ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଯୋଧ୍ୟା ସହ ଯୋଡି ହେଲା କିଛି ରେକର୍ଡ଼

0

ନୂଆଦିଲ୍ଲୀ: ଆଯୋଧ୍ୟା ମାମଲା ସହ କିଛି ରେକର୍ଡ ମଧ୍ୟ ଯୋଡି ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ୬୯ ବର୍ଷ ଇତିହାସରେ ସମ୍ଭବତଃ ଏହା ପ୍ରଥମ ମାମଲା ଯାହା ଶନିବାର ପ୍ରକାଶ ପାଇଛି। କୋର୍ଟ ସାଧାରଣତଃ ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିଥାଏ। ଅତି ଜରୁରୀ ସ୍ଥିତିରେ ଶନିବାର, ରବିବାର ବା ରାତି ଅଧରେ ଅଦାଲତ ବସିବା ନଜିର ରହିଛି। ଏହି ମାମଲା ଅତି ସମ୍ବେଦନଶୀଳ ହୋଇଥିବା କାରଣରୁ ପ୍ରଧାନ ବିଚାରପତି ଶନିବାର ଦିନ ଧାର୍ଯ୍ୟ କରିଥାଇପାରନ୍ତି।

ଏମିତିରେ ବି ଏଭଳି ଏକ ଜଟିଳ ମାମଲାରେ ଖଣ୍ଡପୀଠ ସର୍ବସମ୍ମତ ହେବା ମଧ୍ୟ ଏକ ବଡ ଉପଲବ୍ଧି ବୋଲି କୁହାଯାଇପାରେ। ୧୯୭୩ ପରେ ଏହା ଦ୍ଵିତୀୟ ମାମଲା ଯେଉଁଥିରେ ଦୀର୍ଘତମ ଶୁଣାଣି , ଅର୍ଥାତ ଅଗଷ୍ଟ୬ରୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ହୋଇଥିଲା।

Leave A Reply

Your email address will not be published.