ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ତିର୍ତ୍ତୋଲ ଟିମ୍ ଘୋଷଣା କଲା କଂଗ୍ରେସ

0

ଭୁବନେଶ୍ୱର: ଆଗାମୀ ତିର୍ତ୍ତୋଲ ଉପନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକ ପାଇଁ କଂଗ୍ରେସ ନେତୃବୃନ୍ଦମାନଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି।। ରଘନାଥପୁର ବ୍ଲକ ନିମନ୍ତେ ଗୁରୁପଦ ନନ୍ଦ ଓ ମାନସ ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବିରିଡି ବ୍ଲକ ପାଇଁ ବନ୍ଦିତା ପରିଡା ଓ ଗଣେଶ୍ୱର ବେହେରାଙ୍କୁ ଏବଂ ତିର୍ତ୍ତୋଲ ବ୍ଲକ ପାଇଁ ଅମରନାଥ ପ୍ରଧାନ, ଶୁଭେନ୍ଦୁ ମହାନ୍ତି ଓ ଅରିନ୍ଦମ ସର୍କେଲଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି।

ସେହିପରି ଶ୍ରୀ ପଟ୍ଟନାୟକ ଉପନିର୍ବାଚନରେ ଦଳୀୟ ପ୍ରଚାର କାର୍ଯ୍ୟକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ କଂଗ୍ରେସ ନେତୃବୃନ୍ଦଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି । ଏହି ନେତୃବୃନ୍ଦ ମାନେ ହେଲେ କଂଗ୍ରେସ ପ୍ରଭାରୀ ଡ. ଏ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ ଓ ପ୍ରଦୀପ ମାଝୀ, ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ଜୟଦେବ ଜେନା, ଶରତ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନ, କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଭକ୍ତ ଚରଣ ଦାସ, ରାମଚନ୍ଦ୍ର ଖୁଂଟିଆ, ରଞ୍ଜିବ ବିଶ୍ୱାଳ, ସପ୍ତଗିରି ଉଲାକା, ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ୍‌, ଅଧିରାଜ ମୋହନ ପାଣିଗ୍ରାହୀ, ଦାସରଥି ଗମାଙ୍ଗ, ସି.ଏସ୍‌. ରାଜନ ଏକ୍କା, ଗଣେଶ୍ୱର ବେହେରା, ଅମରନାଥ ପ୍ରଧାନ, ଶରତ ରାଉତ, ଅଂଶୁମାନ ମହାନ୍ତି, ଦେବେନ୍ଦ୍ରନାଥ ଶର୍ମା।

ଏମାନଙ୍କ ବ୍ୟତୀତ ଚିନ୍ମୟ ପ୍ରସାଦ ବେହୁରା, ସଂଗ୍ରାମ କେଶରୀ ଜେନା, ବିଶ୍ୱରଂଜନ ମହାନ୍ତି, ସତ୍ୟପ୍ରକାଶ ନାୟକ, ବନ୍ଦିତା ପରିଡା, ସ୍ମୃତିରେଖା ପହି, ଉମେଶ ଜେନା, ନଳିନୀ ସ୍ୱାଇଁ, ମନିଷା ତ୍ରିପାଠୀ, ଶୁଭଶ୍ରୀ ପଣ୍ଡା, ଦେବ ପ୍ରସାଦ ନାୟକ, ମନୋଜ ବିଶ୍ୱାଳ, ସ୍ମୃତିରଂଜନ ଲେଙ୍କା, ଶୁଭେନ୍ଦୁ ମହାନ୍ତି, ମାନସ ଚୌଧୁରୀ, ଅରିନ୍ଦମ ସର୍କେଲ, ଗୁରୁପଦ ନନ୍ଦ, ଦେବାଶିଷ ପଟ୍ଟନାୟକ, ସୁରେଶ ମହାପାତ୍ର, ପ୍ରଫୁଲ୍ଲ ଦାସ, ଅଭିଷେକ ମହାନନ୍ଦ, ଅମୀୟ କୁମାର ପଟ୍ଟନାୟକ, ବିଶ୍ୱଭୂଷଣ ଦାସ, ନିଶିକାନ୍ତ ମିଶ୍ର, ଅନନ୍ତ ପ୍ରସାଦ ସେଠୀ, ସସ୍ମିତା ବେହେରା, ଲଲାଟେନ୍ଦୁ ମହାପାତ୍ର, ଅଜିତ୍ କୁମାର ମଙ୍ଗରାଜ, ସୁଦର୍ଶନ ଦାସ, ନାରାୟଣ ପ୍ରସାଦ ଜେନା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଜର୍ଜ ତିର୍କୀ, ଜ୍ଞାନଦେବ ବେଉରା ଓ ଆକାଶ ଭୂୟାଁ ପ୍ରମୁଖ ରହିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.