ପ୍ରମୁଖ ଖବର

ପୁତୁରାଙ୍କୁ ପୁଣି ବିଦା କଲେ ମାୟାବତୀ, ଦଳର ଜାତୀୟ ସଂଯୋଜକ ପଦବିରୁ ବିଦା ହେଲେ ଆକାଶ ଆନନ୍ଦ
ରୋହିତ ଶର୍ମାଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ ଶମା ମହମ୍ମଦ
ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି କ୍ଷମା ମାଗିଲେ ବିଦେଶିନୀ ଓ ଷ୍ଟୁଡିଓ ମାଲିକ
ଗିରଫ ହେଲେ ଆଇଆଇଟି ବାବା ଅଭୟ ସିଂ,ପାଖରୁ ମିଳିଲା ଗଞ୍ଜେଇ
ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଏସଡି ହେଲେ କୌଶିକ ପଟ୍ଟନାୟକ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ପାଇଁ ଆସିବ ଗାଇଡ୍‌ଲାଇନ
ହାଇଓ୍ୱେ କଡରେ ରହିବନି ମଦ ଦୋକାନ । ଇ-ରିକ୍ସା ଡ୍ରାଇଭରଙ୍କ ଯାଞ୍ଚ ଜରୁରୀ । ଯୋଗୀ ଜାରି କଲେ ନୂଆ ଆଦେଶ
ଅନାସ୍ଥାଭୋଟରେ ପଦ ହରାଇଲେ ଝାରସୁଗୁଡ଼ା ବ୍ରଜରାଜନଗର ପୌରାଧ୍ୟକ୍ଷା
ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି

ଓଡ଼ିଶା ଉପରେ ୧୨ ଘଣ୍ଟା ତାଣ୍ଡବ ରଚାଇବ ବାତ୍ୟା

0
  • ପାରାଦୀପ-ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା
  • ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ସର୍ବାଧିକ ପ୍ରଭାବିତ ହେବ
  • ୨୬ ତାରିଖ ସନ୍ଧ୍ୟାରେ ପବନର ବେଗ ସର୍ବାଧିକ ୧୮୫ କିଲୋମିଟର ଛୁଇଁବ

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତ ରୂପ ନେଇଛି। ଆସନ୍ତାକାଲି ଏହା ବାତ୍ୟା (ୟାସ୍) ରୂପ ନେବ। ଏହା ପୁଣି ଘନୀଭୂତ ହୋଇ ଆସନ୍ତା ୨୫ ତାରିଖରେ ଅତି ତୀବ୍ର ଓ ୨୬ ତାରିଖରେ ଭୀଷଣ ବାତ୍ୟା ରୂପ ଧାରଣ କରି ଓଡ଼ିଶା ଉପରେ ମାଡ଼ ହେବ। ଆଜି ଭାରତର ପାଣିପାଗ ପ୍ରାଥମିକ ଆକଳନ କରି କହିଛନ୍ତି ବାତ୍ୟା ୟାସ୍ ୨୬ ତାରିଖ ସନ୍ଧ୍ୟାରେ ପାରାଦୀପ ଠାରୁ ସାଗର ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ। ସେବେ ପବନର ବେଗ ଘଣ୍ଟାପ୍ରତି ୧୪୫ରୁ ୧୬୫ ଓ ସ୍ଥଳ ବିଶେଷରେ ଏହା ୧୮୫କିଲୋମିଟର ଛୁଇଁପାରେ।

ଏହାର ପ୍ରଭାବ ଓଡ଼ିଶାର ଚାରିିଟି ଜିଲ୍ଲା ଉପରେ ସର୍ବାଧିକ ରହିବ। ସେଗୁଡିକ ହେଲା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର। ଏହା ବ୍ଯତୀତ ଜଗତସିଂହପୁର, କଟକ, ଯାଜପୁର, ବାଲେଶ୍ବର, ଭଦ୍ରକ, ମୟୂରଭଂଜ କେନ୍ଦୁଝରରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ପାଖାପାଖି ୧୨ ଘଣ୍ଟା ରହିବ। ବାତ୍ୟା ଆସିବା ପୂର୍ବରୁ ୬ ଘଣ୍ଟା ଓ ବାତ୍ୟା ସ୍ଥଳଭାଗ ଛୁଇଁବାର ୬ ଘଣ୍ଟା ପର୍ଯ୍ୟନ୍ତ ବାତ୍ୟା ତାଣ୍ଡବ ରଚନା କରିବ ସମୁଦାୟ ଉପକୂଳ ଅଞ୍ଚଳରେ। କିଛି ଅଞ୍ଚଳରେ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି।

ପରିସ୍ଥିତିର ଗମ୍ଭୀରତା ଦେଖି ଆଜି ପ୍ରଧାନମନ୍ତ୍ରୀ ସ୍ଥିତି ସମୀକ୍ଷା କରିଛନ୍ତି। ଓଡ଼ିଶାକୁ ଆଉ ୧୦ଟି ୟୁନିଟ୍ ଏନଡିଆର୍‌ଏଫ୍ ଟିମ୍ ଆସିବେ। ଏପଟେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଗତକାଲି କେନ୍ଦ୍ରାପଡ଼ା ପରେ ଆଜି ବାଲେଶ୍ବର ଓ ଭଦ୍ରକରେ ସ୍ଥିତି ସମୀକ୍ଷା କରି ପ୍ରଶାସନକୁ ସତର୍କ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସହିତ କୌଣସି ପରିସ୍ଥିତିରେ ବି ଜଣେ ବି ଲୋକର ଜୀବନ ପ୍ରତି ବିପଦ ସୃଷ୍ଟି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.