ପ୍ରମୁଖ ଖବର

ଇସ୍ତଫା ଦେବାର ୮ ଦିନରେ ସରକାରୀ ବାସଭବନ ଛାଡିବେ କେଜରିୱାଲ
ଝାଡ଼ଖଣ୍ଡ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ହେମନ୍ତ ସୋରେନ
ବଢିଲା ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ: ୨୦୨୬ ପର୍ଯ୍ୟନ୍ତ ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର

କହୁ କହୁ ବଡ କଥାଟେ କହିଦେଲେ ଶିବା ରେଡ୍ଡି

0

ଭୁବନେଶ୍ବର: ଦେଶରେ ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ବିତର୍କ ଜାରି ରହିଥିବା ବେଳେ ଭାରତ ବର୍ଷର ପ୍ରଖ୍ୟାତ କବି ତଥା ସରସ୍ବତୀ ସମ୍ମାନ ବିଜେତା କେ. ଶିବା ରେଡ୍ଡି ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ଭୁବନେଶ୍ବରରେ ଅନୁଷ୍ଠିତ ସାହିତ୍ୟ ପତ୍ରିକା କଥାର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଶିବା ରେଡ୍ଡି କହିଥିଲେ ଯେ ସେ ନିଜେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର େଗାଟିଏ ମଧ୍ୟବିତ୍ତ ଚାଷୀ ପରିବାରରେ ଜନ୍ମ ନେଇଛନ୍ତି। ଆଜି ଦିନରେ ଚାଷୀ ଆତ୍ମହତ୍ୟା କରୁଥିବା କଥା ଶୁଣିବାକୁ ମିଳୁଛି। ମାତ୍ର ଚାଷୀ ସମାଜକୁ ଭିନ୍ନ ଏକ ବାର୍ତା ଦେଇଥାଏ। ଜୀବନ କିଭଳି ଜିଇଁବାକୁ ପଡେ, ଅର୍ଥାତ୍ ବଞ୍ଚି ରହିବାର ପ୍ରେରଣା ଚାଷୀ ଠାରୁ ହିଁ ଶିଖିପାରିବ। ତାର କାର୍ଯ୍ୟପ୍ରକ୍ରିୟାରେ ସେ ଏ ସଙ୍କେତ ଦେଇଥାଏ। ସେ କେବେ ଆତ୍ମହତ୍ୟା କରିପାରେନା। ଗୋଟିଏ ଫସଲ ନଷ୍ଟ ହୋଇଗଲେ, ସେ ତତ୍କାଳ ଆଉ ଗୋଟିଏ ଫସଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଏ ଓ ତତ୍କାଳ ଅଣ୍ଟା ସଳଖିବାକୁ ଚେଷ୍ଟା କରିଥାଏ। ଏତେ ଶୀଘ୍ର ଜୀବନ ଜିଇଁବାର କଳା ଆଉ କେଉଁଠାରେ ଦେଖିବାକୁ ମିଳେ ନାହିଁ।

