ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ନିଜ ପାଇଁ ନିଜେ ଲଢ଼ିଲେ ମହାପ୍ରଭୁ

0
  • ବଡ଼ଦାଣ୍ଡକୁ ଓହ୍ଲାଇବେ, ଭକ୍ତଙ୍କୁ ଦେବେ ଦର୍ଶନ
  • ରଥଯାତ୍ରା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ
  • କେନ୍ଦ୍ର ସରକାର କହିଲେ ରଥ ନ ହେଲେ ୧୨ବର୍ଷ ବନ୍ଦ
  • ଦିନକ ପାଇଁ କର୍ଫ୍ୟୁ ପଛେ ହେଉ,କିନ୍ତୁ ରଥଯାତ୍ରା କରାଯାଉ
  • ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର, ସତ୍ୟପାଠ ଦେଲେ
  • ଗଜପତି ମହାରାଜାଙ୍କ ପ୍ରସ୍ତାବ ହିଁ ସର୍ବମାନ୍ୟ ହେଲା
  • ଜଗନ୍ନାଥପ୍ରେମୀଙ୍କ ମାନ ରଖିଲେ ଗଜପତି ଦିବ୍ୟସିଂହ ଦେବ

ଭୁବନେଶ୍ବର: ଭକ୍ତର ଆଖିର ଲୁହ ମହାପ୍ରଭୁ ସହିପାରିନାହାନ୍ତି। କାହା କାହା ତୁଣ୍ଡ ଓ ମୁଣ୍ଡରେ ପଶି ବଡ଼ଦାଣ୍ଡକୁ ଓହ୍ଲାଇବା ପାଇଁ ନିଜ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆସିବା ପୂର୍ବରୁ ପୁରୀରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରିସାରିଲେଣି। ତିନି ରଥ ସିଂହଦ୍ବାର ଅଭିମୁଖେ। ବଡ଼ଦାଣ୍ଡକୁ ଓହ୍ଲାଇବାକୁ ମହାପ୍ରଭୁ ବ୍ୟଗ୍ର ହୋଇଉଠିଲେଣି, ଏହାର ଆଭାସ ମିଳିଲାଣି। ସାରା ବିଶ୍ବର ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଏହା ଆଶ୍ବସ୍ତ କରୁଛି।

ମୁଖ୍ୟ ବିଚାରପତି ଜଷ୍ଟିସ ଏସ ଏ ବୋବଡେ, ଜଷ୍ଟିସ ଏ ଏସ୍ ବୋପନ୍ନା, ଜଷ୍ଟିସ୍ ଦିନେଶ ମାହେଶ୍ବରୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପୁରୀ ରଥଯାତ୍ରା ମାମଲାର ଶୁଣାଣି କରିଥିଲେ। ପ୍ରଥମ ପର୍ଯ୍ୟାୟରେ କିଏ କାହା ପାଇଁ ଲଢୁଛନ୍ତି ତଥା ଆବେଦନ ଉପରେ ନଜର ପକାଇବା ପରେ ଅପରାହ୍ନ ସାଢେ ଦୁଇଟାରେ ବିଶଦ ଭାବେ ଶୁଣିବା ପାଇଁ କହିଥିଲେ। ନାଗପୁରରେ ନିଜ ଘରୁ ମୁଖ୍ୟ ବିଚାରପତି ମାମଲାର ଶୁଣାଣି କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ହରିଶ୍ ସାଲଭେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ତୁଷାର ମେହେଟ୍ଟା ମାମଲା ଲଢୁଥିବା ଜଣାଇଥିଲେ। ଏହା ସହିତ ଭାରତବର୍ଷର ବରିଷ୍ଠ ଓକିଲମାନେ ଏହି ମାମଲାରେ ନିଜ ଯୁକ୍ତି ଉପସ୍ଥାପନ କରିଥିଲେ। ସବୁ ଶୁଣିବା ପରେ କୋର୍ଟ କଟକଣା ସହିତ ପୁରୀ ରଥଯାତ୍ରାକୁ ଅନୁମତି ଦେଇଛନ୍ତି। କେନ୍ଦ୍ର-ରାଜ୍ୟ-ପରିଚାଳନା କମିଟି ପ୍ରମୁଖ ପରସ୍ପର ସହିତ ଯୋଗାଯୋଗ କରି ଏହି କାର୍ଯ୍ୟ ସମାହିତ କରିବା ଲାଗି କୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ କେଉଁ କେଉଁ କ୍ଷେତ୍ରରେ କଟକଣା ହେବ, ଏ ସଂକ୍ରାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ।

