ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍‌ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ପୁରୀ ପାଇଁ ପୁଣି ୫୦୦ କୋଟି, ଶ୍ରୀ ସେତୁ ନିର୍ମାଣ ହେବ

0
  • ୨ ବର୍ଷରେ ସରିବ କାର୍ଯ୍ୟ, ଓବିସିସି କାମ କରିବ
  • ମଠ ପୁନରୁଦ୍ଧାର ହେବ, ପୁଷ୍କରିଣୀ ହେବ
  • ୨୮ କୋଟିରେ ବଡ଼ ପୁଷ୍କରିଣୀ ଯୋଜନା

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ ଅନୁମୋଦନ ଲାଭ କରିଛି । ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି ।

ଆଜି ନିଷ୍ପତ୍ତି ହୋଇଛି ଯେ ପୁରୀ ବାଇପାସ୍‍ ମାଳତୀପାଟ ପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ଅତ୍ୟାଧୁନିକ ଟ୍ରମ୍ପେଟ୍‍ ସେତୁ ଦ୍ୱାରା ସଂଯୋଗ କରାଯିବ । ଏହା ନାମ ଶ୍ରୀ ସେତୁ ରଖାଯିବ । ଏଥିପାଇଁ ସରକାର ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।ଜଗନ୍ନାଥ ବଲ୍ଲଭ ମଠ ଠାରେ ଯାତ୍ରୀମାନେ ଏହାଦ୍ୱାରା ସିଧାସଳଖ ପହଞ୍ଚିପାରିବେ ।

ସେହିଭଳି ଜଗନ୍ନାଥ ବଲ୍ଲଭ ମଠରେ ବହୁତଳ ପାର୍କିଂ ସହିତ ଯାତ୍ରୀମାନଙ୍କୁ ବିଭିନ୍ନ ସୁବିଧା ଯଥା ୧୦ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର ନିର୍ମାଣ କରାଯିବ । ତା ସହିତ ସେଠାରେ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଦୋକାନ ବଜାରର ମଧ୍ୟ ବ୍ୟବସ୍ଥା ହେବ । ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ମୂଷା ନଦୀର ପୁନରୁଦ୍ଧାର କରାଯାଇ ଏହାକୁ ମଙ୍ଗଳା ନଦୀ ସହିତ ସଂଯୋଗ କରାଯିବ । ମୂଷା ନଦୀର ପରିବେଶରେ ଉନ୍ନତି ଅଣାଯିବ ଓ ସେଠାରେ ରିଭର ପ୍ରଣ୍ଟ ଟ୍ୟୁରିଜିମ୍‍ ବିକାଶ କରାଯିବ । ଏଥିପାଇଁ ୮୫ କୋଟି ଟଙ୍କା ଖର୍ଚ୍ଚ ହେବ ।

ଐତିହାସିକ ଅଠରନଳାରେ ସୌନ୍ଦର୍ଯ୍ୟକରୀ ଓ ଆଲୋକୀକରଣ କରାଯିବ । ଏଥିପାଇଁ ଏଏସ୍‍ଆଇର ସହଯୋଗ ନିଆଯିବ । ଏ ବାବଦରେ ସରକାର ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ପୁରୀ ଠାରେ ୨୮ ଏକର ଜମିରେ ଏକ ହ୍ରଦର ବିକାଶ କରାଯିବ । ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ ।

ସରକାର ସ୍ଥିର କରିଛନ୍ତି ଯେ ମଠଗୁଡିକର ସ୍ଥାନାନ୍ତର କରାଯିବ । ଅବଢା ଯୋଜନାରେ ସରକାର ସହଯୋଗ କରିବେ । ଶ୍ରୀମନ୍ଦିର ନିରାପତ୍ତା ଜୋନରେ ଆସୁଥିବା ଦୋକାନ ଓ ଘର ଗୁଡିକ ସ୍ଥାନାନ୍ତରିତ କରାଯିବ । ଏଥିପାଇଁ ସରକାର ଦୋକାନ ପାଇଁ ଦୋକାନ ଓ ଘର ପାଇଁ ଘର ଯୋଗାଇ ଦେବେ ।

ପୁରୀର ସବୁ ତୀର୍ଥ ପୁଷ୍କରିଣୀ ଯଥା ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପୁନରୁଦ୍ଧାର କରାଯିବ । ଏ ସବୁ ୨ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସରକାର ଆଜି ସ୍ଥିର କରିଛନ୍ତି ।

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇନମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର,ପୁଲିସ ଡିଜି, ଆଇନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ , କେନ୍ଦ୍ରାଞ୍ଚଳ ଡିଆଇଜି, ପୁରୀ ଏସପି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.