ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର କିଛି ମୁହୂର୍ତ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲ ପରିସରରୁ ଦଲାଲଙ୍କୁ ଗିରଫ କରିଥିଲା ପୁଲିସ । ଗତକାଲି ଆରଟିଓ ଓ ମେଡିକାଲ ପରିସରରୁ ୩୧ ଓ ଆରଟିଓଙ୍କ କାର୍ଯ୍ୟାଳୟ ପରିସରରୁ ୪୪ଜଣଙ୍କୁ ଗିରଫ କରାଯାଇଥିଲା । ଆଜି ପୁଲିସ ଡିଜି ବିଜୟ ଶର୍ମା ଜଣାଇଛନ୍ତି, ୩୧ ଜଣ ଦଲାଲଙ୍କୁ ଗିରଫ କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ୨୨ ଜଣ ଆରଟିଓ କାର୍ଯ୍ୟାଳୟରୁ ଗିରଫ ହୋଇଛନ୍ତି।
ପୁଲିସର ଏଭଳି ଧରପଗଡ ରାଜ୍ୟ ସରକାରଙ୍କୁ ଉଲ୍ଲସିତ କରୁଛି । ହେଲେ ସାଧାରଣରେ କିନ୍ତୁ ଏ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ପ୍ରଶ୍ନ ଉଠିଲାଣି, ବ୍ୟବସ୍ଥାରେ ଘଳିଆ ଅଛି ବୋଲି ଦଲାଲ ମେଡିକାଲ ଓ ଆରଟିଓ କାର୍ଯ୍ୟାଳୟରେ ପଶିଛନ୍ତି । ସରକାର ବ୍ୟବସ୍ଥାର ଉନ୍ନତି ପାଇଁ କିଛି ନ କରି ୫ଟି ଭାଷଣ ବାଜି କରିଦେଲେ କଣ ଲୋକେ ନ୍ୟାୟ ପାଇଯିବେ । ବେଶୀ ଦୂର ନ ଯାଇ କ୍ୟାପିଟାଲ ହସ୍ପିଟାଲ ଦେଖିଲେ ସରକାରଙ୍କ ଘୋଷଣା ଓ କାର୍ଯ୍ୟର ଅନ୍ତର ବୁଝାପଡିଯିବ । କ୍ୟାପିଟାଲ ହସ୍ପିଟାଲ ପଡୋଶୀ ହେଉଛନ୍ତି ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦା । ଗତ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ କ୍ୟାପିଟାଲ ହସ୍ପିଟାଲ ଠାରୁ କେଇ ଫୁଟ ଦୂରରେ ରହୁଛନ୍ତି । ତା ସତ୍ତ୍ୱେ ବ୍ୟବସ୍ଥା କାହିଁକି ଭୁଶୁଡିପଡିଲା ଯେ ଦଲାଲ ପଶିଲେ।
ରୋଗୀମାନଙ୍କର କହିବା କଥା ହେଉଛି, ସରକାରଙ୍କ ଦୋଷ ଦୁର୍ବଳତା କାରଣରୁ ହିଁ ଏଭଳି ପରିସ୍ଥିତି ଉପୁଜିଥିଲା । ଯେତିକି ରୋଗୀ, ସେ ତୁଳନାରେ ଡାକ୍ତର ନାହାନ୍ତି । ସରକାର ଗୋଟିଏ ପଟେ ମାଗଣା ଚିକିତ୍ସା କଥା କହୁଛନ୍ତି, ଅନ୍ୟପଟେ ଗୋଟିଏ ଗୋଟିଏ ମେସିନ୍ ରଖାଯାଇଛି । ଜରୁରି ବା ଗୁରୁତର ରୋଗୀ କିଏ ଏକଥା କିଏ ଚିହ୍ନଟ କରିବ । ଏଣୁ ଦଲାଲ ପଶୁଛନ୍ତି ।
ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି, ଆରଟିଓ କାର୍ଯ୍ୟାଳୟ ସ୍ଥିତି ବି ସେମିତି । ଏତେ ପରେ ଆମ ବ୍ୟବସ୍ଥାରେ ଥିବା ବାବୁ ଓ କର୍ମଚାରୀମାନେ କମ୍ପ୍ୟୁଟରକୁ ନିଜର ସାଥୀ କରିପାରିଲେ ନାହିଁ । ଯଦି ପାସପୋର୍ଟ ବ୍ୟବସ୍ଥାକୁ ଅନୁକରଣ କରାଯିବ, ତେବେ ବ୍ୟବସ୍ଥାର ସରଳୀକରଣ ଆପେ ଜଣାପଡିଯିବ । ଦଲାଲ ବ୍ୟବସ୍ଥାର ସେଠାରେ ବିଲୋପ ଘଟିଛି । ଆଜି ଆରଟିଓ କାର୍ଯ୍ୟାଳୟକୁ ସରକାର ବ୍ୟବସ୍ଥିତ କରିପାରିଲେ ନାହିଁ । ସେଠାରୁ କେତେ ଦଲାଲଙ୍କୁ ପୁଲିସ ବାନ୍ଧିବ । ଏସବୁ କଥା ଶୁଣିବାକୁ ଭଲ ଲାଗୁଛି, କିନ୍ତୁ ବ୍ୟବସ୍ଥା ନ ସୁଧାରିବା ଯାଏ ଲୋକଙ୍କ ଦୁର୍ଦଶା ବଢିବ ଓ ଜନ ଅସନ୍ତୋଷ ବି । ସରକାରଙ୍କୁ ସୁଫଳ ମିଳିବନି, ବରଂ ବଦନାମ ହେବାର ଭୟ ରହିଛି । ସରକାର ଆଗ ପଦବି ପୂରଣ ଓ ବିଭିନ୍ନ ସେବାକୁ ସରଳୀକରଣ କରିବା ଉଚିତ୍ ବୋଲି ଏହି ମହଲ ମତ ରଖିଛନ୍ତି ।
ପ୍ରମୁଖ ଖବର
ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର