ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ଓଡ଼ିଶା ରାଜନୀତିକୁ ଫେରିବେ ଧର୍ମେନ୍ଦ୍ର

0
  • ଖିଣ୍ଡାରେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା
  • ପର୍ଯ୍ୟବେକ୍ଷକ ମହଲ କହୁଛନ୍ତି, ଜାନକୀବଲ୍ଲଭଙ୍କ ରାସ୍ତାରେ ମୁକୁ
  • ସମ୍ବଲପୁର ଉପରେ ଆଖି, ଦଳ ସଂଖ୍ୟା ପାଇଲେ ରାଜ୍ୟକୁ ଆସିବେ

ଭୁବନେଶ୍ବର: ୨୦୨୧ ଆରମ୍ଭରୁ ଓଡ଼ିଶା ରାଜନୀତି ସମୀକରଣ ଦ୍ରୁତ ବଦଳିବାରେ ଲାଗିଛି। ଏହି କ୍ରମରେ ଯେଉଁ ବଡ଼ କଥାଟି ସାମ୍ନାକୁ ଆସିଛି,ତାହା ହେଲା, ଆସନ୍ତା ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (ମୁକୁ) ଓଡ଼ିଶା ଫେରିବାକୁ ମନସ୍ଥ କରିଛନ୍ତି। ଶନିବାର ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଦିନରେ ଝାରସୁଗୁଡ଼ା ଜିଲ୍ଲା ଖିଣ୍ଡାରେ ସେ ନିଜେ ପରୋକ୍ଷରେ ଏହି ସଙ୍କେତ ଦେଇଛନ୍ତି। ମଞ୍ଚରେ ଉପସ୍ଥିତ ଥିବା ବର୍ତ୍ତମାନର ସମ୍ବଲପୁର ସାଂସଦ ତଥା ଦେବଗଡ଼ ରାଜା ନୀତେଶ ଗଙ୍ଗଦେବଙ୍କୁ ଲକ୍ଷ୍ୟ କରି କେନ୍ଦ୍ରମନ୍ତ୍ରୀ କହିଥିଲେ, ”ରାଜା ସାହେବ ଚାହିଁଲେ, ମୁଁ ପୁଣି ଏମ୍‌ପି ହୋଇପାରିବି। ”

ଧର୍ମେନ୍ଦ୍ରଙ୍କର ଏହି ଧାଡ଼ିକ ମନ୍ତବ୍ୟ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନାରେ ଖୋରାକ ଯୋଗାଇଛି। କେନ୍ଦ୍ରମନ୍ତ୍ରୀଙ୍କୁ ଝାରସୁଗୁଡାରେ ଭବ୍ୟ ସ୍ବାଗତ କରାଯିବା ଓ ପରେ ମଞ୍ଚରେ ତାଙ୍କର ଏଭଳି ବକ୍ତବ୍ୟକୁ ଏହି ମହଲ ଆଦୌ ହାଲୁକା ଭାବେ ନେବାକୁ ଚାହୁଁନାହାନ୍ତି। ବରଂ ମତ ରଖିଛନ୍ତି ଯେ ୨୦୨୪ ନିର୍ବାଚନରେ ଧର୍ମେନ୍ଦ୍ର ଓଡ଼ିଶା ରାଜନୀତିକୁ ଫେରିବେ। ସମ୍ଭବତଃ ଧର୍ମେନ୍ଦ୍ରଙ୍କ ଆଖି ସମ୍ବଲପୁର ଲୋକସଭା ଆସନ ଉପରେ ରହିଛି। ଏମିତିରେ ବି ଖିଣ୍ଡା ଧର୍ମେନ୍ଦ୍ରଙ୍କର ପୂରୁଣା ଦେବଗଡ ଲୋକସଭା ଆସନର ଅଂଶବିଶେଷ ଥିଲା। ଏଣୁ ନିଜ ଆସନରୁ ଧର୍ମେନ୍ଦ୍ର ଏମିତି କେବେ ବି କୌତୁକିଆ ମନ୍ତବ୍ୟ ଦେଇ ପରିବେଶକୁ ହାଲକା କରିବାକୁ ଚାହିଁନଥିବେ।

