ଭୁବନେଶ୍ୱର: ଚୌଦ୍ୱାର ଜେଲ ହାଜତରୁ ବାହାରିବା ପରେ ସାରଥି ବାବା ଓରଫ୍ ସନ୍ତୋଷ ରାଉଳଙ୍କୁ ନିସ୍ତାର ନାହିଁ । ଆଜି କ୍ରାଇମବାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ତାଙ୍କ ଉପରେ ନଜର ରଖାଯିବ । ବେଲ ବଣ୍ଡ ସର୍ତ ସେ ପାଳନ କରୁଛନ୍ତି କି ନାହିଁ ,ତାହା କ୍ରାଇମବ୍ରାଞ୍ଚ ଦେଖିବ । ଯଦି ସେ ଉଲ୍ଲଂଘନ କରନ୍ତି,ତେବେ କାର୍ଯ୍ୟାନୁଷ୍ଠାନ ହେବ ।
କ୍ରାଇମବ୍ରାଞ୍ଚର ଏହି ସୂଚନା ସାରଥି ଭକ୍ତଙ୍କୁ ନିରାଶ କରିଛି । ଆଉଥରେ ଦରବାର କରିବା ଲାଗି ବାବା କୌଣସି ସୁଯୋଗ ପାଇବେ ନାହିଁ । କେବଳ ସେତିକି ନୁହେଁ, ସେ ଭକ୍ତଙ୍କୁ ଭେଟି ପୂର୍ବଭଳି କୌଣସି ଅଲୌକିକତା ଦେଖାଇପାରିବେ ନାହିଁ ।
ଗୁରୁବାର ଜେଲରୁ ବାହାରିବା ପରେ ସାରଥିଙ୍କୁ ଭେଟିବା ଲାଗି ଚୌଦ୍ୱାର ଜେଲ ବାହାରେ ବହୁ ଭକ୍ତ ରୁଣ୍ଡ ହୋଇଥିଲେ । ସେହିଭଳି ବିରୋଧୀ ବି ଉପସ୍ଥିତ ଥିଲେ । କିନ୍ତୁ ସାରଥି କାହାକୁ କିଛି ନ କହି ନିଜ ସଂପର୍କୀୟଙ୍କ ସହିତ ଚାଲିଯାଇଥିଲେ ।
ପ୍ରମୁଖ ଖବର
ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