ପ୍ରମୁଖ ଖବର

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୋମ୍ଫାକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ଆତ୍ମହତ୍ୟା
ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
ଗୁଜରାଟରେ ଖୁବଶୀଘ୍ର ଲାଗୁ ହେବ ୟୁସିସି
ଲାଞ୍ଚ ନେଇ ଗିରଫ ହେଲେ ବିରମହାରାଜପୁର ଥାନା ଏଏସଆଇ
ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ରାଜଧାନୀ ଭୁବନେଶ୍ବରରେ ମୋ ବସ୍‌ ଧକ୍କାରେ ଚାଲିଗଲା ନାବଳିକାଙ୍କ ଜୀବନ

୬୦ବର୍ଷରୁ କମ୍ ବୟସ ଶ୍ରମିକଙ୍କ ପେନସନ୍ ସଂପର୍କରେ ଆଲୋଚନା ହେବ

0
  • ଶ୍ରମିକମାନଙ୍କୁ ଆଶ୍ବାସନା ଦେଲେ ସରକାର
  • ଶ୍ରମିକଙ୍କ କଲ୍ୟାଣ ପାଇଁ ଦିଆଯାଇଛି ୧୪୭୦ କୋଟି

ଭୁବନେଶ୍ବର: ଅଣ ସଂଗଠିତ ସାମାଜିକ ସୁରକ୍ଷା କଲ୍ୟାଣ ଆଇନ, ୨୦୦୮ ଅନୁସାରେ କେନ୍ଦ୍ର ସରକାର ୨ଚି ପେନସନ୍ ଯୋଜନା କରିଛନ୍ତି। ଗୋଟିଏ ଅଣସଂଗଠିତ ଶ୍ରମିକଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଓ ଅନ୍ୟଟି ବ୍ୟବସାୟୀ ଓ ସ୍ବରୋଜଗାରୀଙ୍କ ପାଇଁ ଜାତୀୟ ପେନସନ୍ ଯୋଜନା ଏହାଦ୍ବାରା ୬୦ ବର୍ଷ ବୟସ ପୂରା ହେବା ମାତ୍ରେ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ମାସିକ ୩ ହଜାର ଟଙ୍କା ପେନସନ୍ ପାଇବେ। ମାତ୍ର ୪୧ରୁ ୬୦ ବର୍ଷ ବୟସର ଶ୍ରମିକମାନେ ଏହି ଯୋଜନାରୁ ବାଦ୍ ପଡିଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସଂଶୋଧନ ହେବ।

ପେନସନ୍ ସପ୍ତାହ ଉପଲକ୍ଷେ ରାଜ୍ୟସ୍ତରୀୟ ସଚେତନତା ଶିବିରରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଆଜି ଏଭଳି ଆଶ୍ବାସନା ଦେଇଛନ୍ତି। ମନ୍ତ୍ରୀ କହିଥିଲେ, ସଂଗଠିତ ଓ ଅଣସଂଗଠିତ ଶ୍ରମିକମାନଙ୍କର ସାମାଜିକ ସୁରକ୍ଷା ଆମର ପ୍ରାଥମିକତା। ରାଜ୍ୟ ସରକାର ଶ୍ରମିକ ମାନଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା କରିଛନ୍ତି।ଶ୍ରମିକ କଲ୍ୟାଣ ବୋର୍ଡ ବି ଗଠନ ହୋଇଛି। ରାଜ୍ୟରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଅଣସଂଗଠିତ ଶ୍ରମିକମାନଙ୍କର ସମାଜ କଲ୍ୟାଣକୁ ଦୃଷ୍ଚିରେ ରଖି ଓଡ଼ିଶା ଅଣସଂଗଠିଚ ସାମାଜିକ ସୁରକ୍ଷା ବୋର୍ଡ ଗଠନ ହୋଇଛି। ଅଣସଂଗଠିତ ସାମାଜିକ ସୁରକ୍ଷା ନିୟମାବଳୀ-୨୦୧୦ ସଂଶୋଧନ କରାଯାଇଛି। କେବଳ ସେତିକି ନୁହେଁ, ସରକାର ଏଥିରେ ହିତାଧିକାରୀ ପଞ୍ଜୀକରଣ ଦେୟ ବି ସଂଶୋଧନ କରିଛନ୍ତି। ପଞ୍ଜୀକୃତ ଶ୍ରମିକଙ୍କ ନବୀକରଣକୁ ୧ ବର୍ଷ ବଦଳରେ ୩ ବର୍ଷକୁ ବଢାଇ ଦିଆଯାଇଛି।

ମନ୍ତ୍ରୀ କହିଥିଲେ, ଅଣସଂଗଠିଚ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା, ଦୁର୍ଘଟଣାଜନିତ ସହାୟତା ଆଦି ପ୍ରଦାନ କରାଯାଉଛି। ଏହାବ୍ୟତୀତ ଯେଉଁମାନେ ଅଣସଂଗଠିଚ ଶ୍ରମିକ ତାଲିକାଭୁକ୍ତ ଅଛନ୍ତି, ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୨୯ଲକ୍ଷ ହିତାଧିକାରୀଙ୍କୁ ପଞ୍ଜୀକୃତ କରିଥିବା ବେଳେ ୧୭ଟି କଲ୍ୟାଣକାରୀ ଯୋଜନାରେ ୧୪୭୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।

ଆଜିର ଏହି ସଭାରେ ଶ୍ରମିକ କଲ୍ୟାଣ ବୋର୍ଡର ମୁଖ୍ୟ ସୁବାସ ସିଂ, ବିଭାଗୀୟ ଶାସନ ସଚିବ ଅନୁ ଗର୍ଗ ଓ ଶ୍ରମ କମିସନର ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.