୨୦୦୯ ସାଧାରଣ ନିର୍ବାଚନରେ ସେ ପରାଜୟ ବରଣ କରିବା ପରେ ଦୁଇ ଦୁଇ ଥର କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ଓ କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଭାବେ ଉଭା ହୋଇଛନ୍ତି। ପ୍ରଥମେ ବିହାର ଓ ଏବେ ମଧ୍ୟପ୍ରଦେଶରୁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଆଗକୁ ତୃତୀୟ ଥର ରାଜ୍ୟସଭାକୁ ଆସିବା ତାଙ୍କ ପାଇଁ କଷ୍ଚସାଧ୍ୟ ନୁହେଁ। କିନ୍ତୁ ଏହା ତାଙ୍କ ରାଜନୈତିକ ଉତ୍ତରଣକୁ ଢେର୍ ପ୍ରଭାବିତ କରିବଏକଥା ଧର୍ମେନ୍ଦ୍ର ବୁଝିଛନ୍ତି। ଏଇଥିପାଇଁ ଯେ ବିରୋଧୀ ତାଙ୍କ ଗ୍ରହଣୀୟତା ଉପରେ ପ୍ରଶ୍ନ ଉଠାଇବେ,ଯେଉଁ ସୁଯୋଗ ସେ ସୃଷ୍ଟି କରିବାକୁ ବୋଧହୁଏ ଚାହୁଁନାହାନ୍ତି।

ଧର୍ମେନ୍ଦ୍ରଙ୍କ ବକ୍ତବ୍ୟ ରାଜ୍ୟ ରାଜନୀତିରେ ଆଉ ଗୋଟିଏ ଖିଅ ସଂପର୍କରେ ମଧ୍ୟ ଧାରଣା ଦେଉଛି। ଧର୍ମେନ୍ଦ୍ର ସମ୍ଭବତଃ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ରାସ୍ତା ଧରିଛନ୍ତି। ଜାାନକୀ ସିଧା କେନ୍ଦ୍ରରୁ ଆସି ଓଡ଼ିଶା ରାଜନୀତିର ମଙ୍ଗୁଆଳ ସାଜିଥିଲେ ଓ ଉପନିର୍ବାଚନ ମାଧ୍ୟମରେ ବିଧାନସଭାରେ ପଶିଥିଲେ। ଯଦି କଂଗ୍ରେସ କ୍ଷମତାକୁ ଫେରିନଥାନ୍ତା, ସେବେ ୧୯୮୦ ମସିହାରେ ଜାନକୀ ହୁଏତ କେନ୍ଦ୍ରରେ ଅତ୍ୟନ୍ତ ପ୍ରଭାବ ବିସ୍ତାର କରିବାର ସୁଯୋଗ ଥିଲା। ୨୦୨୪ ନିର୍ବାଚନରେ ଯଦି ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରେ, ତେବେ ଧର୍ମେନ୍ଦ୍ର ରାଜ୍ୟ ରାଜନୀତିକୁ ଫେରିପାରନ୍ତି, ଠିକ୍ ଜାନକୀଙ୍କ ଶୈଳୀରେ।

