ପ୍ରମୁଖ ଖବର

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

ପୁରୀ ପାଇଁ ପୁଣି ୫୦୦ କୋଟି, ଶ୍ରୀ ସେତୁ ନିର୍ମାଣ ହେବ

0
  • ୨ ବର୍ଷରେ ସରିବ କାର୍ଯ୍ୟ, ଓବିସିସି କାମ କରିବ
  • ମଠ ପୁନରୁଦ୍ଧାର ହେବ, ପୁଷ୍କରିଣୀ ହେବ
  • ୨୮ କୋଟିରେ ବଡ଼ ପୁଷ୍କରିଣୀ ଯୋଜନା

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ ଅନୁମୋଦନ ଲାଭ କରିଛି । ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି ।

ଆଜି ନିଷ୍ପତ୍ତି ହୋଇଛି ଯେ ପୁରୀ ବାଇପାସ୍‍ ମାଳତୀପାଟ ପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ଅତ୍ୟାଧୁନିକ ଟ୍ରମ୍ପେଟ୍‍ ସେତୁ ଦ୍ୱାରା ସଂଯୋଗ କରାଯିବ । ଏହା ନାମ ଶ୍ରୀ ସେତୁ ରଖାଯିବ । ଏଥିପାଇଁ ସରକାର ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।ଜଗନ୍ନାଥ ବଲ୍ଲଭ ମଠ ଠାରେ ଯାତ୍ରୀମାନେ ଏହାଦ୍ୱାରା ସିଧାସଳଖ ପହଞ୍ଚିପାରିବେ ।

ସେହିଭଳି ଜଗନ୍ନାଥ ବଲ୍ଲଭ ମଠରେ ବହୁତଳ ପାର୍କିଂ ସହିତ ଯାତ୍ରୀମାନଙ୍କୁ ବିଭିନ୍ନ ସୁବିଧା ଯଥା ୧୦ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର ନିର୍ମାଣ କରାଯିବ । ତା ସହିତ ସେଠାରେ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଦୋକାନ ବଜାରର ମଧ୍ୟ ବ୍ୟବସ୍ଥା ହେବ । ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ମୂଷା ନଦୀର ପୁନରୁଦ୍ଧାର କରାଯାଇ ଏହାକୁ ମଙ୍ଗଳା ନଦୀ ସହିତ ସଂଯୋଗ କରାଯିବ । ମୂଷା ନଦୀର ପରିବେଶରେ ଉନ୍ନତି ଅଣାଯିବ ଓ ସେଠାରେ ରିଭର ପ୍ରଣ୍ଟ ଟ୍ୟୁରିଜିମ୍‍ ବିକାଶ କରାଯିବ । ଏଥିପାଇଁ ୮୫ କୋଟି ଟଙ୍କା ଖର୍ଚ୍ଚ ହେବ ।

ଐତିହାସିକ ଅଠରନଳାରେ ସୌନ୍ଦର୍ଯ୍ୟକରୀ ଓ ଆଲୋକୀକରଣ କରାଯିବ । ଏଥିପାଇଁ ଏଏସ୍‍ଆଇର ସହଯୋଗ ନିଆଯିବ । ଏ ବାବଦରେ ସରକାର ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ପୁରୀ ଠାରେ ୨୮ ଏକର ଜମିରେ ଏକ ହ୍ରଦର ବିକାଶ କରାଯିବ । ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ ।

ସରକାର ସ୍ଥିର କରିଛନ୍ତି ଯେ ମଠଗୁଡିକର ସ୍ଥାନାନ୍ତର କରାଯିବ । ଅବଢା ଯୋଜନାରେ ସରକାର ସହଯୋଗ କରିବେ । ଶ୍ରୀମନ୍ଦିର ନିରାପତ୍ତା ଜୋନରେ ଆସୁଥିବା ଦୋକାନ ଓ ଘର ଗୁଡିକ ସ୍ଥାନାନ୍ତରିତ କରାଯିବ । ଏଥିପାଇଁ ସରକାର ଦୋକାନ ପାଇଁ ଦୋକାନ ଓ ଘର ପାଇଁ ଘର ଯୋଗାଇ ଦେବେ ।

ପୁରୀର ସବୁ ତୀର୍ଥ ପୁଷ୍କରିଣୀ ଯଥା ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପୁନରୁଦ୍ଧାର କରାଯିବ । ଏ ସବୁ ୨ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସରକାର ଆଜି ସ୍ଥିର କରିଛନ୍ତି ।

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇନମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର,ପୁଲିସ ଡିଜି, ଆଇନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ , କେନ୍ଦ୍ରାଞ୍ଚଳ ଡିଆଇଜି, ପୁରୀ ଏସପି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.