ନୂଆଦିଲ୍ଲୀ: ଜିଏସଟି ଲାଗୁ ପରେ ମହଙ୍ଗା େହାଇଯାଇଥିଲା ଘର। ଲକ୍ଷ ଲକ୍ଷ ଟଙ୍କା ତଣ୍ଡ ଗଣୁଥିଲେ େଲାକେ। ନିର୍ବାଚନରେ ପୂର୍ବରୁ ମଧ୍ୟବିତ୍ତଙ୍କୁ ଖୁସି କରିବା ଲାଗି ଜିଏସଟି ପରିଷଦ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ନିର୍ମାଣାଧୀନ ଘର ଉପରେ ଜିଏସ୍ଟି ହାରକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ସେହିଭଳି ସୁଲଭ ଗୃହ କ୍ରୟରେ ଜିଏସଟି ହାରକୁ ୮ ପ୍ରତିଶତରୁ ୧ ପ୍ରତିଶତକୁ କମାଇ ଦିଆଯାଇଛି। କେବଳ ସେତିକି ନୁେହଁ, ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହକୁ ସୁଲଭ ମୂଲ୍ୟ ଗୃହ ଭାବେ ବିବେଚନା କରାଯିବ। ଆସନ୍ତା ଏପ୍ରିଲ ପହିଲାରୁ ଏହା ଲାଗୁ କରାଯିବ। ଫଳରେ ଆସନ୍ତା ଦିନରେ ଘର କିଣିବା ଶସ୍ତା େହବ।
ପ୍ରମୁଖ ଖବର
ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍ରେ ରୋକ, ଡିଜିଟାଲ ଡାଟାବେସ୍ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା