ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

କିଏ ଦମ୍ ଦେଖାଇଲା, ଦୀପିକା ନା ଦେବଗନ୍

0

ନୂଆଦିଲ୍ଲୀ: ସଲମାନ୍ ଖାଁ ଓ ଅମୀର ଖାଁଙ୍କ ଚଳଚ୍ଚିତ୍ର ନେଇ ପୂର୍ବରୁ ବଲିଉଡ୍ ଜଗତରେ ଅନେକ ବାର ଚହଳ ପଡିଛି। ଏଥର କିନ୍ତୁ ଏକାଥରକେ ଦୁଇଟି ଭିନ୍ନ ଭିନ୍ନ ବିଚାର ଧାରାର କଥାବସ୍ତୁ ଧରି ଆସିଥିଲେ ଆଉ ଦୁଇ ବଲିଉଡ୍ ତାରକା ଦୀପିକା ପାଦୁକୋନ୍ ଓ ଅଜୟ ଦେବଗନ୍। ୨୦୦୫ ମସିହାର ଏକ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଗୋଟିଏ ବାଳିକା (ଲକ୍ଷ୍ମୀ ଅଗ୍ରଵାଲ)ର ସଂଘର୍ଷମୟ ଜୀବନ ଓ ପରବର୍ତୀ ସମୟରେ ଏସିଡ୍ ଆକ୍ରମଣକାରୀଙ୍କ ବିରୋଧରେ ଅଦାଲତରେ ତାର ଲଢେଇ ଭଳି ଅତି ସଙ୍ଗିନ୍ ଚଳଚ୍ଚିତ୍ର ଧରି ଓହ୍ଲାଇଥିଲେ ଦୀପିକା। ଫିଲ୍ମ ନାଁ ଥିଲା ଛପାକ୍।

ସେପଟେ ସପ୍ତଦଶ ସମୟର ଏକ ଯୋଦ୍ଧା, ଯିଏ କି ଛତ୍ରପତି ଶିବାଜୀଙ୍କ ସପକ୍ଷରେ ରହି ମୋଗଲଙ୍କ ବିରୋଧରେ ଲଢିଥିଲେ। ତାନାଜୀ ମାଲୁସାରେଙ୍କ ବୀରଗାଥାକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ତାନାଜୀକୁ ଧରି ଏକାସାଙ୍ଗରେ ମଇଦାନରେ ମୁକାବିଲା ପାଇଁ ପାଗ ଭିଡିଥିଲେ ଅଜୟ ଦେବଗନ।

ଚଳଚ୍ଚିତ୍ର ବ୍ୟବସାୟ ସଂପର୍କରେ ଅନୁଧ୍ୟାନ କରୁଥିବା ବିଶେଷଜ୍ଞ ତରନ ଆଦର୍ଶଙ୍କ ଟ୍ବିଟ୍ ସୂଚାଇଛି, ଦୀପିକାଙ୍କୁ ମାତ୍ ଦେଇ କାହିଁ କେତେ ଉପରେ ରହି ବକ୍ସ ଅଫିସରେ ଚହଳ ପକାଇଛନ୍ତି ଅଜୟ ଦେବଗନ୍। ପ୍ରଥମ ଦିନରେ ଅଜୟଙ୍କ ଚଳଚ୍ଚିତ୍ର ୧୫.୧ କୋଟି ଟଙ୍କା ବ୍ୟବସାୟ କରିଥିବା ବେଳେ ଏହି ଫିଲ୍ମକୁ ନେଇ ମହାରାଷ୍ଟ୍ରରେ ହଇଚଇ ଖେଳିଯାଇଛି। ସେପଟେ ମାତ୍ର ୪.୭୭ କୋଟି ଟଙ୍କାର ବ୍ୟବସାୟ କରିବାକୁ ସକ୍ଷମ ହୋଇଛି ଦୀପିକା ପାଦୁକୋନଙ୍କ ଫିଲ୍ମ। ଏସିଡ୍ ଆକ୍ରମଣ ଭଳି ଅତି ସମ୍ବେଦନଶୀଳ ଘଟଣାକୁ ନେଇ ନେଇ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲେ ହେଁ ଏହା ପ୍ରଭାବହୀନ ହୋଇପଡିଛି।

ଆଗକୁ ଦେଖିବା କଥା ଦ୍ବିତୀୟ ଓ ତୃତୀୟ ଦିନରେ ଏମାନେ କେତେ ବ୍ୟବସାୟ କଲେ। ଅଜୟ ରେକର୍ଡ କରୁଛନ୍ତି ନା ନାହିଁ? ଦୀପିକାଙ୍କ ପ୍ରତି ଛପାକ୍ ପ୍ରତି ଦର୍ଶକ ଆଦର ଫେରୁଛି ନା ନାହିଁ?

Leave A Reply

Your email address will not be published.