ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପଛୁଆବର୍ଗଙ୍କ ପାଇଁ ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍

0
  • ୨୦୨୧ ଜନଗଣନା ପୂର୍ବରୁ ବଡ଼ ସଂକଳ୍ପ ନେଲା ରାଜ୍ୟ କ୍ୟାବିନେଟ୍
  • ଏସଇବିସି ଓ ଓବିସି ଗଣନା ପାଇଁ କେନ୍ଦ୍ର ଉପରେ ଚାପ ପକାଇଲେ

ଭୁବନେଶ୍ବର: ଜନଗଣନା ବେଳେ ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟା ଓ ସେମାନଙ୍କ ସ୍ଥିତି ନେଇ ଆପାତତଃ ଏକ ଚିତ୍ର ସାମ୍ନାକୁ ଆସିଥାଏ। ହେଲେ ସାମାଜିକ ଅର୍ଥନୈତିକ ପଛୁଆ ବର୍ଗ ବା ଓବିସିଙ୍କ କ୍ଷେତ୍ରରେ ଏଭଳି ଏକ ସ୍ପଷ୍ଟ ଚିତ୍ର ଏଯାଏ ଆସିପାରିନାହିଁ। ପରିଣାମ ହେଲା, ରାଜ୍ୟ ସରକାର ବା କେନ୍ଦ୍ର ସରକାର କୌଣସି ନୀତି ନିର୍ଧାରଣ କରିବା ବେଳେ ଏମାନଙ୍କୁ ଯେଭଳି ଗୁରୁତ୍ବ ମିଳିବା କଥା ତାହା ସମ୍ଭବ ହେଉନାହିଁ। ଏଣୁ ୨୦୨୧ ଜନଗଣନା ବେଳେ ଏମାନଙ୍କୁ ଅନ୍ତର୍ଭୁକ୍ତ କରିବା ଲାଗି କେନ୍ଦ୍ର ସରକାରଙ୍କ ଉପରେ ଏକ ପରୋକ୍ଷ ଚାପ ପକାଇଛନ୍ତି ଓଡ଼ିଶା ସରକାର।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏଭଳି ଏକ ବଡ ସଂକଳ୍ପ ଉପରେ ମୋହର ଲାଗିଛି। ରାଜ୍ୟ ସରକାର କେନ୍ଦ୍ରକୁ ପ୍ରଭାବିତ କରିବାକୁ ଉଦ୍ୟମ କରିଛନ୍ତି ଯେ ଜନଗଣନା ବେଳେ ଏମାନଙ୍କ ସଂପର୍କରେ ଏକ ଚିତ୍ର ସାମ୍ନାକୁ ଆଣିବା ଲାଗି ଫର୍ମରେ ଆବଶ୍ୟକ ବ୍ୟବସ୍ଥା କରାଯିବା ଦରକାର।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଏକ ନିଷ୍ପତ୍ତିକୁ ରାଜନୈତିକ ମହଲ ମାଷ୍ଟରଷ୍ଟ୍ରୋକ୍ ବୋଲି କହୁଛନ୍ତି। ଏହାଦ୍ବାରା କେନ୍ଦ୍ର ସରକାର ଓଡ଼ିଶା ନିଜକୁ ଏକ ଆଗୁଆ ରାଜ୍ୟ ବୋଲି ଜଣାଇବାକୁ ଚାହିଁଛି। ସମାନ୍ତରାଳ ଭାବେ ଓବିସି ଭୋଟ ବ୍ୟାଙ୍କ ନିଜ ଆଡକୁ ଟାଣିବାରେ ସମର୍ଥ ହେବ। ଏହାଦ୍ବାରା ଏହି ବର୍ଗକୁ ବାର୍ତା ଯିବ ଯେ ସେମାନଙ୍କ ବିକାଶ ଲାଗି ରାଜ୍ୟ ସରକାର ଚିନ୍ତିତ ଅଛନ୍ତି।

କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସରକାରଙ୍କ ପକ୍ଷରୁ କୁହାଯାଇଛି, ଦେଶ ଏବେ ୧୫୦ତମ ମହାତ୍ମାଗାନ୍ଧୀଙ୍କ ଜନ୍ମ ଦିବସ ପାଳନ କରୁଛି। ମହାତ୍ମାଗାନ୍ଧୀ ବିଶ୍ବାସ କରୁଥିଲେ ଯେ ଗରିବ ଓଦୁର୍ବଳ ବ୍ୟକ୍ତିର ବିକାଶ ରାଜ୍ୟର ପ୍ରାଥମିକତା ହେବା ଉଚିତ୍। ସମ୍ବିଧାନରେ ମଧ୍ୟ ଏ ନେଇ ସ୍ପଷ୍ଟ ସଙ୍କେତ ରହିଛି।

ରାଜ୍ୟ ସରକାର ଯୁକ୍ତି ରଖିଛନ୍ତି ଯେ ଯେତେବେଳେ ସମସ୍ତ ଯୋଜନା ତଥ୍ୟ ଓ ପରିସଂଖ୍ୟାନ ଭିତ୍ତିରେ କରାଯାଉଛି, ସେତେବେଳେ ଏସ୍ଇବିସି ଓ ଓବିସିଙ୍କ ସଂଖ୍ୟା ନେଇ ସରକାର ୧୯୩୧ ମସିହା ତଥ୍ୟ ଉପରେ ନିର୍ଭର କରୁଛନ୍ତି। ୨୦୧୧ରେ ସରକାର ଏସଇବିସି ଗଣନା କରିଥିଲେ ହେଁ ଏହା ପ୍ରକାଶ ପାଇନଥିଲା। ୨୦୨୦ରେ ଯେଉଁ ଫର୍ମାଟ୍ କରାଯାଉଛି, ସେଥିରେ ମଧ୍ୟ ଏହାକୁ ସାମିଲ କରାଯାଇନାହିଁ।

ଏଣୁ ୨୦୨୧ ଜନଗଣନା ସହିତ ଏସଇବିସି ଅର୍ଥାତ୍ ସାମାଜିକ ଓ ଅର୍ଥନୈତିକ ତଥା ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଗଣନା କରାଯିବା ଲାଗି ରାଜ୍ୟ ସରକାର ଆଗ୍ରହ ଦେଖାଇଛନ୍ତି। ଏମାନଙ୍କ ସଂଖ୍ୟା ନେଇ ସ୍ପଷ୍ଟତା ନଥିବା ପରିପ୍ରେକ୍ଷୀରେ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଏହା କିଭଳି ଶୀଘ୍ର ପ୍ରକାଶ ପାଇବ, ତାହା ଉପରେ ବି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି।

Leave A Reply

Your email address will not be published.