ଭୁବନେଶ୍ୱର: କଂଗ୍ରେସ ଛାଡି ଶଙ୍ଖ ଫୁଙ୍କିଥିଲେ ଦୁଇଥରିଆ ବିଧାୟକ ନବ କିଶୋର ଦାସ । ସୁନ୍ଦରଗଡ ବିଧାୟକ ପଦ ଛାଡି ବିଜେଡିରେ ଯୋଗ ଦେଇଥିଲେ ଯୋଗେଶ ସିଂ । ଆହୁରି ଅନେକ କଂଗ୍ରେସ ନେତାଙ୍କ ନାମ ଶୁଣାଯାଉଥିଲା, ଯେଉଁମାନେ ବିଜେଡିକୁ ଆଖେଇଥିଲେ । ଏହାକୁ ନେଇ ବେଶ ହଲାପଟା ହେଉଥିଲେ କଂଗ୍ରେସ ନେତୃତ୍ୱ । କର୍ମୀଙ୍କ ମନବଳ ବି ଭାଙ୍ଗିଯାଉଥିଲା ।
ଠିକ୍ ଏମିତି ଏକ ସମୟରେ କଂଗ୍ରେସ ପାଇଁ ଏକ ଖୁସି ଖବର । ବିଧାୟକ ପ୍ରକାଶ ବେହେରାଙ୍କର ବିଜେଡି ମୋହ ତୁଟିଯାଉଛି । ନିକଟରେ କଂଗ୍ରେସର ଏକ ଶୀର୍ଷ ବୈଠକରେ ପ୍ରକାଶଙ୍କୁ କଂଗ୍ରେସ ନେତୃତ୍ୱ ମନେଇବାରେ ସକ୍ଷମ ହୋଇଛନ୍ତି । ପ୍ରକାଶ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ କଂଗ୍ରେସ ସହିତ ରହିବେ ଓ ସାଲେପୁରରୁ ହିଁ ନିର୍ବାଚନ ଲଢିବେ । ଏହାକୁ ନେଇ କଂଗ୍ରେସର ଶୀର୍ଷ ନେତୃତ୍ୱ ଆଶ୍ୱସ୍ତ ହୋଇଛନ୍ତି । କେବଳ ସେତିକି ନୁହେଁ, ବିଜେଡି ଶିବିରର ରଣନୀତି ବିଫଳ ହୋଇଥିବା ସୂଚନା ମିଳିଛି ।
ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ମିଳିଥିବା ଖବରକୁ ବିଶ୍ୱାସ କରାଗଲେ, ପ୍ରକାଶଙ୍କର ବିଜେଡି ସହିତ ମୂଲଚାଲ ଛିଣ୍ଡିଲାନି ବୋଲି କୁହାଯାଉଛି । ତାଙ୍କୁ ସାଲେପୁର ପରିବର୍ତେ କଟକ ସଦରରୁ ପ୍ରାର୍ଥୀ କରିବାକୁ ବିଜେଡି ଚାହୁଁଥିଲା । ମାତ୍ର ଏଥିରେ ଶ୍ରୀ ବେହେରା ରାଜି ହେଲେ ନାହିଁ । ଫଳରେ ଡିଲ୍ ବିଫଳ ହେଲା ଓ ଖାସ୍ ସେଇଥିପାଇଁ କଂଗ୍ରେସ ନେତା ମନାଇବାରେ ପ୍ରକାଶ ଆପେ ଆପେ ମତ ରଖିଲେ ଯେ ସେ ଦଳରେ ରହିବେ ।
ଏଠାରେ ଉଲ୍ଲେଖଥାଉକି, ପ୍ରକାଶଙ୍କର ନିଜ ଅଞ୍ଚଳରେ ବଡ ପ୍ରଭାବ ରହିଛି । ନିକଟରେ ବିଜେପିି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିଶ୍ଚିନ୍ତକୋଇଲି ଯିବା ଦିନ ପ୍ରକାଶ ବିନା ପତାକା, ବ୍ୟାନରରେ ସେ ଯାତ୍ରା କରିଥିଲେ ଓ ଯେଉଁଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ ।
ପ୍ରମୁଖ ଖବର
ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