ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ରାୟପୁରରେ ମର୍ମନ୍ତୁଦ ଦୁର୍ଘଟଣାରେ ଗଞ୍ଜାମର ୭ମୃତ

0
  • ଶ୍ରମିକଙ୍କୁ ନେଇ ସୁରଟ ଯାଉଥିଲା, ଛତିଶଗଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍
  • ବହୁ ଶ୍ରମିକ ଗୁରୁତର, ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି

ରାୟପୁର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି। ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ ସୁରଟ ଅଭିଯୋଗେ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ବସରେ ଥିବା ବହୁ ଯାତ୍ରୀ ଗୁରୁତର ଥିବା ବେଳେ ଅନ୍ୟ ୭ଜଣଙ୍କର ସ୍ଥିତି ଗମ୍ଭୀର ରହିଥିବା ରାୟପୁର ଏସ୍ଏସ୍‌ପି ଅଜୟ ଯାଦବ ସୂଚନା ଦେଇଛନ୍ତି। ମୃତକଙ୍କର ନିର୍ଦିଷ୍ଟ ପରିଚୟ ଏଯାଏ ମିଳିନାହିଁ।

ଗତକାଲି ରାତିରେ ବିଳମ୍ବିତ ରାତିରେ କିମ୍ବା ଆଜି ଭୋରରୁ ଏଭଳି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ଛତିଶଗଡର ଛେରି ଖିଡ୍ଡି ନିକଟରେ ବସଟି ଏକ ଟ୍ରକ୍କୁ ଧକ୍କା ଦେଇଥିଲା। ଅନ୍ୟ ଗୁରୁତରଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଛି। ଗଞ୍ଜାମ ଜିଲ୍ଲାରୁ ଶ୍ରମିକଙ୍କୁ ନେଇ ବସଟି ସୁରଟ ଯାଉଥିଲା।

ଉଲ୍ଲେଖଯୋଗ୍ୟ, ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ଅନୁଯାୟୀ ୨୦୧୯ରେ ଦେଶରେ ୪ଲକ୍ଷ ୨୧ ହଜାର ଲୋକଙ୍କର ଜୀବନହାନି ଘଟିଛି।

Leave A Reply

Your email address will not be published.