ଆଜି ସକାଳେ ସୁପ୍ରିମକୋର୍ଟ ତାଙ୍କ ନିର୍ଦେଶ ପରିବର୍ତନ ପାଇଁ ସମ୍ମତି ଜଣାଇଥିଲେ। ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିରୁ ଓହରି ଆସିଥିଲେ। ରାଜି ହୋଇଥିଲେ ଯେ କେବଳ ପୁରୀରେ କଟକଣା ଭିତ୍ତିରେ ରଥଯାତ୍ରା ଲାଗି ଶ୍ରୀମନ୍ଦିର ପ୍ରଶାସନ ଯେଉଁ ପ୍ରସ୍ତାବ ଦେଇଛନ୍ତି, ସେଥିରେ ସରକାରଙ୍କ ସମ୍ମତି ରହିଛି। ଆଜି ଆବାସିକ ଆୟୁକ୍ତ ସଂଜୀବ ମିଶ୍ର ଏ ସଂକ୍ରାନ୍ତ ସତ୍ୟପାଠ ଦାଖଲ କରିଥିଲେ। ରାଜ୍ୟ ସରକାରଙ୍କ ଓକିଲ ହରିଶ୍ ସାଲଭେ ଏ ସଂକ୍ରାନ୍ତରେ ମଧ୍ୟ ସବୁଜ ସଙ୍କେତ ଦେଇଥିଲେ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦେଶ କ୍ରମେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗଜପତି ମହାରାଜାଙ୍କ ସହିତ ଆଲୋଚନା କରିଥିବା ଖବର ଆସୁଛି। କେବଳ ସେତିକି ନୁହେଁ, ପୂୁରା କେନ୍ଦ୍ର ସରକାର ରଥଯାତ୍ରା ସପକ୍ଷରେ ମତ ରଖିଛନ୍ତି।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଶତାଦ୍ଦୀ ଧରି ଚାଲିଥିବା ରଥଯାତ୍ରା ବନ୍ଦ ହୋଇନପାରେ। ଏହା କୋଟି କୋଟି ଲୋକଙ୍କ ବିଶ୍ବାସ ସହିତ ଜଡିତ। ରଥଯାତ୍ରାର ସିଧା ପ୍ରସାରଣ ହେବା ଉଚିତ। କୋଭିଡ୍ ସ୍ଥିତିରେ ମଧ୍ୟ ରଥଯାତ୍ରା ହୋଇପାରିବ ବୋଲି ଆଶା ଦେଖାଇ ଶ୍ରୀ ମେହେଟ୍ଟା କହିଥିଲେ, ମହାମାରୀ ରୋକିବା ପାଇଁ ଦିନକ ପାଇଁ ପୁରୀ ସହରରେ କର୍ଫ୍ୟୁ ଜାରି କରାଯାଇପାରେ। ଯଦି ରଥଯାତ୍ରା ପାଇଁ ଅନୁମତି ନ ଦିଆଯିବ, ତେବେ ୧୨ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସଲିସିଟର ଜେନେରାଲ କହିଥିଲେ। ଯେଉଁ ସେବାୟତମାନଙ୍କର କୋଭିଡ୍ ପରୀକ୍ଷା ନେଗେଟିଭ୍ ଆସିଛି, ସେମାନଙ୍କୁ ନେଇ ଏହି ଯାତ୍ରା କରାଯିବା ଉଚିତ୍। ଗଜପତି ମହାରାଜା ଓ ଶ୍ରୀମନ୍ଦିର ପରିଚାଳନା କମିଟି ସମୁଦାୟ ବ୍ୟବସ୍ଥାର ତଦାରଖ କରିବା ଉଚିତ୍।

ଉଲ୍ଲେଖଯୋଗ୍ୟ, ରଥଯାତ୍ରା ପାଇଁ ସରକାରୀପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ଅପରାହ୍ନରେ ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ, ଏଠାରେ କିଛି ନିଷ୍ପତ୍ତି ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ, ପୁଲିସ ମହାନିର୍ଦେଶକ ଅଭୟ ପୁରୀ ଯାଇଛନ୍ତି। ସେଠାରେ ସେମାନେ କ୍ୟାମ୍ପ କରି ସ୍ଥିତି ଅନୁଧ୍ୟାନ କରିବେ।

Leave A Reply

Your email address will not be published.