ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ମାଡ଼ିଆସୁଛି ଭୀଷଣ ବାତ୍ୟା ‘ମହା’

0

ନୂଆଦିଲ୍ଲୀ: ବଡ଼ ଧରଣର ବାତ୍ୟା ମାଡି ଆସୁଛି। ୩୧ ତାରିଖ ପରେ ଏହା ଭୀଷଣ ରୂପ ଧାରଣ କରିବ। ନଭେମ୍ବର ୪ ତାରିଖ ଯାଏ ଘାଣ୍ଟିଦେବ ସମୁଦାୟ ଅଞ୍ଚଳ। ପାଣିପାଗ ବିଜ୍ଞାନୀମାନେ ଏହାର ନାମକରଣ କରିଛନ୍ତି। ‘ମହା’ ଏବେ ଘଣ୍ଟାପ୍ରତି ୨୫ କିେଲାମିଟର ବେଗରେ ଆଗକୁ ମାଡୁଛି।
ତେବେ ଏହା ବଙ୍ଗୋପସାଗରରେ ନୁହେଁ। ଲାକ୍ଷାଦୀପ, ଆରବ ସାଗରର ଦକ୍ଷିଣ ପୂର୍ବାଞ୍ଚଳ ଓ ମାଳବ ଅଞ୍ଚଳରେ ସୃଷ୍ଟି ଲଘୁଚାପ ଆଜି ଅଧିକ ଘନୀଭୂତ ହୋଇ ଏଭଳି ବାତ୍ୟା ରୂପ ଧାରଣ କରିବାକୁ ଯାଉଛି। ଏହା ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ଭାରତର ପାଣିପାଗ ବିଜ୍ଞାନୀ ଆଜି ଏଭଳି ପୂର୍ବାନୁମାନ କରିଛନ୍ତି। ଏହା ଉତ୍ତରପଶ୍ଚିମ ଦିଗକୁ ଗତି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ବ କେନ୍ଦ୍ରୀୟ ଆରବସାଗରରେ ତାଣ୍ଡବ ରଚାଇବ।
ମହା ୨ ତାରିଖବେଳକୁ ଅତି ଭୀଷଣ ସାମୁଦ୍ରିକ ବାତ୍ୟା ରୂପ ଧାରଣ କରି ଆଗକୁ ବଢିବ। ସେତେବେଳକୁ ପବନର ଗତି ୧୨୦ରୁ ୧୩୦ କିଲୋମିଟର ଘଣ୍ଟାପ୍ରତି ବହିବ। ସ୍ଥଳବିଶେଷରେ ଏହା ୧୫୦ କିେଲାମିଟର ଛୁଇଁପାରେ। ୪ ତାରିଖ ସକାଳ ବେଳକୁ ପବନର ବେଗ ୧୬୦ରୁ ୧୭୦ ଛୁଇଁବ ଓ ୧୯୦ କିଲୋମିଟର ବେଗରେ ମଝିରେ ମଝିରେ ଝଟକା ଦେଇପାରେ।
ଏହାର ପ୍ରଭାବରେ କେରଳ, ଲାକ୍ଷାଦୀପ, କର୍ଣ୍ଣାଟକ ଉପକୂଳ ଓ ଦକ୍ଷିଣ ତାମିଲନାଡୁରେ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ବାତ୍ୟା ‘କ୍ୟାର୍’ ଏବେ ଦୁର୍ବଳ େହାଇସାରିଲାଣି।

Leave A Reply

Your email address will not be published.