ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଡ୍ରୋନ୍‍ ଜଗିବ ଟ୍ରାଫିକ୍‍

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଟ୍ରାଫିକ୍‍ ନିୟନ୍ତ୍ରଣ ଲାଗି ଡ୍ରୋନ୍‍ କ୍ୟାମେରାର ପ୍ରୟୋଗ କରାଯିବ । ଆଜି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ଗଣମାଧ୍ୟମ ସାମ୍ନାରେ ଏଭଳି ସୂଚନା ଦେଇଛନ୍ତି । ପୁଲିସ ସିଧା ସିଧା କହିଛି ଯେ ରବୀନ୍ଦ୍ର ମଣ୍ଡପ ଛକ ଠାରୁ ବିମାନବନ୍ଦର ଯାଏ ରାସ୍ତାକୁ ଡ୍ରୋନ୍‍ କ୍ୟାମେରା ଜଗିବ । ନିର୍ଧାରିତ ଲେନ୍‍ରେ ଗାଡି ଚାଳକ ଗାଡି ଚଳାଇବେ । କୌଣସି ଗାଡି କାହାକୁ ଓଭର ଟେକ୍‍ ବା ଅତିକ୍ରମ କରିପାରିବେ ନାହିଁ ।

ଗୋଟିଏ ଭୁବନେଶ୍ୱର ଟ୍ରାଫିକ୍‍ ପରିଚାଳନା ଲାଗି ଜଣେ ଆଇପିଏସ୍‍ ଅଫିସର ସାଗରିକା ନାଥଙ୍କୁ ନିଯୁକ୍ତି ଦିଆଯାଇଛି । ସାଗରିକା ଅତି କମ୍‍ ଦିନରେ ଓଡ଼ିଶାରେ ତାଙ୍କର ଦକ୍ଷ କାର୍ଯ୍ୟକଳାପ ଲାଗି ଜଣାଶୁଣା । ସେ କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ଟ୍ରାଫିକ ବ୍ୟବସ୍ଥା କଡାକଡି କରିବା ଲାଗି ନିଆଯାଇଥିବା ପଦକ୍ଷେପ ଗାଡିଚାଳକଙ୍କ ମଧ୍ୟରେ କମ୍ପନ ସୃଷ୍ଟି କଲାଣି ।

ଆଇନଶୃଙ୍ଖଳା ଓ ଅପରାଧକୁ ବାଦ ଦେଲେ ରାଜଧାନୀ ଭୁବନେଶ୍ୱର ପାଇଁ ଆଜି ଦିନରେ ସବୁଠାରୁ ବଡ ସମସ୍ୟା ହେଉଛି ଟ୍ରାଫିକ୍‍ । ଏମିତି ଯେ ଲୋକେ ନାହିଁ ନଥିବା ଦୁର୍ଦଶାର ଶିକାର ହେଉଛନ୍ତି । କେତେବେଳେ ଆମ୍ୱଲାନସ ଅଟକି ଗଲାଣି ତ ଆଉ କେତେବେଳେ ଘଣ୍ଟା ଘଣ୍ଟା ରାସ୍ତା ଜାମ କାରଣରୁ ଅଫିସରେ ନିର୍ଧାରିତ ସମୟରେ ପହଞ୍ଚି ପାରୁନାହାନ୍ତି କର୍ମଚାରୀ ।





ବର୍ତମାନର ପୁଲିସ ମହାନିର୍ଦେଶକ ବିଜୟ ଶର୍ମା ଯେତେବେଳେ ପୁଲିସ କମିସନର ଦାୟିତ୍ୱରେ ଥିଲେ, ସେ ସମୟରେ ମଧ୍ୟ ଟ୍ରାଫିକ ବ୍ୟବସ୍ଥାକୁ ଅଧିକ କଡ଼ାକଡି କରାଯାଇଥିଲା ଓ ଅନେକ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଥିଲା । ଏଣୁ ଏବେ ଡିଜିପି ଏହି ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବା ସ୍ୱାଭାବିକ । ଏହାକୁ ଦୃଷ୍ଟିରେ ରଖି ପୁଲିସ କମିସନର ମଧ୍ୟ ଆରମ୍ଭରୁ ଟ୍ରାଫିକ ବ୍ୟବସ୍ଥା ସଜାଡିବା ଲାଗି ପଦକ୍ଷେପ ନେଲେଣି । ଗତକାଲି ନୂଆ ଟ୍ରାଫିକ୍‍ ଜରିମାନା ସଂପର୍କରେ ଲୋକଙ୍କୁ ସଚେତନତା ଆରମ୍ଭ ହୋଇଥିବା ବେଳେ ଏପଟେ କମିସନରେଟ୍‍ ପୁଲିସର ତନାଘନା ବ୍ୟବସ୍ଥାକୁ ସଜାଡିବା ଦିଗରେ ସହାୟକ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.