ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

କେସିଆର୍ ମୁଖ୍ୟମନ୍ତ୍ରୀ ପଦ ଛାଡିବେ!

0
  • ବଦଳୁଛି ତେଲେଙ୍ଗାନା ରାଜନୀତି, ୨୦୨୩ରେ କ୍ଷମତା ଦଖଲ ଲାଗି ବିଜେପିର କସରତ
  • ନୂଆଦିଲ୍ଲୀ ଯାଇ ମୋଦୀଙ୍କୁ ଚେକ୍ ଦେବେ ଚନ୍ଦ୍ରଶେଖର, ପୁଅ କେଟିଆର୍ ପରବର୍ତୀ ମୁଖ୍ୟମନ୍ତ୍ରୀ
  • କେଟିଆର୍ ଏବେ ଟିଆର୍‌ଏସ୍ କାର୍ଯ୍ୟକାରୀ ସଭାପତି, ତେଲେଙ୍ଗାନାରେ ସେ ମନ୍ତ୍ରୀ ବି ଅଛନ୍ତି
  • ପୌର ନିର୍ବାଚନ ପରେ ଗଣିତ ବଦଳୁଛି. ଚାଷୀ ଆନ୍ଦୋଳନକୁ ସମର୍ଥନ କରିପାରେ ବୋଲି ଚର୍ଚ୍ଚା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ତେଲେଙ୍ଗାନା ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କଲ୍‌ଭକୁନ୍ତଳା ଚନ୍ଦ୍ରଶେଖର ରାଓ (କେସିଆର୍) ଆସନ୍ତା ମାସରେ ମୁଖ୍ୟମନ୍ତ୍ରୀ ପଦତ୍ୟାଗ କରିପାରନ୍ତି। ଜାତୀୟ ରାଜନୀତିରେ ବିଜେପିକୁ ଚେକ୍ ଦେବା ଲାଗି କେସିଆର୍‌ ଅଣ୍ଟାଭିଡୁଥିବା ଖବର ମିଳୁଛି। ତାଙ୍କ ସ୍ଥାନରେ ପୁଅ କଲ୍‌ଭକୁନ୍ତଳା ତାରକା ରାମାରାଓ (କେଟିଆର୍) ତେଲେଙ୍ଗାନା ରାଜ୍ୟ ଦାୟିତ୍ବ ସମ୍ଭାଳିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲାଣି।

କେଟିଆର୍ ଏବେ ତେଲେଙ୍ଗାନା ରାଷ୍ଟ୍ର ସମିତିର କାର୍ଯ୍ୟକାରୀ ସଭାପତି ଅଛନ୍ତି। କେବଳ ସେତିକି ନୁହେଁ, କେସିଆର୍‌ଙ୍କ ସରକାରରେ ସେ ଗୁରୁତ୍ବପୂର୍ଣ୍ଣ ବିଭାଗମାନଙ୍କରେ ମନ୍ତ୍ରୀ ଅଛନ୍ତି। ଆମେରିକାରେ ଉଚ୍ଚ ଶିକ୍ଷା ଶେଷ କରିଥିବା ୪୫ବର୍ଷ ବୟସ୍କ କେଟିଆର୍ ବାପାଙ୍କ ଭଳି ଜଣେ ବିଚକ୍ଷଣ ନେତା ବୋଲି କୁହାଯାଉଛି। କେସିିଆର୍‌ଙ୍କ ଝିଅ କେ କବିତା ମଧ୍ୟ ରାଜନୀତିରେ ଅଛନ୍ତି। ୪୩ ବର୍ଷ ବୟସ୍କ କବିତା ଏବେ ସାଂସଦ ଅଛନ୍ତି।

