ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସରକାରୀ କର୍ମଚାରୀଙ୍କ ମୁଣ୍ଡରେ ଖଣ୍ଡା

0

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ସରକାରୀ ଚାକିରିଆ ସାବଧାନ। ଯେ କୌଣସି ସାମାନ୍ୟ ଭୁଲ୍ ପାଇଁ ଚାକିରି ଚାଲିଯାଇପାରେ।
ପ୍ରଶାସନକୁ ଉତ୍ତରଦାୟୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ନିଷ୍ପତ୍ତି ଏବେ ସରକାରୀ ଚାକିରିଆଙ୍କ ପାଇଁ ଏଭଳି ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଲୋକଙ୍କୁ ରାଜ୍ୟ ସରକାର ଯେଉଁ ସବୁ ସେବା ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି, ତା ରାସ୍ତାରେ ଯିଏ ବି ବାଟ ଓଗାଳିବ, ତାକୁ ଏଭଳି ପରିସ୍ଥିତିର ସାମ୍ନାର କରିବାକୁ ପଡିପାରେ। ସିଏ ପୁଲିସ ହୁଅନ୍ତୁ କି ଡାକ୍ତର, ଯନ୍ତ୍ରୀ ଅଥବା ଶିକ୍ଷକ। ‘୫ଟି’ ଅନ୍ତର୍ଗତ ‘ମୋ ସରକାର’ କାର୍ଯ୍ୟକ୍ରମରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ।
ରୋଗୀଙ୍କୁ ଚିକିତ୍ସା ନ ମିଳିଲେ, ଯଦି ଅଭିଯୋଗ ମିଳେ କର୍ତୃପକ୍ଷ ଦଣ୍ଡିତ ହେବେ। ଯନ୍ତ୍ରୀ ଦୁର୍ନୀତି କରୁଥିବା ନେଇ ଲୋକେ ସରକାରଙ୍କୁ ଜଣାଇଲେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିଆଯିବ। ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଲୋକେ ଯଦି ମୁଖ୍ୟମନ୍ତ୍ରୀ ଫୋନ କରିବା ବେଳେ ଜଣାନ୍ତି ଯେ ସେମାନଙ୍କୁ ଗୁରୁତ୍ବ ଦିଆଗଲାନି କି ପୁଲିସ ଅଭିଯୋଗ ରଖିଲାନି, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସରକାରଙ୍କ ଏଭଳି ଆଭିମୁଖ୍ୟ ଦୁର୍ନୀତିଗ୍ରସ୍ତଙ୍କ ନିଦ ଉଡାଇ ଦେଇଛି। ଆଜିଯାଏ ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୋକଙ୍କ ସ୍ବାର୍ଥକୁ ପଛ କରିଦେଇଥିଲେ। ସେହିଭଳି ସଚ୍ଚୋଟ ଅଫିସରମାନେ ଏବେ ଉଲ୍ଲସିତ। କାରଣ ଆଜିଯାଏ ସେମାନଙ୍କୁ କେହି ଚିହ୍ନି ପାରୁନଥିଲେ। ସରକାରଙ୍କ ନୂଆ କାର୍ଯ୍ୟକ୍ରମ ଫଳରେ ସେମାନଙ୍କୁ ପ୍ରଶଂସା ପତ୍ର ମିଳିପାରେ।ସମାନ୍ତରାଳ ଭାବେ ଭିଜିଲାନସ ଚଢଉ ମଧ୍ୟ ଜୋରଦାର କରାଯିବାକୁ ସ୍ଥିର ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ୍ ପାଣ୍ଡିଆନଙ୍କୁ ‘୫ଟି’ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

Leave A Reply

Your email address will not be published.