର ରିଫିଲ୍‍ କରିଛନ୍ତି, ସେ ତଥ୍ୟ ନାହିଁ । ବିଜେଡି ତଥ୍ୟ କହୁଛି, ୮୦ ପ୍ରତିଶତ ହିତାଧିକାରୀ ସମ୍ୱଳ ଅଭାବରୁ ରିଫିଲ୍‍ କରିନାହାନ୍ତି । କେନ୍ଦ୍ରାପଡା ଓ ରାଜନଗରରେ ଭ୍ରଷ୍ଟାଚାରର ଗନ୍ଧ ନିଜେ ମାନିଛନ୍ତି ।
ଇଣ୍ଟର ନାସନାଲ ମାର୍କେଟରେ ଅଶୌଧିତ ତୈଳ ଦର ବ୍ୟାରେଲ ପିଛା ୧୧୨ ଡଲାର ଥିଲା । ଏବେ ୫୮ ଡଲାର ଅଛି । କିନ୍ତୁ ତେଲ ଦର ଅଧା ହୋଇପାରିନି । ଲାଭ ଟଙ୍କାରେ ବିଜେପି କ୍ୟାମ୍ପେନିଂ କରୁଛି । ରେଳବାଇ କ୍ଷେତ୍ରରେ କେନ୍ଦ୍ର ପ୍ରତିବର୍ଷ ୨୦ ହଜାର କୋଟି ନେଉଛି । ଓଡ଼ିଶାରେ କିନ୍ତୁ ୨ ହଜାର କୋଟି କେନ୍ଦ୍ର ଖର୍ଚ କରୁଛି । ଦିଲ୍ଲୀ, ଚଣ୍ଡୀଗଡ, ମଧ୍ୟପ୍ରଦେଶକୁ ନୂଆ କୋଚ, ଓଡ଼ିଶାକୁ କେବେ ବୋଲି ବିଜେଡି ପଚାରିଛି ।
ବିଜେଡି କହିଛି, ଜାତୀୟ ରାଜପଥ ୪ ଲେନ୍‍ ପାଇଁ ୪ ବର୍ଷ ଲାଗିଲା । ବର୍ଷା ହେଲେ ରାଜପଥ ଭାସୁଛି । ଭୁବନେଶ୍ୱର ବାସିନ୍ଦା ନାହିଁ ନଥିବା ଦୁର୍ଦଶାର ଶିକାର ହେଉଛନ୍ତି । ଆହାର ଯୋଜନାରେ କେନ୍ଦ୍ରୀୟ ସଂସ୍ଥା ଏମସିଏଲ୍‍, ଗେଲ୍‍ ପଛଘୁଞ୍ଚା ଦେଇଥିଲେ । ୨୦୧୫ରୁ କେନ୍ଦ୍ର କୋଇଲା ରୟାଲିଟି ସଂଶୋଧନ କରୁନଥିବାରୁ ରାଜ୍ୟ ୨ହଜାର କାଟି ବାର୍ଷିକ ହରାଉଛି । କେନ୍ଦ୍ର ପଇସା ନେଉଛି, ଓଡ଼ିଶା ପ୍ରଦୂଷଣ ଖାଉଛି । କ୍ଲିନ୍‍ ଏନର୍ଜି ସେସ୍‍ ନାଁରେ କେନ୍ଦ୍ର ଓଡ଼ିଶାରୁ ୨୧ ହଜାର କୋଟି ନେଇସାରିଲେଣି । ଟଙ୍କାଟିଏ ବି ଦେଲେନି । ଆଇଓସିଏଲ୍‍ ପ୍ରକଳ୍ପ ବାଜପେୟୀ ଶୁଭ ଦେଇଥିଲେ । ଉପା ସରକାର ସମୟରେ ହେଲା ଧର୍ମେ୍ରଙ୍କର ଅବଦାନ କଣ । କେତେ ଓଡ଼ିଆ ଏଠାରେ ଚାକିରି ପାଇଲେ । କେନ୍ଦ୍ର ସରକାର ଏମ୍‍ଏସପି କ୍ୱିଣ୍ଟାଲ ପିଛା ୨୯୩୦କୁ ବୃଦ୍ଧି କଲେନି କି ସ୍ୱାମୀନାଥନ୍‍ ରିପୋର୍ଟ ଲାଗୁ କରାଗଲାନି । ମହାନଦୀ ପ୍ରସଙ୍ଗରେ ହକ୍‍ ଓଡ଼ିଶା ସରକାର ସୁପ୍ରିମକୋର୍ଟକୁ ଯାଇ ଆଣିଲେ । ଛତିଶଗଡକୁ କେନ୍ଦ୍ରମନ୍ତ୍ରୀ ସମର୍ଥନ କରିଥିଲେ ।
କେବଳ ସେତିକି ନୁହେଁ, ବିଜେଡି ଆହୁରି କହିଛି, ନିର୍ବାଚନ ବେଳେ ବ୍ରାହ୍ମଣୀ ଦ୍ୱିତୀୟ ବ୍ରିଜ କରିବେ ବୋଲି କହିଥିଲେ । ହେଲାନି କାହିଁକି? ରାଉରକେଲାରେ ଇସ୍ପାତ ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ପାଇଁ ପ୍ରତିଶ୍ରୁତି ଦେଇଥିଲା କେନ୍ଦ୍ର । ଏ ପର୍ଯ୍ୟନ୍ତ ହେଲାନାହିଁ କାହିଁକି? ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କ୍ଷେତ୍ରରେ ମିଥ୍ୟା ପ୍ରତିଶ୍ରୁତି କାହିଁକି? ପୋଲାଭରମ୍‍ରେ ମାଲକାନଗିରି ଜିଲ୍ଲା କ୍ଷତିଗ୍ରସ୍ତ ହେଉଛି । ଆନ୍ଧ୍ରକୁ ହଜାର ହଜାର କୋଟି କାହିଁକି? ୩୩ଟି ଯୋଜନାରେ ଅଂଶଧନ ବଦଳିଲା, ୮ଟି କାର୍ଯ୍ୟକ୍ରମରେ କେନ୍ଦ୍ର ଅନୁଦାନ ବନ୍ଦ କରିଦେଇଛି । ଟେଲିଫୋନ୍‍ ସେବା କ୍ଷେତ୍ରରେ ଦୟନୀୟ ସ୍ଥିତି ପାଇଁ ଦାୟୀ କିଏ? ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ୧୦ କୋଟି ଯୁବକ ଦେଶରେ ଚାକିରି ପାଇଥିଲେ, ଓଡ଼ିଶାର ଭାଗ ୩୬ଲକ୍ଷ ହୋଇଥାନ୍ତା । କୁଆଡେ ଗଲା ସେ ପ୍ରତିଶ୍ରୁତି? କେନ୍ଦ୍ରୀୟ ପିଏସୟୁ ୨୦ ହଜାର କୋଟି ରାଜ୍ୟରୁ ନେଉଛନ୍ତି । ଟଙ୍କାଟେ ଦେବେନି? ୨୦୧୪ରେ ପ୍ରତି ଆକାଉଣ୍ଟକୁ ୧୫ଲକ୍ଷ ପ୍ରତିଶ୍ରୁତି କୁଆଡେ ଗଲା? ଏ ସବୁ ପ୍ରଶ୍ନରର ଉତ୍ତର କେନ୍ଦ୍ରମନ୍ତ୍ରୀ ପ୍ରଥମେ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.