ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ପୁରୀ ପାଇଁ ବଡ଼ ସ୍ବପ୍ନ ରଖିଲେ ନବୀନ

0
  • ପୁରୀରେ ଅନ୍ତର୍ଜାତିକ ବିମାନବନ୍ଦର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିିଲେ
  • ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନାମରେ ଏହାକୁ ନାମକରଣ ପାଇଁ ବି ପ୍ରସ୍ତାବ
  • ଜମି ଚିହ୍ନଟ କରିସାରିଛନ୍ତି ସରକାର, ରେକର୍ଡ ସମୟରେ ସାରିବାକୁ ଲକ୍ଷ୍ୟ ରହିଛି
  • ପୁରୀକୁ ବିଶ୍ବ ଐତିହ୍ୟ ସହରର ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି

ପୁରୀ: ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସଂକଳ୍ପ ନେଇଛନ୍ତି, ସେ କ୍ଷେତ୍ରରେ ଆଜି ଆଉ ଗୋଟିଏ ପାଦ ଅତିକ୍ରମ କରିଛନ୍ତି। ୨୦୨୧ ମସିହାର ପ୍ରଥମ ଦିନରେ ପ୍ରଥମ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ। ଏଥିରେ ଅନୁରୋଧ କରାଯାଇଛି ଯେ ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର କରାଯାଉ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଧାମ ପୁରୀରେ ଅନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ ସଂକ୍ରାନ୍ତ ଚିଠି ଲେଖି ନବୀନ କହିଛନ୍ତି ଯେ ପ୍ରସ୍ତାବିତ ଏହି ବିମାନ ବନ୍ଦର ଲାଗି ରାଜ୍ୟ ସରକାର ପୁରୀରେ ଜମି ଚିହ୍ନଟ କରିସାରିଛନ୍ତି। ଏହା ଯେପରି ରେକର୍ଡ ସମୟରେ ଶେଷ ହେବ,ସେଥିପାଇଁ ରାଜ୍ୟ ସରକାର ମଧ୍ୟ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି। ଏହି ବିମାନ ବନ୍ଦରକୁ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନାମରେ ନାମିତ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁରୀ ହିନ୍ଦୁମାନଙ୍କର ପବିତ୍ର ଚାରିଧାମ ମଧ୍ୟରୁ ଅନ୍ୟତମ। ସାରା ବିଶ୍ବର କୋଣ ଅନୁକୋଣରୁ ଯାତ୍ରୀମାନେ ଏଠାକୁ ଆସିଥାନ୍ତି। ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ସମସ୍ତଙ୍କର ଆକର୍ଷଣର କେନ୍ଦ୍ର। ଦେଶ ବିଦେଶରୁ ଯାତ୍ରୀମାନେ ଆସି ରଥଯାତ୍ରା ପାଇଁ ପୁରୀରେ ସମବେତ ହୋଇଥାନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ମଧ୍ୟ ବିଶ୍ବର ୧୯୨ଟି ଦେଶରେ ସମାରୋହ ସହ ପାଳିତ ହୋଇଥାଏ। ତେଣୁ ପୁରୀରେ ଅନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ କରାଗଲେ, ବିଦେଶରୁ ଯାତ୍ରୀମାନେ ସୁବିଧାରେ ପହଞ୍ଚିପାରିବେ ଓ ତା ସହିତ ସମୁଦାୟ ବିଶ୍ବରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଏବଂ ପ୍ରସାର ଘଟିବ।

ପୁରୀରେ ଅନ୍ତର୍ଜାତିକ ବିମାନ ବନ୍ଦର ପ୍ରତିଷ୍ଠା ସଂପର୍କରେ ଦୃଢ ଯୁକ୍ତି କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁରୀ ଠାରୁ ମାତ୍ର ୩୫ କିଲୋମିଟର ଦୂରରେ ବିଶ୍ବ ଐତିହ୍ୟସ୍ଥଳ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର କୋଣାର୍କ ରହିଛି। ପୁରୀ କୋଣାର୍କ ରାସ୍ତାରେ ରାମଚଣ୍ଡୀ, ଚନ୍ଦ୍ରଭାଗା ବେଳାଭୂମି, ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ଏକ ଅନନ୍ୟ ଅନୁଭବ। ସେହିଭଳି ପୁରୀ ମଧ୍ୟ ଚିଲିକା ଏବଂ ଭିତରକନିକା ଜାତୀୟ ଉଦ୍ୟାନ ପରି ଦୁଇ ଦୁଇଟିରାମସାର୍ ସାଇଟ୍ ସହିତ ସିଧାସଳଖ ସଂପୃକ୍ତ। ଏହି ଦୁଇଟି ସ୍ଥାନରେ ଅନ୍ତର୍ଜାତିକ ପରିବେଶ ପର୍ଯ୍ୟଟନ ପାଇଁ ଭରପୂର ସୁଯୋଗ ରହିଛି। ନିକଟରେ ପର୍ଯ୍ୟଟକମାନଙ୍କୁ ପୁରୀ ବେଳାଭୂମିରେ ଏକ ଅନନ୍ୟ ଅନଭୂତି ଦେବା ପାଇଁ ବ୍ଲୁ ଫ୍ଲାଗ୍ ବିଚ୍ ଭାବେ ବିକଶିତ କରାଯାଇଛି।

ସେହିଭଳି ଧଉଳି, ରତ୍ନଗିରି, ଉଦୟଗିରି ପରି ପ୍ରସିଦ୍ଧ ବୌଦ୍ଧ ଐତିହ୍ୟସ୍ଥଳ ମଧ୍ୟ ପୁରୀର ଅତି ନିକଟରେ ଅବସ୍ଥିତ। ଏବଂ ଏଠାରୁ ସାରା ବିଶ୍ବକୁ ବୌଦ୍ଧ ପର୍ଯ୍ୟଟକମାନେ ଆସିଥାନ୍ତି। ପୁରୀର ବେଳାଭୂମି ଏବଂ ସୁଦୀର୍ଘ ଉପକୂଳ ଅର୍ଥନୈତିକ କାର୍ଯ୍ୟକ୍ରମ ସହିତ ସ୍ବାସ୍ଥ୍ୟ, ଆଧ୍ୟାତ୍ମିକ ତଥା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିପାରିବ। ଉପକୂଳ ଜାତୀୟ ରାଜପଥ ପୁରୀ ଉପକୂଳ ଦେଇ ଯାଉଛି। ଏହା ପାରାଦୀପ ପୋର୍ଟ ଓ ଅସ୍ତରଙ୍ଗ ପୋର୍ଟ ସହିତ ମଧ୍ୟ ସଂଯୁକ୍ତ। ତେଣୁ ଏହି କରିଡରରେ ଅର୍ଥନୈତିକ ବିକାଶର ବିପୁଳ କ୍ଷମତା ରହିଛି। ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ପର୍ଯ୍ୟଟନ ତଥା ଅର୍ଥନୈତିକ କାର୍ଯ୍ୟକଳାପର କେନ୍ଦ୍ର ଭାବରେ ପୁରୀରେ ଥିବା ବିପୁଳ ସୁବିଧାର ଉପଯୋଗ ପାଇଁ ଏହି ବିମାନ ବନ୍ଦର ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିବା ସହିତ ପୁରୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ ପ୍ରାଥମିକତା ପ୍ରକଳ୍ପ ଭାବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.