ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ପାଗ ଭିଡ଼ିଲାଣି ବାତ୍ୟା, କେଉଁଆଡେ ମୁହାଁଇବ?

0

ଭୁବନେଶ୍ବର: ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି କ୍ଷେତ୍ର ୧୫ ତାରିଖ ସୁଦ୍ଧା ଶକ୍ତିଶାଳୀ ହୋଇ ଅବପାତ ରୂପ ନେବ ଓ ୧୬ ତାରିଖ ସନ୍ଧ୍ୟା ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ଅଛି । ଏହି କ୍ଷେତ୍ର ୧୭ ତାରିଖ ଯାଏଁ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହେବ ଓ ଏହା ପରେ ଉତ୍ତର ଉତ୍ତର ପୂର୍ବ ଦିଗ ରେ ଆଗକୁ ବଢିବ।

ବଙ୍ଗୋପସାଗର ରେ ଏହି ବାତ୍ୟା କୁ ଶକ୍ତିଶାଳୀ କରାଇବା ପାଇଁ ଅନୁକୂଳ ପରିବେଶ ରହିଛି । ବାତ୍ୟା ସୃଷ୍ଟି ପାଇଁ ସମୁଦ୍ର ପୃଷ୍ଟ ର ତାପମାତ୍ରା ୨୭°କିମ୍ବା ଏହା ଠାରୁ ଅଧିକ ରହିବା ଦରକାର କିନ୍ତୁ ବର୍ତ୍ତମାନ ସମୟ ବଙ୍ଗୋପସାଗର ରେ ତାପମାତ୍ରା ଯଥେଷ୍ଟ ଅଧିକ ୩୦-୩୧° ରହିଛି । MJO ବର୍ତ୍ତମାନ ଫେଜ୍ ୨ ରେ ରହିଛି ଓ ୧୭ ତାରିଖ ପରେ ଏହା ଫେଜ୍ ୪ କୁ ଯିବ ଯାହା ଫଳରେ ଏହା ଆସନ୍ତା ୮ ଦିନ ଯାଏ ବାତ୍ୟା ଶକ୍ତିଶାଳୀ କରାଇବାରେ ସହାୟକ କରିବ।

ଅଧିକାଂଶ ମଡେଲ ଙ୍କ ଆକଳନ ଅନୁସାରେ ଏହି କ୍ଷେତ୍ର ଆସନ୍ତା ୧୬ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେରେ ବାତ୍ୟା ରୂପ ନେବ । ଏହି ବାତ୍ୟା ଏହା ପରେ ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟା(Severe cyclonic Strom) ର ରୂପ ନେବା ସହ ଉତ୍ତର ପଶ୍ଚିମ କିମ୍ବା ଉତ୍ତର ପୂର୍ବ ବଙ୍ଗୋପସାଗରରେ ରେ ପହଞ୍ଚିବ।

ହେଲେ ଏହି ବାତ୍ୟା କେଉଁଠାରେ ଲ୍ୟାଣ୍ଡଫଲ୍ କରିବ , ଭାରତ ପୂର୍ବ ଉପକୂଳ କୁ ଆସିବ କିମ୍ବା ଭାରତ ପୂର୍ବ ଉପକୂଳ ରେ ସମାନ୍ତରାଳ ଭାବରେ ଗତି କରି ବାଂଲାଦେଶ ଆଡେ ଯିବ ଏହା କୁ ନେଇ ବିଭିନ୍ନ ମଡେଲଙ୍କ ଭିନ୍ନ ଭିନ୍ନ ମତ ରହିଛି । ତେବେ ୨୦-୨୧ ତାରିଖ ବେଳକୁ ଏହି କ୍ଷେତ୍ର ଲ୍ୟାଣ୍ଡ ଫଲ୍ କରିବାର ସମ୍ଭାବନା ରହିଛି ବୋଲି ସାର୍ଥକ ମିଶ୍ର ପୂର୍ବାନୁମାନ କରିଛନ୍ତି।

Leave A Reply

Your email address will not be published.