ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ରାତିଅଧିଆ ମନେଇ ଦେଲେ, ବିଜେଡି ଫେଲ୍‍

0

ଭୁବନେଶ୍ୱର: କଂଗ୍ରେସ ଛାଡି ଶଙ୍ଖ ଫୁଙ୍କିଥିଲେ ଦୁଇଥରିଆ ବିଧାୟକ ନବ କିଶୋର ଦାସ । ସୁନ୍ଦରଗଡ ବିଧାୟକ ପଦ ଛାଡି ବିଜେଡିରେ ଯୋଗ ଦେଇଥିଲେ ଯୋଗେଶ ସିଂ । ଆହୁରି ଅନେକ କଂଗ୍ରେସ ନେତାଙ୍କ ନାମ ଶୁଣାଯାଉଥିଲା, ଯେଉଁମାନେ ବିଜେଡିକୁ ଆଖେଇଥିଲେ । ଏହାକୁ ନେଇ ବେଶ ହଲାପଟା ହେଉଥିଲେ କଂଗ୍ରେସ ନେତୃତ୍ୱ । କର୍ମୀଙ୍କ ମନବଳ ବି ଭାଙ୍ଗିଯାଉଥିଲା ।
ଠିକ୍‍ ଏମିତି ଏକ ସମୟରେ କଂଗ୍ରେସ ପାଇଁ ଏକ ଖୁସି ଖବର । ବିଧାୟକ ପ୍ରକାଶ ବେହେରାଙ୍କର ବିଜେଡି ମୋହ ତୁଟିଯାଉଛି । ନିକଟରେ କଂଗ୍ରେସର ଏକ ଶୀର୍ଷ ବୈଠକରେ ପ୍ରକାଶଙ୍କୁ କଂଗ୍ରେସ ନେତୃତ୍ୱ ମନେଇବାରେ ସକ୍ଷମ ହୋଇଛନ୍ତି । ପ୍ରକାଶ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ କଂଗ୍ରେସ ସହିତ ରହିବେ ଓ ସାଲେପୁରରୁ ହିଁ ନିର୍ବାଚନ ଲଢିବେ । ଏହାକୁ ନେଇ କଂଗ୍ରେସର ଶୀର୍ଷ ନେତୃତ୍ୱ ଆଶ୍ୱସ୍ତ ହୋଇଛନ୍ତି । କେବଳ ସେତିକି ନୁହେଁ, ବିଜେଡି ଶିବିରର ରଣନୀତି ବିଫଳ ହୋଇଥିବା ସୂଚନା ମିଳିଛି ।
ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ମିଳିଥିବା ଖବରକୁ ବିଶ୍ୱାସ କରାଗଲେ, ପ୍ରକାଶଙ୍କର ବିଜେଡି ସହିତ ମୂଲଚାଲ ଛିଣ୍ଡିଲାନି ବୋଲି କୁହାଯାଉଛି । ତାଙ୍କୁ ସାଲେପୁର ପରିବର୍ତେ କଟକ ସଦରରୁ ପ୍ରାର୍ଥୀ କରିବାକୁ ବିଜେଡି ଚାହୁଁଥିଲା । ମାତ୍ର ଏଥିରେ ଶ୍ରୀ ବେହେରା ରାଜି ହେଲେ ନାହିଁ । ଫଳରେ ଡିଲ୍‍ ବିଫଳ ହେଲା ଓ ଖାସ୍‍ ସେଇଥିପାଇଁ କଂଗ୍ରେସ ନେତା ମନାଇବାରେ ପ୍ରକାଶ ଆପେ ଆପେ ମତ ରଖିଲେ ଯେ ସେ ଦଳରେ ରହିବେ ।
ଏଠାରେ ଉଲ୍ଲେଖଥାଉକି, ପ୍ରକାଶଙ୍କର ନିଜ ଅଞ୍ଚଳରେ ବଡ ପ୍ରଭାବ ରହିଛି । ନିକଟରେ ବିଜେପିି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିଶ୍ଚିନ୍ତକୋଇଲି ଯିବା ଦିନ ପ୍ରକାଶ ବିନା ପତାକା, ବ୍ୟାନରରେ ସେ ଯାତ୍ରା କରିଥିଲେ ଓ ଯେଉଁଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ ।

Leave A Reply

Your email address will not be published.