ଗୋଟିଏ ମହଲ ମତ ରଖୁଛନ୍ତି ଯେ ହାଇଦ୍ରାବାଦ ପୌର ନିର୍ବାଚନରେ ବିଜେପିର ସଫଳତା ପରେ କେସିଆର୍‌ଙ୍କୁ ଧକ୍‌କା ଲାଗିଛି। ବିଜେପିର ଶକ୍ତି ବୃଦ୍ଧିକୁ ସେ ହଜମ କରିବା ସ୍ଥିତିରେ ନାହାନ୍ତି। ଏଣୁ ଜାତୀୟ ରାଜନୀତିରେ ନିଜକୁ ସକ୍ରିୟ କରି ବିଜେପିକୁ ଚେକ୍ ଦେବେ, ଯାହାଫଳରେ ତେଲେଙ୍ଗାନାରେ ତାଙ୍କ ଦଳ ସୁରକ୍ଷିତ ରହିବ। ୨୦୨୩ରେ ବିଧାନସଭା ନିର୍ବାଚନ ଥିବାରୁ ସେଥିରେ ଯେଭଳି ବିଜେପିକୁ ମାତ୍ ଦିଆଯାଇପାରିବ ସେ ନେଇ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ରାଜନୈତିକ ମହଲର ମତ ହେଉଛି, ପୌର ନିର୍ବାଚନରେ ଟିଆର୍‌ଏସ୍ କ୍ଷମତାରେ ରହିଲା ସତ, କିନ୍ତୁ ଆଶା ଠାରୁ ୪୮ଟି ଅଧିକ ଆସନ ବିଜେପି ହାତକୁ ଗଲା। ଏହା ହିଁ ସୂଚାଇ ଦେଉଛି ସଂପୃକ୍ତ ରାଜ୍ୟରେ ବିଜେପିର ପତିଆରା ବଢିବାରେ ଲାଗିଛି। ଏହା ପରେ ପରେ କେସିଆର୍ ହଠାତ୍ ନୂଆଦିଲ୍ଲୀ ଗସ୍ତ କରିଥିଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ ଦୁଇ ବରିଷ୍ଠ ମନ୍ତ୍ରୀଙ୍କୁ ବି ଭେଟିଥିଲେ। ତାଙ୍କର ଏହି ଗୁପ୍ତ ଆଲୋଚନାର ରହସ୍ୟ ଆଜି ବି ଅଭେଦ୍ୟ ରହିଛି।

ହେଲେ ଚର୍ଚ୍ଚା ହେଉଛି, ସନ୍ଧିରେ ନ ହେଲେ ପ୍ରତ୍ୟକ୍ଷ ଯୁଦ୍ଧ ପାଇଁ କେସିଆର୍ ନିଜକୁ ପ୍ରସ୍ତୁତ କରିବେ। ଗୋଟିଏ ବାଟ ହେଉଛି, ଟିଆର୍‌ଏସ୍ ଓ ବିଜେପି ମଧ୍ୟରେ ଏବେ ବି ବନ୍ଧୁତା ରହିଛି, ଯାହାକୁ ଅଧିକ ନିବିଡ଼ କରି କେସିଆର୍ ତେଲେଙ୍ଗାନାରେ ନିଜ ଦଳକୁ ସୁରକ୍ଷିତ କରିପାରନ୍ତି। ଟିଆରଏସ୍‌ର ଲୋକସଭାରେ ୯ ଓ ରାଜ୍ୟସଭାରେ ୭ଜଣ ସାଂସଦ ଅଛନ୍ତି। କେନ୍ଦ୍ର ସରକାରଙ୍କୁ ତାଙ୍କ ଦଳ ବିଭିନ୍ନ ସମୟରେ ସମର୍ଥନ ଦେଇଛନ୍ତି। କେବଳ ସେତିକି ନୁହେଁ, କେନ୍ଦ୍ର ସରକା ମଧ୍ୟ କେସିଆର୍‌ଙ୍କ ଦଳକୁ ଦକ୍ଷିଣ ଦିଲ୍ଲୀରେ ପାଖାପାଖି ୧୧୦୦ ବର୍ଗ ମିଟର ଜମି ଆବଣ୍ଟନ କରିଛନ୍ତି। ଏଠାରେ ତାଙ୍କ ଦଳ ଏକ କାର୍ଯ୍ୟାଳୟ ନିର୍ମାଣ କରିବ।

ଅନ୍ୟ ବାଟଟି ହେଉଛି, କେସିଆର୍ ଚାପ କୌଶଳ ରାଜନୀତି ଆପଣାଇଛନ୍ତି। ପୌର ନିର୍ବାଚନ ପରେ ସେ ନିଜ ଆଭିମୁଖ୍ୟରେ ପରିଣତ କରିବା ସମ୍ଭାବନା ଅଧିକ। ମୋଦୀଙ୍କ ବିରୋଧରେ ରଣହୁଙ୍କାର ଦେଇ ବିରୋଧୀ ଗୋଷ୍ଠୀକୁ ବଳଦେଇପାରନ୍ତି। ଏପରିକି ଗୋଟିଏ ସମୟରେ ଏକଥା ବି ଆଲୋଚନା ହେଉଥିଲା ଯେ କେସିଆର୍‌ କୃଷକ ବିରୋଧୀ ରାଲିକୁ ଯାଇ ସେଠାରେ ସେମାନଙ୍କୁ ପ୍ରତ୍ୟକ୍ଷ ସମର୍ଥନ ଦେବେ। ଏଯାଏ ଏପରି ହୋଇନି ସତ କିନ୍ତୁ ତେଲେଙ୍ଗାନା ସରକାର କୃଷକଙ୍କ ଆନ୍ଦୋଳନକୁ ବିରୋଧ କରିନାହାନ୍ତି।

Leave A Reply

Your email address will not be published.