ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଯାହା ବିଷୟରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିମାନେ କଥା ହୁଅନ୍ତି

0

ଆନ୍ତର୍ଜାତିକ କ୍ରିକେଟରୁ ଧୋନିଙ୍କ ଅବସର ଓ ୧୯୨୯ ଘଣ୍ଟା

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି ଅବସର ନେଇଛନ୍ତି। ସେ ହେଉଛନ୍ତି ଏମିତି ଶୈଳୀର ଜଣେ ଖେଳାଳି, ଯାହା ସଂପର୍କରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀମାନେ କଥା ହୋଇଥାନ୍ତି। ବିଶିଷ୍ଟ କ୍ରିକେଟ୍ ଖେଳାଳି ଜିନ୍ ଜୋନ୍ସଙ୍କର ଧୋନୀଙ୍କ ସଂପର୍କରେ ଏମିତି ମନ୍ତବ୍ୟ ତାଙ୍କର କ୍ରିକେଟରେ ଯୋଗଦାନ, ମହନୀୟତା ସଂପର୍କରେ ପ୍ରତିପାଦିତ କରିବା ପାଇଁ ଯଥେଷ୍ଟ।

କିଛି ଦିନ ତଳେ ଦୈନିକ ଖବରକାଗଜ ହିନ୍ଦୁସ୍ତାନ ଟାଇମ୍ସ ସହିତ ଏକ କଥାବାର୍ତା ବେଳେ ଜୋନ୍ସ ଏଭଳି ମନ୍ତବ୍ୟ ଦେଇଥିଲେ। ସେହି ଆଲୋଚନା ବେଳେ ଜୋନ୍ସ ଏକଥା ବି କହିଥିଲେ ଯେ ଧୋନୀ ସର୍ବକାଳୀନ ୬ ଶ୍ରେଷ୍ଠ କିକ୍ରେଟ୍ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ।

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି। ପ୍ରଥମେ ବିସିସିଆଇକୁ ଏକ ଚିଠି ଲେଖି ଜଣାଇ ଦେବା ପରେ ସେ ଏକ ଇନଷ୍ଟାଗ୍ରାମ୍ ପୋଷ୍ଟରେ ତାଙ୍କର ଏକ ଶ୍ରେଷ୍ଠ କ୍ରିକେଟ୍ ମୁହୂର୍ତର ଭିଡ଼ିଓ ସେୟାର କରିବା ସହିତ ତାଙ୍କ ଅବସର ନିଷ୍ପତ୍ତି ଶୁଣାଇଥିଲେ। ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ଧନ୍ୟବାଦ। ସମସ୍ତଙ୍କର ଭଲପାଇବା ଓ ସମର୍ଥନ ପାଇଁ ବହୁତ ବହୁତ ଧନ୍ୟବାଦ।

ଧୋନି ହେଉଛନ୍ତି, ଭାରତର ଅନ୍ୟତମ ସଫଳ ଅଧିନାୟକ ଥିଲେ, ଯିଏ ତିନିଟି ଆଇସିସି ଟ୍ରଫି ଜିତିଥିଲେ। ୨୦୦୭ରେ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍, ୨୦୧୧ରେ ଦିନିକିଆ ବିଶ୍ବକପ୍ ଓ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ହାସଲ କରିଥିବା ଏକମାତ୍ର ଅଧିନାୟକ ହେଉଛନ୍ତି ଧୋନି। ୨୦୧୧ ବିଶ୍ବକପ୍ ବିଜୟ ଲାଭ ସହିତ ମହାନ କ୍ରିକେଟ୍ ତାରକା ସଚିନ୍ ତେନ୍ଦୁଲକରଙ୍କ ବିଦାୟ ସମ୍ବର୍ଧନାର ମାଷ୍ଟରମାଇଣ୍ଡ ଥିଲେ ଧୋନି।

ଧୋନିଙ୍କ ଅବସର ପରେ ସାକ୍ଷୀ ପ୍ରତିକ୍ରିୟା ରଖି କହିଛନ୍ତି, “ତୁମେ ଯାହା ହାସଲ କରିଛ ସେଥିପାଇଁ ତୁମେ ଗର୍ବିତ ହେବା ଉଚିତ୍। ଖେଳକୁ ତୁମର ଶ୍ରେଷ୍ଠ ପ୍ରଦାନ କରିଥିବାରୁ ଅଭିନନ୍ଦନ। “ତୁମର ସଫଳତା ଏବଂ ତୁମେ ଥିବା ବ୍ୟକ୍ତି ପାଇଁ ମୁଁ ଗର୍ବିତ! ଏଥିସହିତ ସାକ୍ଷୀ ଧୋନିଙ୍କ ସ୍ବାସ୍ଥ୍ୟ, ସୁଖ ଓ ଭବିଷ୍ୟତରେ ଆଉ କିଛି ଚମତ୍କାର କାମନା କରିଛନ୍ତି।