ପ୍ରଫେସର ଶିବା ରେଡ୍ଡିଙ୍କର ଏଭଳି ବକ୍ତବ୍ଯ ଉଭଯ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବଳ ଦେଇଛି। ବିରୋଧୀଙ୍କୁ ମୁକାବିଲା ପାଇଁ କିମ୍ବା ସାଧାରଣ ଲୋକଙ୍କର ସ୍ବରକୁ ଚାପି ଦେବା ଲାଗି ନୁହେଁ, ବରଂ ହତୋତ୍ସାହିତ ହୋଇ ପଡୁଥିବା ଚାଷୀ ଭିତରେ ଆତ୍ମବିଶ୍ବାସର ମଞ୍ଜି ବୁଣିବା ପାଇଁ ଶିବା ରେଡ୍ଡିଙ୍କ ମନ୍ତବ୍ୟ ବେଶ୍ ଉପଯୋଗୀ। ଏଭଳି ବିଶିଷ୍ଟ ବ୍ୟକ୍ତିଙ୍କୁ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ସରକାର ବାଟ କାଢିବା ଦରକାର। କେବଳ ସେତିକି ନୁହେଁ, ଏଭଳି ବକ୍ତବ୍ଯକୁ ରେକର୍ଡିଂ କରି ଚାଷୀ ମେଳାରେ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ପୂର୍ବରୁ ଡାକ୍ତର ଦାମୋଦର ରାଉତ କୃଷି ମନ୍ତ୍ରୀ ଥିବା ବେଳେ ଚାଷୀ ଆତ୍ମହତ୍ୟା କରିପାରିବ ନାହିଁ ବୋଲି ମନ୍ତବ୍ଯ ଦେଉଥିଲେ। କିନ୍ତୁ ସେ କଥା ଭିତରେ ବିରୋଧୀଙ୍କ ସ୍ବରକୁ ଚାପିଦେବାର ପ୍ରଚେଷ୍ଟା ଅଧିକ ଥିଲା ଓ ରାଜନୀତିର ଗନ୍ଧ ଭଣ ଭଣ ହୋଇ ବାରି ହେଉଥିଲା। ଡାକ୍ତର ରାଉତଙ୍କ ଚାଷୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ଲାଗି ଚେଷ୍ଟା କରିବା ପରିବର୍ତେ ଚାଷୀ ଆତ୍ମହତ୍ୟା ଜନିତ ଅଭିଯୋଗକୁ ଦମନ କରିବାରେ ବେଶୀ ସମୟ ଦେଉଥିବା କୁହାଯାଉଥିଲା।

ଏନସିଆରବି ରିପୋର୍ଟ ଅନୁସାରେ, ଏଥର ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ଘଟଣା ନାହିଁ। କିନ୍ତୁ ଭାରତବର୍ଷର ଅନେକ ରାଜ୍ଯରେ ଏବେ ଏହି ପ୍ରସଙ୍ଗଟି ବଡ଼ ବିତର୍କ ଲାଗି ଖୋରାକ ଯୋଗାଉଛି। ଚାଷ ଜମି ଛାଡି ଆନ୍ଦୋଳନକୁ ଯିବା ଲାଗି ଚାଷୀକୁ ବାଧ୍ୟ କରୁଛି। ଏହାଦ୍ବାରା ଚାଷୀର କିଛି ବିଶେଷ ଲାଭ ହେଉନାହିଁ। ବରଂ ଚାଷୀ ଓ ଚାଷକୁ ନେଇ ରାଜନୀତିକୁ କରିବାକୁ ରାଜନୈତିକ ଦଳକୁ ସୁଯୋଗ ଜୁଟୁଛି। ଭୋଟ ରାଜନୀତିରେ ଏହା ଏକ ପ୍ରସଙ୍ଗ ପାଲଟୁଛି। ଫସଲ ଉତ୍ପାଦନ କମୁଛି ଓ ଶସ୍ୟ ହାନି ଭୟ ବଢିବାରେ ଲାଗିଛି।

କଥାର ଏହି ବାର୍ଷିକ ଉତ୍ସବରେସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ଦେଶର ଆଉ ଦୁଇ ବିଶିଷ୍ଟ ସାହିତ୍ୟିକ ତଥା ମରାଠୀ ଲେଖକ ବିଶ୍ବାସ ପାଟିଲ, ବସିରେଡ୍ଡି ନବୀନ ଏବଂ ପତ୍ରିକାର ସଂପାଦକ ତଥା ଜଣାଶୁଣା କଥାକାର ଗୌରହରି ଦାସ ଉପସ୍ଥିତ ଥିଲେ। ସମ୍ବାଦର ପରିଚାଳନା ନିର୍ଦେଶିକା ମୋନିକା ନାୟାର ପଟ୍ଟନାୟକ ଓ କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ବି ମଞ୍ଚାସୀନ ଥିଲେ।

Leave A Reply

Your email address will not be published.