ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର କିଛି ମୁହୂର୍ତ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲ ପରିସରରୁ ଦଲାଲଙ୍କୁ ଗିରଫ କରିଥିଲା ପୁଲିସ । ଗତକାଲି ଆରଟିଓ ଓ ମେଡିକାଲ ପରିସରରୁ ୩୧ ଓ ଆରଟିଓଙ୍କ କାର୍ଯ୍ୟାଳୟ ପରିସରରୁ ୪୪ଜଣଙ୍କୁ ଗିରଫ କରାଯାଇଥିଲା । ଆଜି ପୁଲିସ ଡିଜି ବିଜୟ ଶର୍ମା ଜଣାଇଛନ୍ତି, ୩୧ ଜଣ ଦଲାଲଙ୍କୁ ଗିରଫ କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ୨୨ ଜଣ ଆରଟିଓ କାର୍ଯ୍ୟାଳୟରୁ ଗିରଫ ହୋଇଛନ୍ତି।
ପୁଲିସର ଏଭଳି ଧରପଗଡ ରାଜ୍ୟ ସରକାରଙ୍କୁ ଉଲ୍ଲସିତ କରୁଛି । ହେଲେ ସାଧାରଣରେ କିନ୍ତୁ ଏ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ପ୍ରଶ୍ନ ଉଠିଲାଣି, ବ୍ୟବସ୍ଥାରେ ଘଳିଆ ଅଛି ବୋଲି ଦଲାଲ ମେଡିକାଲ ଓ ଆରଟିଓ କାର୍ଯ୍ୟାଳୟରେ ପଶିଛନ୍ତି । ସରକାର ବ୍ୟବସ୍ଥାର ଉନ୍ନତି ପାଇଁ କିଛି ନ କରି ୫ଟି ଭାଷଣ ବାଜି କରିଦେଲେ କଣ ଲୋକେ ନ୍ୟାୟ ପାଇଯିବେ । ବେଶୀ ଦୂର ନ ଯାଇ କ୍ୟାପିଟାଲ ହସ୍ପିଟାଲ ଦେଖିଲେ ସରକାରଙ୍କ ଘୋଷଣା ଓ କାର୍ଯ୍ୟର ଅନ୍ତର ବୁଝାପଡିଯିବ । କ୍ୟାପିଟାଲ ହସ୍ପିଟାଲ ପଡୋଶୀ ହେଉଛନ୍ତି ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦା । ଗତ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ କ୍ୟାପିଟାଲ ହସ୍ପିଟାଲ ଠାରୁ କେଇ ଫୁଟ ଦୂରରେ ରହୁଛନ୍ତି । ତା ସତ୍ତ୍ୱେ ବ୍ୟବସ୍ଥା କାହିଁକି ଭୁଶୁଡିପଡିଲା ଯେ ଦଲାଲ ପଶିଲେ।
ରୋଗୀମାନଙ୍କର କହିବା କଥା ହେଉଛି, ସରକାରଙ୍କ ଦୋଷ ଦୁର୍ବଳତା କାରଣରୁ ହିଁ ଏଭଳି ପରିସ୍ଥିତି ଉପୁଜିଥିଲା । ଯେତିକି ରୋଗୀ, ସେ ତୁଳନାରେ ଡାକ୍ତର ନାହାନ୍ତି । ସରକାର ଗୋଟିଏ ପଟେ ମାଗଣା ଚିକିତ୍ସା କଥା କହୁଛନ୍ତି, ଅନ୍ୟପଟେ ଗୋଟିଏ ଗୋଟିଏ ମେସିନ୍ ରଖାଯାଇଛି । ଜରୁରି ବା ଗୁରୁତର ରୋଗୀ କିଏ ଏକଥା କିଏ ଚିହ୍ନଟ କରିବ । ଏଣୁ ଦଲାଲ ପଶୁଛନ୍ତି ।
ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି, ଆରଟିଓ କାର୍ଯ୍ୟାଳୟ ସ୍ଥିତି ବି ସେମିତି । ଏତେ ପରେ ଆମ ବ୍ୟବସ୍ଥାରେ ଥିବା ବାବୁ ଓ କର୍ମଚାରୀମାନେ କମ୍ପ୍ୟୁଟରକୁ ନିଜର ସାଥୀ କରିପାରିଲେ ନାହିଁ । ଯଦି ପାସପୋର୍ଟ ବ୍ୟବସ୍ଥାକୁ ଅନୁକରଣ କରାଯିବ, ତେବେ ବ୍ୟବସ୍ଥାର ସରଳୀକରଣ ଆପେ ଜଣାପଡିଯିବ । ଦଲାଲ ବ୍ୟବସ୍ଥାର ସେଠାରେ ବିଲୋପ ଘଟିଛି । ଆଜି ଆରଟିଓ କାର୍ଯ୍ୟାଳୟକୁ ସରକାର ବ୍ୟବସ୍ଥିତ କରିପାରିଲେ ନାହିଁ । ସେଠାରୁ କେତେ ଦଲାଲଙ୍କୁ ପୁଲିସ ବାନ୍ଧିବ । ଏସବୁ କଥା ଶୁଣିବାକୁ ଭଲ ଲାଗୁଛି, କିନ୍ତୁ ବ୍ୟବସ୍ଥା ନ ସୁଧାରିବା ଯାଏ ଲୋକଙ୍କ ଦୁର୍ଦଶା ବଢିବ ଓ ଜନ ଅସନ୍ତୋଷ ବି । ସରକାରଙ୍କୁ ସୁଫଳ ମିଳିବନି, ବରଂ ବଦନାମ ହେବାର ଭୟ ରହିଛି । ସରକାର ଆଗ ପଦବି ପୂରଣ ଓ ବିଭିନ୍ନ ସେବାକୁ ସରଳୀକରଣ କରିବା ଉଚିତ୍ ବୋଲି ଏହି ମହଲ ମତ ରଖିଛନ୍ତି ।
ପ୍ରମୁଖ ଖବର
ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା