ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ମୋବାଇଲ୍ ନେଲା ପ୍ରାଣ, କେମିତି ଜାଣନ୍ତୁ

0

ଭୁବନେଶ୍ବର: ରାଜ୍ୟରେ ମୋବାଇଲ ବ୍ୟବହାର ଯେତିକି ବଢୁଛି, ତାକୁ ନେଇ ସେତିକି ଦୁର୍ଘଟଣା ବଢିବାରେ ଲାଗିଛି। ଏହି କ୍ରମରେ ଆଜି ନବରଙ୍ଗପୁର ଜିଲ୍ଲାରୁ ପୁଣି ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି।ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ଜିଲ୍ଲାର ଡାବୁଗାଁ ଥାନା ଅନ୍ତର୍ଗତ ଚେରଚେଟିଆଗୁଡ଼ା ଗ୍ରାମରେ ଜଣେ ଯୁବକ ମୋବାଇଲ ଚାର୍ଜ ବସାଇବା ସମୟରେ ବିଦ୍ୟୁତ୍ ଆଘାତରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣହାନି ଘଟିଥିଲା। ମୃତ ଯୁବକଙ୍କ ନାମ ସନାଧର ଭତ୍ତରା ଓ ତାଙ୍କ ବୟସ ୧୭ ବୋଲି କୁହାଯାଉଛି। ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ସନାଧର ଭତରା ତାର ଭଉଣୀ ବଗ ଭତରା ଘରେ ଗତ ୩ବର୍ଷ ହେଲା ରହି ଆସୁଥିଲା। ଗତକାଲି ସେ ସାଙ୍ଗମାନଙ୍କ ସହ ନିକଟସ୍ଥ ମେଦନା ଗ୍ରାମକୁ ଯାଇଥିଲା। ଆଜି ସକାଳ ପ୍ରାୟ ସାତଟା ବେଳେ ସନାଧର ଚାର୍ଜ କରୁଥିବା ସମୟରେ ତାର ମୋବାଇଲ ବ୍ୟାଟେରି ଫାଟି ଯାଇଥିଲା । ଏଥିରେ ସନାଧର ର ଡାହାଣ ହାତ ପାପୁଲି ଫାଟି ଯାଇଲା। ଏଥିସହିତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ହିଁପ୍ରାଣ ହରାଇଥିଲା। ଲୋକେ ପ୍ରାୟ ଅଧ ଘଣ୍ଟାଏ ପରେ ଦେଖିଥିଲେ। ଦିନକୁ ଦିନ ବ୍ୟାଟେରି ଫାଟିବା ଭଳି ଅନେକ ଘଟଣା ଘଟୁଛି।

Leave A Reply

Your email address will not be published.