ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଡ୍ରୋନ୍‍ ଜଗିବ ଟ୍ରାଫିକ୍‍

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଟ୍ରାଫିକ୍‍ ନିୟନ୍ତ୍ରଣ ଲାଗି ଡ୍ରୋନ୍‍ କ୍ୟାମେରାର ପ୍ରୟୋଗ କରାଯିବ । ଆଜି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ଗଣମାଧ୍ୟମ ସାମ୍ନାରେ ଏଭଳି ସୂଚନା ଦେଇଛନ୍ତି । ପୁଲିସ ସିଧା ସିଧା କହିଛି ଯେ ରବୀନ୍ଦ୍ର ମଣ୍ଡପ ଛକ ଠାରୁ ବିମାନବନ୍ଦର ଯାଏ ରାସ୍ତାକୁ ଡ୍ରୋନ୍‍ କ୍ୟାମେରା ଜଗିବ । ନିର୍ଧାରିତ ଲେନ୍‍ରେ ଗାଡି ଚାଳକ ଗାଡି ଚଳାଇବେ । କୌଣସି ଗାଡି କାହାକୁ ଓଭର ଟେକ୍‍ ବା ଅତିକ୍ରମ କରିପାରିବେ ନାହିଁ ।

ଗୋଟିଏ ଭୁବନେଶ୍ୱର ଟ୍ରାଫିକ୍‍ ପରିଚାଳନା ଲାଗି ଜଣେ ଆଇପିଏସ୍‍ ଅଫିସର ସାଗରିକା ନାଥଙ୍କୁ ନିଯୁକ୍ତି ଦିଆଯାଇଛି । ସାଗରିକା ଅତି କମ୍‍ ଦିନରେ ଓଡ଼ିଶାରେ ତାଙ୍କର ଦକ୍ଷ କାର୍ଯ୍ୟକଳାପ ଲାଗି ଜଣାଶୁଣା । ସେ କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ଟ୍ରାଫିକ ବ୍ୟବସ୍ଥା କଡାକଡି କରିବା ଲାଗି ନିଆଯାଇଥିବା ପଦକ୍ଷେପ ଗାଡିଚାଳକଙ୍କ ମଧ୍ୟରେ କମ୍ପନ ସୃଷ୍ଟି କଲାଣି ।

ଆଇନଶୃଙ୍ଖଳା ଓ ଅପରାଧକୁ ବାଦ ଦେଲେ ରାଜଧାନୀ ଭୁବନେଶ୍ୱର ପାଇଁ ଆଜି ଦିନରେ ସବୁଠାରୁ ବଡ ସମସ୍ୟା ହେଉଛି ଟ୍ରାଫିକ୍‍ । ଏମିତି ଯେ ଲୋକେ ନାହିଁ ନଥିବା ଦୁର୍ଦଶାର ଶିକାର ହେଉଛନ୍ତି । କେତେବେଳେ ଆମ୍ୱଲାନସ ଅଟକି ଗଲାଣି ତ ଆଉ କେତେବେଳେ ଘଣ୍ଟା ଘଣ୍ଟା ରାସ୍ତା ଜାମ କାରଣରୁ ଅଫିସରେ ନିର୍ଧାରିତ ସମୟରେ ପହଞ୍ଚି ପାରୁନାହାନ୍ତି କର୍ମଚାରୀ ।





ବର୍ତମାନର ପୁଲିସ ମହାନିର୍ଦେଶକ ବିଜୟ ଶର୍ମା ଯେତେବେଳେ ପୁଲିସ କମିସନର ଦାୟିତ୍ୱରେ ଥିଲେ, ସେ ସମୟରେ ମଧ୍ୟ ଟ୍ରାଫିକ ବ୍ୟବସ୍ଥାକୁ ଅଧିକ କଡ଼ାକଡି କରାଯାଇଥିଲା ଓ ଅନେକ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଥିଲା । ଏଣୁ ଏବେ ଡିଜିପି ଏହି ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବା ସ୍ୱାଭାବିକ । ଏହାକୁ ଦୃଷ୍ଟିରେ ରଖି ପୁଲିସ କମିସନର ମଧ୍ୟ ଆରମ୍ଭରୁ ଟ୍ରାଫିକ ବ୍ୟବସ୍ଥା ସଜାଡିବା ଲାଗି ପଦକ୍ଷେପ ନେଲେଣି । ଗତକାଲି ନୂଆ ଟ୍ରାଫିକ୍‍ ଜରିମାନା ସଂପର୍କରେ ଲୋକଙ୍କୁ ସଚେତନତା ଆରମ୍ଭ ହୋଇଥିବା ବେଳେ ଏପଟେ କମିସନରେଟ୍‍ ପୁଲିସର ତନାଘନା ବ୍ୟବସ୍ଥାକୁ ସଜାଡିବା ଦିଗରେ ସହାୟକ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.