ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଅତି ଭୀଷଣ ରୂପ ଧାରଣ କଲାଣି ଫନି

0

୩ ତାରିଖ ଅପରାହ୍ନରେ ପୁରୀରେ ସ୍ଥଳ ଭାଗ ଛୁଇଁବ
୨୦୦ କିଲୋମିଟରରୁ ଅଧିକ ବେଗରେ ପବନ
୪ଜିଲ୍ଲାରେ ଦେଢ ଫୁଟ ଉଚ୍ଚର ଜୁଆର
୬ଟି ଜିଲ୍ଲା ଅତିକ୍ରମ କରି କୋଲକାତା ଯିବ

ଭୁବନେଶ୍ୱର: ଅତିରୁ ଅତି ଭୀଷଣ ରୂପ ଧାରଣ କରି ଓଡ଼ିଶା ଉପକୂଳ ମୁହାଁ ହୋଇଛି ବାତ୍ୟା ଫନି । ଏପରି ଯେ ପୁରୀ ବାଲୁଖଣ୍ଡ ସ୍ଥଳଭାଗ ଛୁଇଁବା ବେଳକୁ ପବନ ବେଗ ୨୦୦ କିଲୋମିଟର ଟପିଯିବ । ସ୍ୱତନ୍ତ୍ର ରିଲିଫ୍‍ କମିସନର ଏ ନେଇ ସତର୍କ କରାଇବା ପରେ ଉପକୂଳବର୍ତୀ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ।

ଆମେରିକାର ନାଭି ସୂଚନା ମୁତାବକ, ଫନି ପୁରୀରେ ମାଡ଼ ହେବା ପରେ ଜଗତସିଂହପୁର, କଟକର ନିଆଳି, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ ଦେଇ ପଶ୍ଚିମବଙ୍ଗରେ ପହଞ୍ଚିବ ।

ଭାରତର ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ୧୪ କିଲୋମିଟର ବେଗରେ ଆଗକୁ ବଢୁଥିବା ଫନି ଖୁବ୍‍ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରି ଓଡ଼ିଶା ଆଡକୁ ମୁହାଁଇବ । ବୁଧବାର ମଧ୍ୟାହ୍ନ ସୁଦ୍ଧା ଏହା ପୁରୀର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୬୬୦ କିଲୋମିଟର ଓ ଆନ୍ଧ୍ରର ଦକ୍ଷିଣ-ଦକ୍ଷିଣ ପୂର୍ବର ୪୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଖୁବ୍‍ ଶୀଘ୍ର ଏହା ଉତ୍ତର ଉତ୍ତର ପୂର୍ବ ଆଡକୁ ମୋଡ ନେଇ ଓଡ଼ିଶା ଉପକୂଳ ଆଡକୁ ମାଡିଆସିବ ।

ଏହାର ପ୍ରଭାବରେ ଗଞ୍ଜାମ, ପୁରୀ, ଜଗତସିଂପୁର ଓ ଖୋର୍ଧା ନିକଟବର୍ତୀ ସମୁଦ୍ରରେ ଦେଢ ମିଟରରୁ ଅଧିକ ଉଚ୍ଚର ଜୁଆର ମାଡି ଆସିବ । ଗୁରୁବାର ଠାରୁ ଦକ୍ଷିଣ ଓଡ଼ିଶାରୁ ବର୍ଷା ଆରମ୍ଭ ହେବ ଓ ଏହା କ୍ରମଶଃ ବଢିବ । ୨୦୦ ମିଲିମିଟରରୁ ଅଧିକ ପରିମାଣର ବର୍ଷା ହୋଇପାରେ । ଓଡ଼ିଶାର କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ବାଲେଶ୍ୱର ଜିଲ୍ଲା ଗଭୀର ଭାବେ ପ୍ରଭାବିତ ହୋଇପାରେ । ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବନ୍ୟା ଆଶଙ୍କା ମଧ୍ୟ ରହିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ଲାଗି ନିର୍ଦେଶ ଦିଆଯାଇଛି ।

Leave A Reply

Your email address will not be published.