ଭାରତୀୟ କ୍ରିକେଟକୁ ଅସମ୍ଭବ ଅବଦାନ ରଖି ବିଶ୍ବର ବିଭିନ୍ନ ମହଲରେ ପ୍ରଶଂସିତ ହୋଇଥିବା ଧୋନି ଚୁପ୍‌ଚାପ୍ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥିଲେ। ନିଜର ଅପ୍ରତ୍ୟାଶିତ ଅଧିନାୟକତ୍ବ ଏବଂ ମାନସିକତା ପାଇଁ ଜଣାଶୁଣା ଏହି ପ୍ରତିଷ୍ଠିତ ଖେଳାଳି ଅଗଷ୍ଟ ୧୫ରେ ୭୪ତମ ସ୍ବାଧୀନତା ଦିବସର ନିଜର ଅନ୍ତର୍ଜାତିକ କ୍ରିକେଟର ଗୌରବମୟ ଅଧ୍ୟାୟରେ ପୂର୍ଣ୍ଣଛେଦ ଟାଣିଥିଲେ, ଯେତେବେଳେ ସମୟ ଥିଲା ୧୯୨୯ ଘଣ୍ଟା। ବା ସନ୍ଧ୍ୟା ୭ଟା ୨୯।

କ୍ରିକେଟ୍ ବିଶେଷଜ୍ଞମାନେ ଧୋନିଙ୍କର ୧୯୨୯ ଘଣ୍ଟାରେ ଅବସର ନେଇ ବିଶ୍ଳେଷଣ ଆରମ୍ଭ କରିଛନ୍ତି। କୁହାଯାଉଛି, ଗତବର୍ଷ ଜୁଲାଇ ୯ ତାରିଖରେ ଭାରତ ବିଶ୍ବକପ୍ ୨୦୧୯ରୁ ବାଦ୍ ପଡ଼ିଥିଲା। ଏହି ମ୍ୟାଚରେ ଶେଷ ଥର ପାଇଁ ଧୋନି ପଡ଼ିଆରୁ ଦୂରେଇ ଯାଇଥିଲେ। ସେତେବେଳେ ତାଙ୍କ ଆଖି ଲୁହରେ ଭର୍ତି ହୋଇଯାଇଥିଲା ଓ ସେ ଅତ୍ୟନ୍ତ ଦୁଃଖୀ ହୋଇ ଦୌଡି ଦୌଡି ଚାଲିଯାଇଥିଲେ। ଯେତେବେଳେ ଭାରତ ଏହି ବିଶ୍ବକପରୁ ବିଦାୟ ନେଇଥିଲା, ୟୁଜଭେନ୍ଦ୍ର ଚହଲ ଅନ୍ତିମ ଓଭରରେ ଵିକେଟ୍ ହରାଇ ଚାଲିଯାଇଥିଲେ, ସେତେବେଳେ ଦେଶର ସମୟ ଥିଲା ୧୯୨୯ ବା ୭ଟା ୨୯।

ଶନିବାର ଯେମିତି ଚୁପ୍‌ଚାପ୍ ନିଜ ଅବସର ସମୟ ଘୋଷଣା କରିଥିଲେ, ଠିକ୍ ସେମିତି ୨୦୧୪ରେ ଧୋନି ସମାନ ଢଙ୍ଗରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ୨୦୧୭ରେ ମଧ୍ୟ ସମାନ ଭାବରେ ଅଧିନାୟକ ପଦକୁ ବାଏ ବାଏ କରିଥିଲେ ଧୋନି। ସେ ଚୁପ୍‌ଚାପ୍ ଚାଲିଯାନ୍ତି, ଚୁପ୍‌ଚାପ୍ ସଫଳତା ହାସଲ କରିଥାନ୍ତି, ଚୁପ୍‌ଚାପ୍ ନିଷ୍ପତ୍ତି ନିଅନ୍ତି।ଯାହା ସମଗ୍ର ବିଶ୍ବରେ ପରବର୍ତୀ ସମୟରେ କୋଳାହଳ ସୃଷ୍ଟି କରିଥାଏ।

ତେବେ ସେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ଖେଳୁଥିବା ବେଳେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ବ୍ୟାଟିଂ ଏବଂ ନେତୃତ୍ୱ ନେଇ ସେ ବିଶ୍ୱକୁ ବିସ୍ମିତ କରିବେ ବୋଲି କ୍ରିକେଟ୍ ପ୍ରେମୀ ଆଶା କରିଛନ୍ତି। ସେପ୍ଟେମ୍ବର ୧୯ ରେ ଆଇପିଏଲ୍ ଆରମ୍ଭ ହେବା ପରେ ପ୍ରଶଂସକମାନେ ତାଙ୍କୁ ପଡ଼ିଆରେ ପ୍ରତ୍ୟାବର୍ତ୍ତନ କରିବାକୁ ଉତ୍ସାହିତ ହେବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.