ରାଜନୈତିକ ମହଲର ମତ ହେଉଛି, ଧର୍ମେନ୍ଦ୍ର ଆଉ ସମୟ ନଷ୍ଟ କରିବାକୁ ଚାହୁଁନାହାନ୍ତି। ସେ ଭଲଭାବେ ବୁଝିଛନ୍ତି ଯେ ୨୦୨୪ରେ ଯଦି ବିଜେପି ଓଡ଼ିଶାରେ ସଂଖ୍ୟା ଗରିଷ୍ଠତା ହାସଲ ନକଲା, ତେବେ ଦଳ ଆଉ କ୍ଷମତାସୀନ ହେବା ସମ୍ଭବ ହୋଇନପାରେ। ଏଣୁ ତାଙ୍କୁ ହିଁ ରାଜ୍ୟ ରାଜନୀତିର ମଙ୍ଗ ଧରିବାକୁ ହେବ ଓ ପୁଣି ସମସ୍ତଙ୍କୁ ସାଙ୍ଗରେ ନେଇ। ୨୦୧୯ ନିର୍ବାଚନ ପୂର୍ବରୁ ସେ ଯେଉଁ ଗଣିତ କରିଥିଲେ, ସେହି ଧାରାର ତ୍ରୁଟି ବିଚ୍ୟୁତିକୁ ସେ ସଜାଡିବା ଆରମ୍ଭ କରିସାରିଲେଣି। ତାଙ୍କ ଭାଷଣରୁ ଖିଅ କାଢ଼ି ବିବାଦ ସୃଷ୍ଟି ଲାଗି ସେ ଆଉ ସୁଯୋଗ ଦେଉନାହାନ୍ତି, ବରଂ ରାଜ୍ୟର ଅନ୍ୟ ରାଜନୈତିକ ଦଳମାନେ ତାଙ୍କୁ ଉସୁକାଇଲେ, ସେ ତାର ପ୍ରଭାବୀ ଉତ୍ତର ଦେଉଛନ୍ତି।

ସେହିଭଳି ବହୁ ବିବାଦୀୟ ପ୍ରସଙ୍ଗରେ ସେ ପଛରେ ରହି ସ୍ଥିତି ନିରୀକ୍ଷଣ କରୁଥିବା ଦେଖାଯାଉଛି। କେବଳ ସେତିକି ନୁହେଁ, ଏକଥା ବି ଲକ୍ଷ୍ୟ କରାଯାଉଛି ଯେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ସେ ବରିଷ୍ଠ ନେତାମାନଙ୍କୁ ଯୋଡ଼ିବା ଆରମ୍ଭ କରିଦେଇଛନ୍ତି। ଅବଶ୍ୟ ଏବେ ବି କିଛି ନେତା ଦଳରେ ଅଛନ୍ତି, ଯେଉଁମାନଙ୍କୁ ସେ ସାଙ୍ଗରେ ନେଇ ମଞ୍ଚକୁ ଉଠିପାରିନାହାନ୍ତି। ଏହା ଯେବେ ସାକାର ହେବ, ସେବେ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ।ଏପରିକି ଶାସକ ବିଜେଡି ଦଳ ପାଇଁ ମଧ୍ୟ ସମସ୍ୟା ବଢ଼ିପାରେ।

ଏଠାରେ ଉଲ୍ଲେଖଥାଉକି, ଓଡ଼ିଶାରେ ବିଜୁ ଜନତା ଦଳ ମଧ୍ୟ ଚତୁରତାର ସହିତ ରାଜନୈତିକ ସମୀକରଣ ବଦଳାଇ ଦେଇସାରିଲାଣି। ଏବେ ଯଦି ବିଜେପି ଚୁପ୍ ରହେ, ତେବେ ଦଳକୁ ସାଂଘାତିକ କ୍ଷତି ସହିବାକୁ ହେବ, ଏଥିରେ କାହାର ଦ୍ବିମତ ନାହିଁ। ଓଡ଼ିଶା ରାଜନୀତିରେ ଯେତେବେଳେ ବି ଯୁକ୍ତି ଉଠୁଛି ଯେ ନବୀନ ପଟ୍ଟନାୟକଙ୍କ ସରକାର ବଦଳିବା ଦରକାର। ସେହି ମହଲରେ ଉଠୁଥିବା ଅନ୍ୟ ପ୍ରସଙ୍ଗଟି ବେଶ୍ ଗୁରୁତ୍ବପୂର୍ଣ୍ଣ। ତାହା ହେଲା, ନବୀନଙ୍କ ବଦଳରେ କିଏ? ଏହାର ଉତ୍ତର ଏବେ ବିଜେପି ଦେବା ଅବସ୍ଥାରେ ନାହିଁ।

Leave A Reply

Your email address will not be published.