ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ମୁହାଁମୁହିଁ ଆଡ଼କୁ ବିଜେଡି-ବିଜେପି

0

ଭୁବନେଶ୍ବର: ୨୦୧୬ ମସିହାରେ ଏମିତି ହୋଇଥିଲା। ପ୍ରଥମେ ବିଜେଡି-ବିଜେପି ମଧ୍ୟରେ କଥା କଟାକଟି। ତା’ ପରେ ବିକ୍ଷୋଭ। ରାଜନୈତିକ ସମାବେଶ। ପରସ୍ପର ଭିତରେ ଛକାପଞ୍ଝା। ଆଉ ଶେଷରେ ନିର୍ବାଚନୀ ଯୁଦ୍ଧରେ ଉଭୟଙ୍କ ମଧ୍ୟରେ ବଳ କଷାକଷି ହୋଇଥିଲା।

ଠିକ୍ ଚାରିବର୍ଷ ପରେ ଏବେ ପୁଣି ଥରେ ସମାନ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଏହାର ଆଭାସ ମିଳିଲାଣି। ବିଜେଡି-ବିଜେପି ମଧ୍ୟରେ ଚାଲିଥିବା ଦୀର୍ଘ ୨୦ମାସର ମଧୁଚନ୍ଦ୍ରିକାରେ ଆପାତତଃ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ଉଭୟ ଦଳ ପୁଣି ଥରେ ପରସ୍ପରର ନିକଟତର ହେଲେଣି, ଯୁଦ୍ଧ ପାଇଁ। ୨୦୨୧ ଅବ୍ୟବହିତ ପୂର୍ବରୁ ରାଜନୀତି ଉଷ୍ଣ ହେବା ପଛର ଏହା ଏକ ବଡ଼ କାରଣ ବୋଲି କୁହାଯାଉଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧା ସିଧା ସମାଲୋଚନା କରିଛନ୍ତି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ। ଟ୍ବିଟ୍ କରି ବିଜେପିର ଏହି ପ୍ରସଙ୍ଗରେ ଆଭିମୁଖ୍ୟ କଣ ତାହାକୁ ଉସକାଇଛନ୍ତି ପ୍ରଣବ। ଏହି ଟ୍ବିଟ୍ ଉପରେ ନିଜେ ଧର୍ମେନ୍ଦ୍ର ଏଯାଏ କୌଣସି ମତ ରଖିନାହାନ୍ତି। ବିଜେପି ଏକ ଜାତୀୟ ଦଳ। ନିଜେ ଧର୍ମେନ୍ଦ୍ର ଏହା ଉପରେ କୌଣସି ନିର୍ଣ୍ଣୟ ଦେଇପାରିବେ ନାହିଁ। ଏକଥା ଜାଣି ବିଜେଡି ଏଭଳି ଏକ ପ୍ରସଙ୍ଗରେ ବିଜେପିକୁ ଘେରିଛି। ଏହାଦ୍ବାରା ଦଳର ଦୁଇଟି ଉଦ୍ଦେଶ୍ୟ ସାଧିତ ହେବ। ପ୍ରଥମତଃ ମହିଳା ସଂରକ୍ଷଣ ସିଧା ପ୍ରଶ୍ନର ଉତ୍ତର ବିଜେପି ଦେଇପାରିବ ନାହିଁ। ଯାହା ମହିଳା ଭୋଟରଙ୍କୁ ବିଜେଡିକୁ ଆଡକୁ ଟାଣିବା ବିଶେଷ କଷ୍ଟସାଧ୍ୟ ହେବ ନାହିଁ। ଦ୍ବିତୀୟତଃ ଏକଥା ବି ସିଦ୍ଧ ହୋଇଯିବ ଯେ କେନ୍ଦ୍ର ନିଷ୍ପତ୍ତି ନ ନେଲେ ରାଜ୍ୟର ନେତାମାନେ କୌଣସି ପ୍ରସଙ୍ଗରେ ନୀତିଗତ ଭାବେ ମତମନ୍ତବ୍ୟ ଦେବାର କ୍ଷମତା ରଖନ୍ତି ନାହିଁ।

ଗତ କାର୍ଯ୍ୟକାରିଣୀରେ ବିଜେପିର ଏହି ଦ୍ବନ୍ଦ୍ବ ସଂପର୍କରେ ବିଜେଡି ଠାରିଥିଲା। ନା ନ ନେଇ ବିଜେଡି ମୁଖିଆ ନବୀନ ପଟ୍ଟନାୟକ କହିଥିଲେ, ସେମାନେ ଦିଲ୍ଲୀ ଉପରେ ନିର୍ଭର କରିବେ। ଏବେ ଏହି ପ୍ରସଙ୍ଗ ଉଠାଇ ଦଳ ତାହାକୁ ପ୍ରମାଣିତ କରିବାକୁ ଉଦ୍ୟମ କରୁଛି। ବିଜେପି ବି ଫସିଛି। ପ୍ରଣବଙ୍କ ଟ୍ବିଟ୍କୁ ନେଇ ପୂରା ବିଜେପି ବିଜେଡିକୁ ସମାଲୋଚନାରେ ମାତିଛି। ମହିଳାଙ୍କ ପାଇଁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର କଣ କଣ କରିଛନ୍ତି, ସେ ପ୍ରସଙ୍ଗରେ ଜବାବ ରଖିଛନ୍ତି। ଏହା ପରୋକ୍ଷରେ ବିଜେଡିକୁ ସୁହାଇଛି। କାରଣ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଏଡାଇ ବିଜେପି ଯେତେ ଏଣୁ ତେଣୁ ଗପିବ, ସେତେ ବିଜେଡି ଫାଇଦାରେ ରହିବ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।

ପ୍ରକାଶଥାଉକି, ବିଜେଡି ଏବେ ବିଜେପିକୁ ସମାଲୋଚନା କାମରେ ଲଗାଇ ଦେଇ କ୍ୟାବିନେଟ୍ ନିଷ୍ପତ୍ତି ମାଧ୍ୟମରେ ପୁଣି ଥରେ ଜନକଲ୍ୟାଣ କାର୍ଯ୍ୟକ୍ରମ ଭିତରକୁ ପଶିବାକୁ ଚେଷ୍ଟା କଲାଣି। ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଇ ସରକାର ସପକ୍ଷରେ ବାତାବରଣ ପ୍ରସ୍ତୁତ କରୁଛି। ଅନୁରୂପ ଭାବେ ସରକାରଙ୍କ ଆବାସ ଯୋଜନାରେ ବିଜେପି ଭାଗ ମାଗି ଗାଁ ଗଣ୍ଡାରେ ସରକାରଙ୍କୁ ଘେରିଲାଣି ସତ। ହେଲେ ଏହା ଲମ୍ବା ଲଢେଇ ହୋଇ ରହିବ ନାହିଁ। ବିଶେଷକରି ଘର ପାଇଥିବା ଲୋକମାନେ ଏହି ପ୍ରସଙ୍ଗକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିବା ସମ୍ଭାବନା କମ୍। କାରଣ ଯେଉଁମାନେ ଘର ପାଇଛନ୍ତି, ସେମାନେ ନିଜକୁ ଏହି ଆନ୍ଦୋଳନ ଭିତରେ ସାମିଲ କରିବା ସମ୍ଭାବନା କ୍ଷୀଣ।

Leave A Reply

Your email address will not be published.